‘ରାକେଶ’କୁ ପ୍ରଶିକ୍ଷଣ ଦେବ ବନ ବିଭାଗ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କ୍ରଲ୍‌ରେ ଥିବା ଦନ୍ତାହାତୀ ‘ରାକେଶ’କୁ ପ୍ରଶିକ୍ଷଣ ଦିଆଯିବ। ଏ ନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଘା’ରେ ସଂକ୍ରମିତ ହୋଇଥିବା ‘ରାକେଶ’ ଧୀରେ ଧୀରେ ସୁସ୍ଥ ହୋଇ ଆସୁଛି। ‘ରାକେଶ’ ତାଲିମପ୍ରାପ୍ତ ହେବା ପରେ ଉତ୍ପାତ ଚଳାଇଥିବା ହାତୀଙ୍କୁ ରେସ୍‌କ୍ୟୁ କରି ଚିଡ଼ିଆଖାନାକୁ ଆଣିବା ସହଜ ହେବ। ତେଣୁ ଏପରି ଯୋଜନା କରାଯାଇଥିବା କପିଳାସ ରେଞ୍ଜର ଦର୍ଶନିଆ ଭୋଇ ସୂଚନା ଦେଇଛନ୍ତି। ଏଥିଲାଗି ଆସାମ କିମ୍ବା କେରଳରୁ ପ୍ରଶିକ୍ଷିତ ମାହୁନ୍ତଙ୍କୁ ଅଣାଯିବାକୁ ନିଷ୍ପତ୍ତି ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।