ଅଜଣା ଜନ୍ତୁର ପାଦଚିହ୍ନକୁ ନେଇ ଆତଙ୍କ

ମହାକାଳପଡ଼ା ,୨୧ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଅଞ୍ଚଳ କାଜୁ ଜଙ୍ଗଲ ମଧ୍ୟ ନଳଗୋଠ ଫାର୍ମ ରାସ୍ତାରେ ଏକ କିମି ପର୍ଯ୍ୟନ୍ତ ଏକ ଅଜଣା ଜନ୍ତୁର ପାଦଚିହ୍ନ ପଡିଛି। ଜଙ୍ଗଲ ବାଲି ରାସ୍ତାରେ ଏହି ଅଜଣା ଜନ୍ତୁ ଚାଲିକି ଯାଇଛି। ତେବେ ପାଦ ଚିହ୍ନଟି ମଣିଷ ପରି ଦୁଇ ପାଦିଆ ହୋଇଥିବା ବେଳେ ବାଘର ପାଦ ସଦୃଶ ଭଳି ଦେଖିବାକୁ ମିଳିଛି। ଏହି ପାଦର ସମ୍ମୁଖ ଭାଗ ତିନି ମୁନିଆ ଓ ପଛ ପଟରୁ ଏକ ମୁନିଆ ଦେଖାଯିବା ସହ ମଝି ଅଂଶଟି ଗୋଲାକାର ହୋଇ ଉପରକୁ ରହିଛି ବୋଲି ସ୍ଥାନୀୟ ଲୋକେ ଶନିବାର ଦେଖି କହିଛନ୍ତି। କେଉଁ ଜନ୍ତୁଟି ଦୁଇ ପାଦରେ ସିଧାସଳଖ ଚାଲିକି ଯାଇଛି ତାହା କେହି କହି ପାରୁନାହାନ୍ତି। ପାଦ ଚିହ୍ନ ମଝିରେ ୧୮ରୁ ୨୦ ଇଞ୍ଚ ଖାଲି ରହିଛି। ଜଙ୍ଗଲରେ ଏଭଳି ପାଦ ଚିହ୍ନ କେବେ ଦେଖି ନ ଥିବା ମଇଁଷିପାଳକ ଦୋଳ ଗୋବିନ୍ଦ ଜେନା, ଶ୍ରୀମନ୍ତ ମଣ୍ଡଳ, ସଞ୍ଜୟ ମଣ୍ଡଳ, ସୁବାସ ଦାସ, ହରେକୃଷ୍ଣ ମଣ୍ଡଳ କହିଛନ୍ତି। ବରଜ ଗଁାର ଶିଶିର ଦାସଙ୍କୁ ପଚାରିବାରେ ଏହି ଜଙ୍ଗଲ ନିକଟରେ ଶହେରୁ ଅଧିକ ମଇଁଷିଗୋଠରେ ରହି ଚରାବୁଲା କରନ୍ତି। ପାଦ ଚିହ୍ନକୁ ନେଇ ମନରେ ବହୁ ଭୟ ଲାଗୁଛି, ସବୁଦିନ ରାତିରେ ଏକ କିମି ଦୂର ଜଙ୍ଗଲ ମଧ୍ୟ ଦେଇ ଘରକୁ ଆସିଥାଉ ବୋଲି ସେ କହିଛନ୍ତି।
ରାମନଗର ଅଞ୍ଚଳରେ ୩୫୦ରୁ ଊର୍ଦ୍ଧ୍ୱ ହେକ୍ଟର କାଜୁ ଜଙ୍ଗଲ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ସରୀସୃପ ଓ ଜୀବଜନ୍ତୁ ଦେଖିବାକୁ ମିଳନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଜଙ୍ଗଲର ଚତୁଃପାର୍ଶ୍ୱକୁ ଘେରି ରହିଛି ନଳଗୋଠ, ବାଲିପାଟ, ପିତାପାଟ, ବରଜ ବହାକୁଦ, ରାମନଗର, ବିବି କଲୋନୀ। ଗଁାର ଲୋକ ଦୈନନ୍ଦିନ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ତେବେ ଅଜଣା ଜନ୍ତୁର ପାଦ ଚିହ୍ନ ପଡ଼ିବା ପରେ ସଞ୍ଜ ନଇଁଲେ ରାସ୍ତା ଦେଇ ଯିବା ଆସିବା କରିବାକୁ ଲୋକେ ଭୟ କଲେଣି। ଏ ସମ୍ପର୍କରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କୁ ପଚାରିବାରେ ଅଜଣା ଜନ୍ତୁ ପାଦ ଚିହ୍ନ ସମ୍ପର୍କରେ ରବିବାର ଖବର ପାଇଛୁ। ଘଟଣାସ୍ଥଳକୁ ବିଭାଗର କର୍ମଚାରୀ ଯାଇ ତଦନ୍ତ କରିବେ। ଜଙ୍ଗଲରେ ଆଉ କେଉଁ ସ୍ଥାନରେ ଏଭଳି ପାଦ ଚିହ୍ନ ଅଛି କି ନାହିଁ ତାହା ଅନୁଧ୍ୟାନ କରିବୁ ବୋଲି ସେ କହିଛନ୍ତି। ପରିବେଶବିତ୍‌ ସମରେନ୍ଦ୍ର ମାହାଳି କୁହନ୍ତି, ପ୍ରଥମ ଥର ପାଇଁ ଏ ଅଞ୍ଚଳରେ ଏଭଳି ପାଦ ଚିହ୍ନ ଦେଖିବାକୁ ମିଳିଛି। ଏହି ପାଦ ଚିହ୍ନକୁ ନେଇ କିଛି ଭୟଭୀତ ହେବା ଆବଶ୍ୟକ ନାହିଁ। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ସରୀସୃପ ଓ ବନ୍ୟଜନ୍ତୁ ବାସ କରନ୍ତି। ବନ ବିଭାଗ ପାଦ ଚିହ୍ନର ନମୁନା ସଂଗ୍ରହ କରି ଏହା କେଉଁ ଜନ୍ତୁର ତାହା ତଦନ୍ତ କରି ଲୋକଲୋଚନକୁ ଆଣିବାକୁ ମାହାଳି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରୁ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଲେ ୧୦୭୪ ପ୍ରବାସୀ

