ବାନ୍ଧିପାରୁନି ବନ ବିଭାଗ

ବଇଣ୍ଡା,୨୨।୪(ପରିକ୍ଷିତ ସାହୁ) ଫାଶରେ ପଡ଼ି ଛାଟିପିଟି ହେଉଥିବା କଲରାପତରିଆକୁ ଗୁଳି କରିଥିଲେ ଶିକାରୀ। ପରେ ନଖ କାଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ୪ ମାସ ବିତିଗଲାଣି। ହେଲେ ତଦନ୍ତ ଓ ଚଢ଼ାଉରେ ସୀମିତ ରହିଛି ବନ ବିଭାଗର କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତ ଶିକାରୀମାନେ ଜଙ୍ଗଲରେ ପୁନଃ ସକ୍ରିୟ ରହିଥିଲେ ମଧ୍ୟ ସେମାନଙ୍କୁ ବାନ୍ଧିବା ତ ଦୂରର କଥା ଏଯାଏ ସନ୍ଧାନ କରିପାରୁନି ବନ ବିଭାଗ। ଏହାକୁ ନେଇ ସାମାଜିକ କର୍ମୀ ଓ ପରିବେଶବିତ୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ପ୍ରକାଶ ଯେ, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅନୁଗୋଳ ଜିଲାର ଆଠମଲ୍ଲିକ ଅଞ୍ଚଳରେ ଶିକାରୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ସାତକୋଶିଆ ସଂଲଗ୍ନ ଏସବୁ ଜଙ୍ଗଲରେ ବହୁ ସଂଖ୍ୟାରେ ଜୀବଜନ୍ତୁ ଥିବାରୁ ଶିକାରୀଙ୍କ ଅବାଧ ପ୍ରବେଶ ଚିନ୍ତାର କାରଣ ହୋଇଛି। ଗତ ୧୭ ଡିସେମ୍ବର ୨୦୨୧ ରାତିରେ ହଣ୍ଡପା ରେଞ୍ଜ ପେଡ଼ିପଥର ସେକ୍ସନ ବାତ୍ରାଖୋଳ ଜଙ୍ଗଲ ନିକଟ ପିରମଳିହାସ୍ଥିତ ଏକ ବିଲରେ ବାର୍‌ହା ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ ଫାଶ ବସାଇଥିବା ବେଳେ ସେଥିରେ ୬ ବର୍ଷୀୟ କଲରାପତରିଆ ବାଘ ପଡିଯାଇଥିଲା। ଦୂରରେ ଛକି ରହିଥିବା ଶିକାରୀମାନେ ଏହା ଦେଖିବା ପରେ ବାଘ ଦେହକୁ ଗୁଳି ମାରିଥିଲେ। ପରେ ମୃତ ବାଘର ନଖ କାଟିନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରଦିନ କେତେଜଣ ଗାଈ ଚରାଳିଙ୍କଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ବନ ବିଭାଗର ବହୁ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ। ନିକଟସ୍ଥ ଅଞ୍ଚଳର ୪ ଜଣ ଶିକାରୀ ଏଥିରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ହେଲେ ସେମାନଙ୍କୁ ଗିରଫ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଏପରି ଅପାରଗତା ଦେଖି କିଛିଦିନ ହେଳା ଶିକାରୀମାନେ ଏହି ଅଞ୍ଚଳରେ ପୁଣି ଜନ୍ତୁ ଶିକାର ଆରମ୍ଭ କରିଛନ୍ତି। ଏପରି କି ସେମାନେ ଖୋଲାମେଲାରେ ବୁଲୁଥିବା ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ଠିକ୍‌ ସମୟରେ ଚଢ଼ାଉ କରାଯାଉ ନ ଥିବାରୁ ଶିକାରୀଙ୍କୁ ଗିରଫ କରାଯାଇ ପାରୁ ନ ଥିବା ବାତ୍ରାଖୋଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ବନ ବିଭାଗ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଦାୟୟିତ୍ୱରେ ଥିବା ଅନୁଗୋଳ ଡିଏଫ୍‌ଓ ବିବେକ କୁମାର କହିଛନ୍ତି, ବାଘ ଶିକାରରେ ସମ୍ପୃକ୍ତ ଥିବା ଶିକାରୀମାନଙ୍କୁ ଧରିବା ପାଇଁ ଅନେକ ଥର ଚଢ଼ାଉ କରାଯାଇଛି। ଫେରାର ଥିବା ଯୋଗୁ ସେମାନଙ୍କୁ ଗିରଫ କରାଯାଇପାରୁ ନାହିଁ। ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri