ଜଙ୍ଗଲ ରାସ୍ତା ମରାମତି କଲେ ବନବାସୀ

କେନ୍ଦୁଝର,୨୩ା୧(ସ୍ବ.ପ୍ର.):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଅନ୍ତର୍ଗତ କଅଁଳେଇବାଲିପାଳ (କେ.ବାଲିପାଳ) ପଞ୍ଚାୟତର କେ.ବାଲିପାଳ ଗ୍ରାମଠାରୁ ମୟୂରନଚା ପର୍ଯ୍ୟନ୍ତ ଜଙ୍ଗଲ ରାସ୍ତାରୁ ବନବାସୀ ମରାମତି କରିଛନ୍ତି। ଗତ ବର୍ଷ ବର୍ଷାରେ ରାସ୍ତାଟି ଧୋଇ ହୋଇଯିବାରୁ ଯାତାୟାତରେ ସମସ୍ୟା ଦେଖାଦେଇଥିଲା। ଏ ନେଇ ବାରମ୍ବାର ଅଭିଯୋଗ ପରେ ମରାମତି କରା ନ ଯିବାରୁ ସେମାନେ ନିଜେ ରାସ୍ତା ମରାମତି କାମ କରିଥିବା କହିଛନ୍ତି ା
ଘେରା ଉକ୍ତ ରାସ୍ତାଟି ଲୋକଙ୍କ ଜୀବନ ରେଖା ସଦୃଶ୍ୟ। ୨୦୧୬-୧୭ ରେ ବନ ବିଭାଗ ରାସ୍ତାରେ କିଛି ମାଟି ପକାଇ ଯାତାୟାତ ଉପଯୋଗୀ କରାଯାଇଥିଲା। ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଏବଂ ବର୍ଷା ଯୋଗୁ ଧୋଇଯାଇଥିଲା ବୋଲି ସ୍ଥାନୀୟ ବୁଦ୍ଧିରାମ ପୂର୍ତ୍ତି କହିଛନ୍ତି। ଫଳରେ ବିନା ମଜୂରୀରେ ମାତୃ ସେବା ସଂଘ ଅଧୀନରେ ସ୍ଥାନୀୟ ଲୋକମାନେ ରବିବାର ରାସ୍ତା ମରାମତି କାମ କରିଥିବା କହିଛନ୍ତି। ରାସ୍ତା ମୟୂରଭଞ୍ଜ ଜିଲା ଶରତ ଗ୍ରାମରୁ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡକୁ ଯୋଡିଥାଏ। ଖରା ଦିନରେ ୨ ଓ ୪ ଚକିଆ ଯାନ ଯାତାୟାତ କରିଥାଏ। ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ଦିନରେ ଅବସ୍ଥା ଶୋଚନୀୟ ହୋଇପଡ଼େ। ଏପରିକି ଜରୁରିକାଳୀନ ଗାଡ଼ି ମଧ୍ୟ ଆସିପାରେନାହିଁ। ଏଣୁ ରାସ୍ତାର ଉନ୍ନତିକରଣ କଲେ ବହୁ ଲୋକ ଉପକୃତ ହେବେ ବୋଲି ସୁନାରାମ ପୂର୍ତ୍ତି, ଜୁରେ ପୂର୍ତ୍ତି, ରାମାଇ ପୂର୍ତ୍ତି, ରାଉତ ହୋ, ସାଉରୀ ପୂର୍ତ୍ତି ସମେତ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri