ଶଙ୍ଖ ଧରିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଗୁମ୍ମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ମରିୟମ ରଇତ ଭାଜପା ଛାଡି ରବିବାର ବିଜେଡିରେ ଯୋଗ ଦେଇଛନ୍ତି । ମରିୟମଙ୍କ ସହିତ ତାଙ୍କ ସମର୍ଥକ ଦେବଚନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଶଙ୍ଖ ଧରିଛନ୍ତି । ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ସେମାନେ ଦଳରେ ସୋମିଲ ହୋଛନ୍ତି । ସୋମବାର ତାଙ୍କର ଶତାଧିକ ସମର୍ଥକ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଜିଲାରେ ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିବା ମରିୟମ କହିଛନ୍ତି ।