ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭ ଜଣ ସମ୍ବର୍ଦ୍ଧିତ ହୋଇଛନ୍ତି। ଉକ୍ତ ବ୍ୟକ୍ତିମାନେ ବିଗତ ଦୁଇବର୍ଷ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରଥଯାତ୍ରା ପାଇଁ ଫାଶୀ କାଠ ଦାନ କରିଥିଲେ। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ଗତବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବହୁତ କାଠ ଶ୍ରୀମନ୍ଦିରକୁ ଦାନ କରାଯାଇଥିବା ଯୋଗୁ ରଥ ଚକ ଉପହାର ମିଳିଥିଲା। ତାହାକୁ ସ୍ଥାନୀୟ କାର୍ଯ୍ୟାଳୟରେ ପୂଜା କରାଯାଉଛି । ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନଖଣ୍ଡର ୨୨ ଜଣ କାଠ ଦାନ କରିବା ପାଇଁ କାଠ ଚୟନ ହୋଇଛି। ଏଥିସହ ବିଭାଗ ପକ୍ଷରୁ ମଧ୍ୟ କାଠ ଦେବା ପାଇଁ ଚୟନ ହୋଇଛି ବୋଲି ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ ଏଠାରେ ପ୍ରକାଶ କରିଛନ୍ତି। ସେହିଭଳି ଗତବର୍ଷ ରଥଯାତ୍ରା ରେ ଉତ୍ତର ଘୁମୁସର ବନଖଣ୍ଡ ରୁ ମଧ୍ୟ କାଠ ଯାଇଥିଲା। ତେଣୁ ମଙ୍ଗଳବାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବନଖଣ୍ଡକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଉକ୍ତ ପୁରସ୍କାର ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେଉଙ୍କଠାରୁ ଗ୍ରହଣ କରିଥିଲେ। ଏହି ସମୟରେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ମଧ୍ୟ ଏହି ବନଖଣ୍ଡରୁ କାଠ ପୁରୀ ରଥଯାତ୍ରା ପାଇଁ ଯିବାର ଯୋଜନା ଅଛି। ଏଥିପାଇଁ କାଠ ଚୟନ ପ୍ରକ୍ରିୟା ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri