ଓଡିଏଫ୍‌ ପ୍ଲସ୍‌ ମାନ୍ୟତା ସତ୍ତ୍ୱେ ବାହ୍ୟମଳମୁକ୍ତ ହୋଇ ପାରୁନି ଭୁବନେଶ୍ୱର

ଭୁବନେଶ୍ୱର,୧୦।୭ (ବନ୍ଦନା ସେଠୀ) : ରାଜଧାନୀ ଭୁବନେଶ୍ବରର ଅଧିକାଂଶ ଅଞ୍ଚଳ ଏବେ ମୁକ୍ତାକାଶ ଶୌଚାଳୟ ପାଲଟିଛି। ସହରରେ ୨୦୦ରୁ ଊଦ୍ଧର୍‌ବ ପବ୍ଲିକ ଟଏଲେଟ ଓ କମ୍ୟୁନିଟି ଟଏଲେଟ ନିର୍ମାଣ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ସେଗୁଡିକୁ ଦେୟମୁକ୍ତ ମଧ୍ୟ କରାଯାଇଛି। ମାତ୍ର ଏହାସତ୍ତ୍ବେ ଜନସାଧାରଣ ଖୋଲାରେ ଶୌଚ କରୁଥିବା ନଜିର ରହିଛି। ଯାହାକି ପରିବେଶକୁ ଅପରିଷ୍କାର କରିବା ସହ ସହରର ଚିତ୍ରକୁ ମଳିନ କରୁଛି। ବାହାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଏବଂ ପରିସ୍ରା କଲେ ୧୫୦ଟଙ୍କା ଜରିମାନା ଆଦାୟ ହେବା ନେଇ ୨୦୧୯ ନଭେମ୍ବର ୧୬ରେ ବିଏମ୍‌ସି ପକ୍ଷରୁ ଘୋଷଣା ହୋଇଥିଲା। ବିଭିନ୍ନ ସ୍ଥାନରେ ଯାଞ୍ଚ କରିବାକୁ ସ୍କ୍ବାଡ୍‌ ମଧ୍ୟ ଗଠନ ହୋଇଛି। ହେଲେ ଦିନେ ଦୁଇ ଦିନ ଯାଞ୍ଚ ପରେ ସବୁ ଠପ୍‌। ବାହ୍ୟ ମଳମୁକ୍ତ ସହର ଭାବେ ୨୦୨୧ରେ ବିଏମ୍‌ସିକୁ ଓଡିଏଫ ପ୍ଲସ୍‌ ମାନ୍ୟତା ମିଳିଥିଲା। ଅର୍ଥାତ୍‌ ସହରରେ କେହି ବାହାରେ ମଳ, ମୂତ୍ର ତ୍ୟାଗ କରୁ ନାହାନ୍ତି। ସମସ୍ତଙ୍କ ଘରେ ଶୌଚାଳୟ ରହିଛି। ବାସ୍ତବରେ ସହରର ସ୍ଥିତି କିଛି ଭିନ୍ନ ରହିଛି। ଯେଉଁଠି ଟିକେ ଖୋଲା ସ୍ଥାନ ମିଳୁଛି କିମ୍ବା, ପାଚେରି କଡ, ଡ୍ରେନ କଡ ଆଦିରେ ଲୋକମାନେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି। ଏପରିକି ଏଠାରେ ପରିସ୍ରା କରନ୍ତୁ ନାହିଁ, ନଚେତ୍‌ ଜରିମାନା ଦେବାକୁ ପଡିବ ବୋଲି ଲେଖା ହୋଇଥିଲେ ବି ତାକୁ କେହି ମାନୁ ନାହାନ୍ତି। ବିଏମ୍‌ସି ମଧ୍ୟ ଏ ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ଲୋକମାନେ ନିୟମ ମାନୁ ନାହାନ୍ତି। ଅପରପକ୍ଷେ ସହରରେ ଥିବା କେତେକ ଇ-ଟଏଲେଟ୍‌ରେ ତାଲା ଝୁଲୁଥିବାବେଳେ ଆଉ କେତେକ ଅଚଳ ଅବସ୍ଥାରେ ରହିଛି। ତେଣୁ କାଗଜପତ୍ରରେ ବିଏମ୍‌ସି କର୍ତ୍ତୃପକ୍ଷ ଭୁବନେଶ୍ବରକୁ ଯେମିତି ସ୍ବଚ୍ଛ ଓ ମଳମୁକ୍ତ ସହର ଭାବେ ଦେଖାଉଛନ୍ତି ବାସ୍ତବରେ ତାହା ନାହିଁ। ଯୋଜନାବଦ୍ଧ ଭିତ୍ତିଭୂମି ଅଭାବ ଏବଂ ନିୟମକୁ କଡାକଡି ଭାବେ ଲାଗୁ କରାଯାଉ ନ ଥିବାରୁ ଭୁବନେଶ୍ବର ସ୍ବଚ୍ଛ ସହରରେ ପରିଣତ ହୋଇ ପାରୁନାହିଁ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଓଡିଏଫ ପ୍ଲସ୍‌ର ନିୟମାବଳୀ ଅନୁସାରେ, ସର୍ବସାଧାରଣରେ ଶୌଚାଳୟ ସେବା ମିଳିବା ସହ ସହର ବାହ୍ୟ ମଳମୁକ୍ତ ହୋଇଥିବ। ସେହିପରି ବିଜ୍ଞାନସମ୍ମତ ମଳ ପରିଚାଳନା, ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବ, ବ୍ୟକ୍ତିଗତ ପାଇଖାନାଗୁଡିକ ସ୍ବେରେଜ ଲାଇନ ସହ ସଂଯୋଗ ଏବଂ ପ୍ରତ୍ୟେକ ଘରୋଇ ପାଇଖାନାର ଦୁଇଟି ସେଫ୍ଟିକ ଟାଙ୍କି ରହିଥିବ, ସେଫ୍ଟିକ ଟାଙ୍କି ନିୟମିତ ସଫା ହେଉଥିବ ଏବଂ ଏହି ସଂକ୍ରାନ୍ତୀୟ ସେବା ଲୋକଙ୍କୁ ନିୟମିତ ମିଳୁଥିବ, ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହୋଇଥିବେ, ମଳ ପରିଚାଳନା ଉଲ୍ଲଘଂନ କରିଥିବା ସଂସ୍ଥାକୁ ଜରିମାନା କରାଯାଉଥିବା, ପରିମଳ ସମ୍ବନ୍ଧୀୟ ବାଇ ଲ’ ଥିବ ଏବଂ ଏହା ଅନୁଯାୟୀ ପଦକ୍ଷେପ ନିଆଯାଉଥିବ। ତେବେ ଭୁବନେଶ୍ୱରକୁ ଏହି ମାନ୍ୟତା ମିଳିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ବଜାୟ ରଖିବା କଥା ସତେ ଯେପରି ଭୁଲି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?