ଦିଗପହଣ୍ଡିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ

ଦିଗପହଣ୍ଡି, ୫।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଅନେକ ଗ୍ରାମାଞ୍ଚଳରେ ରାଶନ କାର୍ଡ ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ହେଲେ ସେମାନଙ୍କୁ ରାଶନ କାର୍ଡ ମିଳୁନାହିଁ। ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ବହୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ରାଶନ କାର୍ଡ ଥିଲେ ମଧ୍ୟ ଆଧାର କାର୍ଡରେ ସେମାନଙ୍କ ନାଁ ଭୁଲ ଥିବା ସହ ଫିଙ୍ଗର ପ୍ରିଣ୍ଟ ମିଶୁ ନଥିବାରୁ ସେମାନଙ୍କୁ ରାଶନ କାର୍ଡ ତାଲିକାରୁ ବାଦ୍‌ ଦିଆଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତର ଅନୁସୂଚିତ ଜନଜାତି ବହୁଳ ଛଣବଗଡ, ତଡାସାହି, ନୂଆଗାଁ, ମଳକୁଟପଲ୍ଲି, କିଞ୍ଚରଡ଼ା, ଡଲି ମହୁଲପଡ଼ା, ବାଟ ମହୁଲପଡ଼ା ଗାଁର ପ୍ରାୟ ୩୨ରୁ ଊଦ୍ଧର୍‌ବ ପରିବାରଙ୍କ ରାଶନ କାର୍ଡ ଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗତ ୬ ମାସରୁ ଊଦ୍ଧର୍‌ବ ହେଲା ଚାଉଳ ମିଳୁନଥିବା ସଙ୍ଗୀନ ଅଭିଯୋଗ ହୋଇଛି। ସରକାରୀ ଯୋଜନା ସେମାନଙ୍କ ପାଇଁ ବାଟବଣା ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା କାରଣରୁ ରାଶନ କାର୍ଡଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳିପାରୁନାହିଁ। ରାଶନ କାର୍ଡରେ ଚାଉଳ ପାଇବା ପାଇଁ ମଳକୁଟପଲ୍ଲି ଗାଁର ସୁବାସି ମଲ୍ଲିକ, ପଦ୍ମ ମଲ୍ଲିକ, ଯମୁନା ମଲ୍ଲିକ ପ୍ରଭୃତି ପରିବାର ମୁଖିଆ ମାନଙ୍କ ନାଁରେ ରାଶନ କାର୍ଡ ଥିଲେ ମଧ୍ୟ ସେମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଥିବା ସାନଡୁମ୍ବୁଳା ଗ୍ରାମର ସାମାଜିକ କର୍ମୀ ଡ.ପ୍ରଫୁଲ୍ଲ ପ୍ରଧାନ ଅଭିଯୋଗ କରିଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ପ୍ରାୟ ୩୨ ପରିବାରଙ୍କୁ ସେ ସୋମବାର ୨୦ କେଜି ଲେଖାଏ ଚାଉଳ ବଣ୍ଟନ କରିଛନ୍ତି। ପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡିକରେ ବହୁ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡରେ ଚାଉଳ ପାଇବା ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ଯୋଗାଣ ବିଭାଗ ଅଧିକାରୀ ଏବଂ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଥିବା ବେଳେ ସେମାନଙ୍କୁ ଚାଉଳ ମିଳୁନାହିଁ। ଆଜି ଆସ କାଲି ଆସ ଯୋଗାଣ ବିଭାଗ ଲିଙ୍କ୍‌ ଖୋଲୁ ନାହିଁ ବୋଲି କହି ଅଧିକାରୀ ମାନେ ସେମାନଙ୍କୁ ବାରମ୍ବାର ଦୌଡ଼ାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଦିଗପହଣ୍ଡି ଯୋଗାଣ ଅଧିକାରୀ ବ୍ରଜେଶରଏଙ୍କୁ ଏନେଇ ଯୋଗାଯୋଗ କରିବାରେ ବଡ଼ଡୁମ୍ବୁଳା ପଞ୍ଚାୟତର ଅନେକ ଗାଁରେ ରାଶନ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରାଯିବା ପରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ କାର୍ଡ ଥିବାରୁ ଅନେକ ରାଶନ କାର୍ଡ ହୋଲ୍ଡ ହୋଇଯାଇଛି। ଫଳରେ ଏସବୁ ଅସୁବିଧା ଉପୁଜିଛି। ସେ ଏନେଇ ପୂର୍ବରୁ ଅଭିଯୋଗ ପାଇବା ପରେ ତଦନ୍ତ କରିଥିଲେ। କିନ୍ତୁ ସରକାରୀ ସ୍ତରରେ ନୂଆ କାର୍ଡ ପାଇଁ ଟାର୍ଗେଟ ଆସିନଥିବା କାରଣରୁ ପ୍ରକୃତ ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ କରାଯାଇପାରିବ ନାହିଁ। ଏ ସମ୍ପର୍କରେ ଅଧିକା ଯାଞ୍ଚ କରାଯିବ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଚାୟତ ଯୋଗାଣ ସହାୟକ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ଏ ନେଇ ପଚାରିବାରୁ ଆଧାର କାର୍ଡ ସହ ରାଶନ କାର୍ଡ ଲିଙ୍କ୍‌ କାରଣରୁ ଅନେକ ହିତାଧିକାରୀଙ୍କ ଆଧାର କାର୍ଡ ମିସ୍‌ ମ୍ୟାଚିଂ କାରଣରୁ ରାଶନ କାର୍ଡ ତାଲିକାରୁ ନାଁ କଟିଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ପାଉଥିବା ହିତାଧିକାରୀଙ୍କ ଚାଉଳ କ’ଣ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri