ମାରୁତି ସୁଜୁକିର ଗ୍ରାଣ୍ଡ ଓ୍ବିକେଣ୍ଡ ଗେଟ୍‌ ୱେ

ବ୍ରହ୍ମପୁର ଅଫିସ,୨୩ା୧: ଦେଶର ପ୍ରମୁ୍‌ଖ ଅଟୋମୋବାଇଲ୍‌ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଏକ ୩ ଦିନିଆ ଗ୍ରାଣ୍ଡ ୱିକେଣ୍ଡ ଗେଟ୍‌ ୱେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷ କରି ଓଡ଼ିଶା ବଜାରରେ ନେକ୍ସା ଗ୍ରାଣ୍ଡ ଭିଟାରା ଏସ୍‌ୟୁଭି କାର କିଣିଥିବା ଗ୍ରାହକଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ପ୍ରମୁଖ ଗ୍ରାହକଙ୍କ ପରିବାରଙ୍କୁ ନେଇ ଦାରିଙ୍ଗବାଡି ଇକୋ ରିଟ୍ରିଟ୍‌ଠାରେ ନେକ୍ସାର ଗାଡ଼ି ଚାଳନା କରାଯାଇଥିଲା। ଅପରପକ୍ଷରେ ରବିବାର ସ୍ଥାନୀୟ ଗୋପାଳପୁରସ୍ଥିତ ଏକ ହୋଟେଲଠାରେ ଗ୍ରାଣ୍ଡ ୱିକେଣ୍ଡ ଗେଟ୍‌ ୱେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାରୁତି ସୁଜୁକି ନେକ୍ସାର ରିଜିଓନାଲ ମ୍ୟାନେଜର କାର୍ତ୍ତିକ ରାଜା ଓ ସ୍କାଏ ଅଟୋମୋବାଇଲ୍‌ସ ଡିଲର ମାଲିକ ଅଭିନାଶ ସିଂଘାନିଆ ପ୍ରମୁଖ ଯୋଗଦେଇଥିଲେ।
ଏ ସମ୍ପର୍କରେ ମାରୁତି ସୁଜୁକି ନେକ୍ସାର ରିଜିଓନାଲ ମ୍ୟାନେଜର କାର୍ତ୍ତିକ ରାଜା କହିଛନ୍ତି, ଗତ ବର୍ଷ ସେପ୍ଟେମ୍ବରରେ ନେକ୍ସା ଗ୍ରାଣ୍ଡ ଭିଟାରା ଏସ୍‌ୟୁଭି କାର ବଜାର ପ୍ରବେଶ କରିଥିଲା। ସେଥିରେ ଥରେ ପେଟ୍ରୋଲ ଭରିବା ପରେ ୧୨୦୦ କି.ମି.ରୁ ଅଧିକ ଯାତ୍ରା କରିପାରିବେ। ଏପରିକି ଏଥିରେ ରହିଥିବା ଅଟୋମେଟିକ୍‌ ଇଭି ମୋଡ୍‌ ଦ୍ୱାରା ପେଟ୍ରୋଲ ଖର୍ଚ୍ଚକୁ ଅନେକ ପରିମାଣରେ ହ୍ରାସ କରାଯାଇପାରିବ, ଯାହାଦ୍ୱାରା ଗାଡ଼ି କିଣିବା ନେଇ ଗ୍ରାହକଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇଛି। ଗାଡ଼ି ଚାଲୁଥିବା ସମୟରେ ହିଁ ଇଭି ଚାର୍ଜ ହୋଇଥାଏ। ଏହାକୁ ବିଦ୍ୟୁତ୍‌ ମାଧ୍ୟମରେ ଚାର୍ଜ କରିବାର ଆବଶ୍ୟକତା ନାହିଁ ବୋଲି ରାଜା କହିଛନ୍ତି। ସେହିଭଳି ସ୍କାଏ ଅଟୋମୋବାଇଲ୍‌ସ ଡିଲର ମାଲିକ ଅଭିନାଶ ସିଂଘାନିଆ କହିଛନ୍ତି, ଆଜିସୁଦ୍ଧା ରାଜ୍ୟରେ ଏହି କାର କିଣିବାକୁ ୨୩୦୦ ଗ୍ରାହକ ବୁକିଂ କରିଛନ୍ତି। ଏଥିମଧ୍ୟରୁ ୬୫୦ ଜଣଙ୍କୁ କାର ପ୍ରଦାନ କରାଯାଇଛି। ରାଜ୍ୟରେ ସର୍ବାଧିକ କାର ବିକ୍ରି କ୍ଷେତ୍ରରେ ୧ ନମ୍ବର ହେବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିପରି କାରରେ ରହିଥିବା ଅଟୋମେଟିକ୍‌ ଇଭି ସିଷ୍ଟମ ଦ୍ୱାରା ପେଟ୍ରୋଲ ସଞ୍ଚୟ ହୋଇପାରୁଛି। ଏହି କାରରେ ଯାତ୍ରା କରିବା ଏକ ଅଭୂତପୂର୍ବ ଅନୁଭୂତି ବୋଲି ଜଣେ ଗ୍ରାହକ ସସ୍ମିତା ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri