ମିଥ୍ୟା ସୂଚନାର ତଦନ୍ତ କରି ବନ ବିଭାଗ ନାକେଦମ

ନୟାଗଡ଼,୧୦।୭(ଲୋକନାଥ ମିଶ୍ର): ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ବ୍ୟବସାୟର ଗୁମର ଖୋଲି ବ୍ୟବସାୟୀଙ୍କୁ ଗିରଫ କରିବାକୁ ବନ ବିଭାଗ ପକ୍ଷରୁ କରାଯାଇଥିବା ଖୋଳତାଡ଼ ଓ ତଦନ୍ତ ବିଫଳ ହୋଇଛି। ମିଥ୍ୟ ସୂଚନାର ତଦନ୍ତ କରି ବନ ବିଭାଗ ନାକେଦମ ହେବା ପରେ ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ବ୍ୟବସାୟର ତଦନ୍ତ ଘଟଣାକୁ ପୂର୍ଣ୍ଣଛେଦ ପକାଇଛି। ତେବେ ମିଥ୍ୟ ସୂଚନାକାରୀ ତଥା ହନୁମାନ ପଇସା ର଼୍ୟାକେଟର ମୁଖ୍ୟ କୁଞ୍ଜବନଗଡ଼ର ପ୍ରଦୀପ କୁମାର ସୁବୁଦ୍ଧିଙ୍କୁ ପୋଲିସକୁ ହସ୍ତାନ୍ତର କରି ବନ ବିଭାଗ ପକ୍ଷରୁ ଦଶପଲ୍ଲା ଥାନାରେ ଏଫଆଇଆର କରାଯାଇଛି। ତେବେ ବନ ବିଭାଗ ଜାଣି ପାରିଛି ହନୁମାନ ପଇସାକୁ ନେଇ ସୃଷ୍ଟ ବିବାଦୀୟ ଘଟଣାରେ ୫ ସହଯୋଗୀଙ୍କୁ ଫସାଇବାକୁ ପ୍ରଦୀପ୍ତ ଚକ୍ରବ୍ୟୁହ କରି ବନ ବିଭାଗକୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ। ତଦନ୍ତରେ ଅସହଯୋଗ ଓ ନଟ ରିଚେବୁଲ ଏରିଆରୁ ମେସେଜ ପଠାଇବା ଘଟଣା ମିଥ୍ୟା ସୂଚନାକାରୀଙ୍କୁ ସନ୍ଦେହରେ ପକାଇଥିଲା।
ପ୍ରାପ୍ତ ସୂଚନା ଅନୁସାରେ, କୁଞ୍ଜବନଗଡ଼ର ପ୍ରଦୀପ୍ତ ଜଣେ ହନୁମାନ ପଇସା ବ୍ୟବସାୟୀ। ତାଙ୍କର ୫ ଜଣ ସହଯୋଗୀଙ୍କ ସହ ବ୍ୟବସାୟରେ ତିକ୍ତତା ଦେଖା ଦେଇଥିଲା। ୫ ସହଯୋଗୀଙ୍କୁ ଫସାଇବାକୁ ପ୍ରଦୀପ୍ତ ବନ ବିଭାଗକୁ ହାତବାରିଶି କରି ଗିରଫ କରିବାକୁ ଚକ୍ରବ୍ୟୁହ କରିଥିଲେ। ୫ ସହଯୋଗୀ ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ବ୍ୟବସାୟୀ ବୋଲ ଡିଏଫ୍‌ଓଙ୍କୁ କହିଥିଲେ। ଏପରିକି ସେମାନଙ୍କ ଘରେ ହାତୀ ଦାନ୍ତ, ବାଘ ଛାଲ ଓ ଚନ୍ଦନ କାଠ ରହିଥିବା କହିଥିଲେ। କିଛି ଫଟୋ ହ୍ବାଟସ ଅପରେ ଡିଏଫ୍‌ଓଙ୍କୁ ଦେଇଥିଲେ। ଏହାର ଗୁମର ଖୋଲିବାକୁ ଡିଏଫ୍‌ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ, ନୟାଗଡ଼ ବନଖଣ୍ଡର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠନ କରିଥିଲେ ୫ଟି ଟିମ୍‌। ୫ଟି ଟିମ୍‌ ରବିବାର ଭୋରରୁ ବସନ୍ତପୁର, ଦଶପଲ୍ଲା ପରି ୫ଟି ସ୍ଥାନ ଉପରେ ଚଢ଼ାଉ କରି ବସନ୍ତପୁରରୁ ବାପ ପୁଅ ୨ଜଣ, ଜଣେ ବାବାଙ୍କ ସମେତ ୫ ଜଣଙ୍କୁ ଉଠାଇ ଆଣିଥିଲା। ନୂଆଗଁା ବ୍ଳକ ମାଇଛେଳିସ୍ଥିତ ନର୍ସରୀରେ ୫ଜଣଙ୍କୁ ଏକାଠି କରି ପଚରାଉଚୁରା କରିଥିଲା। ଅଟକ ୫ଜଣଙ୍କୁ ପଚରାଉଚୁରା ପରେ ସୂଚନାଦାତାଙ୍କ ସୂଚନା ମିଥ୍ୟା ଥିଲା ବୋଲି ଜଣାପଡ଼ଥିଲା। ଏପରିକି ହନୁମାନ ପଇସାକୁ ନେଇ ଦେଖା ଦେଇଥିବା ବିବାଦକୁ ନେଇ ୫ଜଣ ଫସିଥାନ୍ତେ ବୋଲି ବନ ବିଭାଗ ଜାଣି ପାରିଥିଲା। ଅନ୍ୟପକ୍ଷେ ସୂଚନାଦାତା ତଦନ୍ତରେ ସହଯୋଗ ନ କରିବା, ନଟ ରିଚେବୁଲ ଏରିଆରେ ରହି ଫୋନରେ ମେସେଜ ଓ ହ୍ବାଟସ୍‌ ଅପ କରିବା କହିବା ଘଟଣା ଅଧିକ ସନ୍ଦେହ ବଢ଼ାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri