ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ଆତଙ୍କ

ମହାକାଳପଡ଼ା ,୨୧ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳ କାଜୁ ଜଙ୍ଗଲ ମଧ୍ୟ ନଳଗୋଠ ଫାର୍ମ ରାସ୍ତାରେ ଏକ କିମି ପର୍ଯ୍ୟନ୍ତ ଏକ ଅଜଣା ଜନ୍ତୁର ପାଦଚିହ୍ନ ପଡିଛି। ଜଙ୍ଗଲ ବାଲି ରାସ୍ତାରେ ଏହି ଅଜଣା ଜନ୍ତୁ ଚାଲିକି ଯାଇଛି। ତେବେ ପାଦ ଚିହ୍ନଟି ମଣିଷ ପରି ଦୁଇ ପାଦିଆ ହୋଇଥିବା ବେଳେ ବାଘର ପାଦ ସଦୃଶ ଭଳି ଦେଖିବାକୁ ମିଳିଛି। ଏହି ପାଦର ସମ୍ମୁଖ ଭାଗ ତିନି ମୁନିଆ ଓ ପଛ ପଟରୁ ଏକ ମୁନିଆ ଦେଖାଯିବା ସହ ମଝି ଅଂଶଟି ଗୋଲାକାର ହୋଇ ଉପରକୁ ରହିଛି ବୋଲି ସ୍ଥାନୀୟ ଲୋକେ ଶନିବାର ଦେଖି କହିଛନ୍ତି। କେଉଁ ଜନ୍ତୁଟି ଦୁଇ ପାଦରେ ସିଧାସଳଖ ଚାଲିକି ଯାଇଛି ତାହା କେହି କହି ପାରୁନାହାନ୍ତି। ପାଦ ଚିହ୍ନ ମଝିରେ ୧୮ରୁ ୨୦ ଇଞ୍ଚ ଖାଲି ରହିଛି। ଜଙ୍ଗଲରେ ଏଭଳି ପାଦ ଚିହ୍ନ କେବେ ଦେଖି ନ ଥିବା ମଇଁଷିପାଳକ ଦୋଳ ଗୋବିନ୍ଦ ଜେନା, ଶ୍ରୀମନ୍ତ ମଣ୍ଡଳ, ସଞ୍ଜୟ ମଣ୍ଡଳ, ସୁବାସ ଦାସ, ହରେକୃଷ୍ଣ ମଣ୍ଡଳ କହିଛନ୍ତି। ବରଜ ଗଁାର ଶିଶିର ଦାସଙ୍କୁ ପଚାରିବାରେ ଏହି ଜଙ୍ଗଲ ନିକଟରେ ଶହେରୁ ଅଧିକ ମଇଁଷିଗୋଠରେ ରହି ଚରାବୁଲା କରନ୍ତି। ପାଦ ଚିହ୍ନକୁ ନେଇ ମନରେ ବହୁ ଭୟ ଲାଗୁଛି, ସବୁଦିନ ରାତିରେ ଏକ କିମି ଦୂର ଜଙ୍ଗଲ ମଧ୍ୟ ଦେଇ ଘରକୁ ଆସିଥାଉ ବୋଲି ସେ କହିଛନ୍ତି।
ରାମନଗର ଅଞ୍ଚଳରେ ୩୫୦ରୁ ଊର୍ଦ୍ଧ୍ୱ ହେକ୍ଟର କାଜୁ ଜଙ୍ଗଲ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ସରୀସୃପ ଓ ଜୀବଜନ୍ତୁ ଦେଖିବାକୁ ମିଳନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଜଙ୍ଗଲର ଚତୁଃପାର୍ଶ୍ୱକୁ ଘେରି ରହିଛି ନଳଗୋଠ, ବାଲିପାଟ, ପିତାପାଟ, ବରଜ ବହାକୁଦ, ରାମନଗର, ବିବି କଲୋନୀ। ଗଁାର ଲୋକ ଦୈନନ୍ଦିନ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ତେବେ ଅଜଣା ଜନ୍ତୁର ପାଦ ଚିହ୍ନ ପଡ଼ିବା ପରେ ସଞ୍ଜ ନଇଁଲେ ରାସ୍ତା ଦେଇ ଯିବା ଆସିବା କରିବାକୁ ଲୋକେ ଭୟ କଲେଣି। ଏ ସମ୍ପର୍କରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କୁ ପଚାରିବାରେ ଅଜଣା ଜନ୍ତୁ ପାଦ ଚିହ୍ନ ସମ୍ପର୍କରେ ରବିବାର ଖବର ପାଇଛୁ। ଘଟଣାସ୍ଥଳକୁ ବିଭାଗର କର୍ମଚାରୀ ଯାଇ ତଦନ୍ତ କରିବେ। ଜଙ୍ଗଲରେ ଆଉ କେଉଁ ସ୍ଥାନରେ ଏଭଳି ପାଦ ଚିହ୍ନ ଅଛି କି ନାହିଁ ତାହା ଅନୁଧ୍ୟାନ କରିବୁ ବୋଲି ସେ କହିଛନ୍ତି। ପରିବେଶବିତ୍‌ ସମରେନ୍ଦ୍ର ମାହାଳି କୁହନ୍ତି, ପ୍ରଥମ ଥର ପାଇଁ ଏ ଅଞ୍ଚଳରେ ଏଭଳି ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନକୁ ନେଇ କିଛି ଭୟଭୀତ ହେବା ଆବଶ୍ୟକ ନାହିଁ। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ସରୀସୃପ ଓ ବନ୍ୟଜନ୍ତୁ ବାସ କରନ୍ତି। ବନ ବିଭାଗ ପାଦ ଚିହ୍ନର ନମୁନା ସଂଗ୍ରହ କରି ଏହା କେଉଁ ଜନ୍ତୁର ତାହା ତଦନ୍ତ କରି ଲୋକଲୋଚନକୁ ଆଣିବାକୁ ମାହାଳି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri