୧୫ ଫୁଟର ଅଜଗର ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୧୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ସାହାରପଡ଼ା ସେକ୍ସନର ହଳଦୀବଟା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେପ ରବିବାର ରାତିରେ ୧୫ ଫୁଟ ଲମ୍ବର ଏକ ଅଜଗର ରାସ୍ତା ପାର ହେଉଥିବା ଦେଖି ସ୍ଥାନୀୟ ଲୋକେ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ଖବର ପାଇ ସାହାରପଡ଼ା ବନପାଳ ମୋହିନୀ ମହାନ୍ତ ପାରା ଷ୍ଟାଫ୍‌ଙ୍କ ସହ ପହଞ୍ଚି ଅଜଗରକୁ ଉଦ୍ଧାର କରି ଚଢ଼େଇଭୋଳ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଛନ୍ତି।