ରାୟଗଡ଼ା ଅଫିସ,୭।୬: କେରଳରେ କାମ କରୁଥିବା ପ୍ରବାସୀ ଶ୍ରମିକ ସତନ୍ତ୍ର ଟ୍ରେନ ଯୋଗେ ଫେରିଛନ୍ତି। ୧୦୭୪ ଜଣ ପ୍ରବାସୀ ଶ୍ରମିକ କେରଳର ଆଲ୍ଲେପି ସମ୍ବଲପୁର ଟ୍ରେନରେ...

ଭୋକ ଉପାସରେ ୯ ଦିନ: ଧାରଣା ଦେଲେ ଆଦିବାସୀ ପରିବାର

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର କେତେକ ଦିନମଜୁରିଆ ଆଦିବାସୀ ପରିବାର ୯ଦିନ ଭୋକ ଉପାସରେ ରହିବା ପରେ...

ଉଜୁଡ଼ିଯିବ ରବିଧାନ ଫସଲ

ସମ୍ବଲପୁର,୧୧ା୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରି କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୩୦...

ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍‌ ବାଳକ ବିଦ୍ୟାଳୟ...

ପାଣି ପାଇଁ ଡହଳ ବିକଳ

ବାଲେଶ୍ୱର ଅଫିସ, ୨୧।୧୨: ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ଖେଦରପୁର ଓ ନାୟକସାହି ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି...

ଜନତା କର୍ଫ୍ୟୁ ଆହ୍ବାନ: ଚାରିଆଡ଼େ ଖାଁ ଖାଁ

ରାଜନଗର,୨୨।୩(ଡି.ଏନ୍‌.ଏ.): ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁଠାରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନକୁ କେନ୍ଦ୍ରାପଡ଼ା ଜିଲା...

ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ

ଭଞ୍ଜନଗର,୧।୪(ଡି.ଏନ.ଏ.)- କରୋନା ଯୋଗୁ ସରକାରଙ୍କ ପକ୍ଷରୁ ବୁଧବାର ଉତ୍କଳ ଦିବସ ପାଳନ କରାଯାଇନାହିଁ। କିନ୍ତୁ ଭଞ୍ଜନଗର ବାର୍‌ ଆସୋସିଏଶନ, ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପ୍ରମୁଖ ସ୍ଥାନରେ...

ପୂର୍ବ ଭାରତକୁ ଅଭିବୃଦ୍ଧିର ସ୍ଥାୟୀ ଇଞ୍ଜିନ କରିବାକୁ ଉଦ୍ୟମ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆତ୍ମନିର୍ଭର ଭାରତ ପାଇଁ ଲଗାତର ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଗତ ବର୍ଷଗୁଡିକରେ ଆମେ ରିଫାଇନିଂ ଏବଂ...

Advertisement
Archives

Model This Week