ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ଆତଙ୍କ

ମହାକାଳପଡ଼ା ,୨୧ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳ କାଜୁ ଜଙ୍ଗଲ ମଧ୍ୟ ନଳଗୋଠ ଫାର୍ମ ରାସ୍ତାରେ ଏକ କିମି ପର୍ଯ୍ୟନ୍ତ ଏକ ଅଜଣା ଜନ୍ତୁର ପାଦଚିହ୍ନ ପଡିଛି। ଜଙ୍ଗଲ ବାଲି ରାସ୍ତାରେ ଏହି ଅଜଣା ଜନ୍ତୁ ଚାଲିକି ଯାଇଛି। ତେବେ ପାଦ ଚିହ୍ନଟି ମଣିଷ ପରି ଦୁଇ ପାଦିଆ ହୋଇଥିବା ବେଳେ ବାଘର ପାଦ ସଦୃଶ ଭଳି ଦେଖିବାକୁ ମିଳିଛି। ଏହି ପାଦର ସମ୍ମୁଖ ଭାଗ ତିନି ମୁନିଆ ଓ ପଛ ପଟରୁ ଏକ ମୁନିଆ ଦେଖାଯିବା ସହ ମଝି ଅଂଶଟି ଗୋଲାକାର ହୋଇ ଉପରକୁ ରହିଛି ବୋଲି ସ୍ଥାନୀୟ ଲୋକେ ଶନିବାର ଦେଖି କହିଛନ୍ତି। କେଉଁ ଜନ୍ତୁଟି ଦୁଇ ପାଦରେ ସିଧାସଳଖ ଚାଲିକି ଯାଇଛି ତାହା କେହି କହି ପାରୁନାହାନ୍ତି। ପାଦ ଚିହ୍ନ ମଝିରେ ୧୮ରୁ ୨୦ ଇଞ୍ଚ ଖାଲି ରହିଛି। ଜଙ୍ଗଲରେ ଏଭଳି ପାଦ ଚିହ୍ନ କେବେ ଦେଖି ନ ଥିବା ମଇଁଷିପାଳକ ଦୋଳ ଗୋବିନ୍ଦ ଜେନା, ଶ୍ରୀମନ୍ତ ମଣ୍ଡଳ, ସଞ୍ଜୟ ମଣ୍ଡଳ, ସୁବାସ ଦାସ, ହରେକୃଷ୍ଣ ମଣ୍ଡଳ କହିଛନ୍ତି। ବରଜ ଗଁାର ଶିଶିର ଦାସଙ୍କୁ ପଚାରିବାରେ ଏହି ଜଙ୍ଗଲ ନିକଟରେ ଶହେରୁ ଅଧିକ ମଇଁଷିଗୋଠରେ ରହି ଚରାବୁଲା କରନ୍ତି। ପାଦ ଚିହ୍ନକୁ ନେଇ ମନରେ ବହୁ ଭୟ ଲାଗୁଛି, ସବୁଦିନ ରାତିରେ ଏକ କିମି ଦୂର ଜଙ୍ଗଲ ମଧ୍ୟ ଦେଇ ଘରକୁ ଆସିଥାଉ ବୋଲି ସେ କହିଛନ୍ତି।
ରାମନଗର ଅଞ୍ଚଳରେ ୩୫୦ରୁ ଊର୍ଦ୍ଧ୍ୱ ହେକ୍ଟର କାଜୁ ଜଙ୍ଗଲ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ସରୀସୃପ ଓ ଜୀବଜନ୍ତୁ ଦେଖିବାକୁ ମିଳନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଜଙ୍ଗଲର ଚତୁଃପାର୍ଶ୍ୱକୁ ଘେରି ରହିଛି ନଳଗୋଠ, ବାଲିପାଟ, ପିତାପାଟ, ବରଜ ବହାକୁଦ, ରାମନଗର, ବିବି କଲୋନୀ। ଗଁାର ଲୋକ ଦୈନନ୍ଦିନ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ତେବେ ଅଜଣା ଜନ୍ତୁର ପାଦ ଚିହ୍ନ ପଡ଼ିବା ପରେ ସଞ୍ଜ ନଇଁଲେ ରାସ୍ତା ଦେଇ ଯିବା ଆସିବା କରିବାକୁ ଲୋକେ ଭୟ କଲେଣି। ଏ ସମ୍ପର୍କରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କୁ ପଚାରିବାରେ ଅଜଣା ଜନ୍ତୁ ପାଦ ଚିହ୍ନ ସମ୍ପର୍କରେ ରବିବାର ଖବର ପାଇଛୁ। ଘଟଣାସ୍ଥଳକୁ ବିଭାଗର କର୍ମଚାରୀ ଯାଇ ତଦନ୍ତ କରିବେ। ଜଙ୍ଗଲରେ ଆଉ କେଉଁ ସ୍ଥାନରେ ଏଭଳି ପାଦ ଚିହ୍ନ ଅଛି କି ନାହିଁ ତାହା ଅନୁଧ୍ୟାନ କରିବୁ ବୋଲି ସେ କହିଛନ୍ତି। ପରିବେଶବିତ୍‌ ସମରେନ୍ଦ୍ର ମାହାଳି କୁହନ୍ତି, ପ୍ରଥମ ଥର ପାଇଁ ଏ ଅଞ୍ଚଳରେ ଏଭଳି ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନକୁ ନେଇ କିଛି ଭୟଭୀତ ହେବା ଆବଶ୍ୟକ ନାହିଁ। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ସରୀସୃପ ଓ ବନ୍ୟଜନ୍ତୁ ବାସ କରନ୍ତି। ବନ ବିଭାଗ ପାଦ ଚିହ୍ନର ନମୁନା ସଂଗ୍ରହ କରି ଏହା କେଉଁ ଜନ୍ତୁର ତାହା ତଦନ୍ତ କରି ଲୋକଲୋଚନକୁ ଆଣିବାକୁ ମାହାଳି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?