ଉତ୍କଟ ହେବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ/ନ୍ୟୁୟର୍କ,୨୦ା୫:ଗତବର୍ଷ ଅଗଷ୍ଟରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ବଢ଼ିବାରେ ଲାଗିଛି। ପଡ଼ୋଶୀ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗୃହଯୁଦ୍ଧର କାରଣ ସାଜିଛି। ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଜନାକ୍ରୋଶର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ ଓ ନେପାଳରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଲାଣି। ଭାରତର ଆର୍ଥିକ ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ ଦେଶର ୨୦୦ ନିୟୁତ ଲୋକ ଖାଦ୍ୟ ଅସୁରକ୍ଷା ଦେଇ ଗତି କରୁଛନ୍ତି। ଉତ୍କଟ ଖାଦ୍ୟ ସଙ୍କଟ ଲାଗିରହିଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ହେଲା ଆଙ୍ଗୋଲା, ବୁର୍କିନା ଫାସୋ, ଚାଦ୍‌, କଙ୍ଗୋ ସାଧାରଣତନ୍ତ୍ର, ଇଥିଓପିଆ ହାଇତି, ହଣ୍ଡୁରାସ୍‌, କେନିଆ, ଲେବାନନ୍‌, ମାଡାଗାସ୍କାର, ମାଲି, ମୋଜାମ୍ବିକ୍‌, ନାଇଜର, ନାଇଜେରିଆ, ସୋମାଲିଆ, ଦକ୍ଷିଣ ସୁଦାନ, ସୁଦାନ୍‌, ସିରିଆ ଓ ୟେମେନ୍‌।

ଖାଦ୍ୟ ହେଉଛି ମଣିଷର ସର୍ବପ୍ରଥମ ମୌଳିକ ଆବଶ୍ୟକତା, ଯାହାକୁ ପ୍ରାୟତଃ ପ୍ରତ୍ୟେକ ରାଷ୍ଟ୍ରର ସମ୍ବିଧାନ ସୁନିଶ୍ଚିତ କରିଥାଏ। ଅର୍ଥାତ୍‌ ଦେଶବାସୀଙ୍କ ମୁହଁରେ ଦିଓଳି ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ସରକାରମାନଙ୍କ ସର୍ବୋଚ୍ଚ ପ୍ରାଥମିକତା। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଅନେକ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇ ଗୃହଯୁଦ୍ଧର କାରଣ ସାଜିଛି। ବିଶ୍ୱର ‘ବ୍ରେଡ୍‌ ବାସ୍କେଟ’ ନାମରେ ପରିଚିତ ୟୁକ୍ରେନ୍‌ ମାସକୁ ୪.୫ ନିୟୁତ ଟନ୍‌ କୃଷିଜାତ ସାମଗ୍ରୀ ରପ୍ତାନି କରୁଥିବାବେଳେ ଫେବୃୟାରୀ ୨୪ରେ ରୁଷିଆର ଆକ୍ରମଣ ପରଠାରୁ ଏହା ବନ୍ଦ ହୋଇଯାଇଛି। ୟୁକ୍ରେନୀୟ ବନ୍ଦରଗୁଡ଼ିକରେ ପୂର୍ବରୁ ଅମଳ ହୋଇଥିବା ପ୍ରାୟ ୨୦ ନିୟୁତ ଟନ୍‌ ଖାଦ୍ୟଶସ୍ୟ ପଡ଼ିରହିଛି। ଯୋଗାଣ ଶୃଙ୍ଖଳ ଧିମେଇ ଯାଇଥିବାରୁ ବିଶ୍ୱ ବଜାର ଉପରେ ଚାପ ବଢ଼ିବାରେ ଲାଗିଛି। ଜାତିସଂଘ ରିପୋର୍ଟ ଅନୁସାରେ ବିଶ୍ୱରେ ଖାଦ୍ୟ ସାମଗ୍ରୀର ଦରଦାମ ଗତବର୍ଷ ତୁଳନାରେ ୩୦% ବୃଦ୍ଧି ପାଇଛି। ଜଳବାୟୁ ପରିବର୍ତ୍ତନ ଓ ମହାମାରୀର ପ୍ରଭାବ କୋଟି କୋଟି ଲୋକଙ୍କୁ କ୍ଷୁଧା, ଖାଦ୍ୟ ଅସୁରକ୍ଷା, କୁପୋଷଣ ଓ ଅନଟନ ଭିତରକୁ ଠେଲିଦେଇଛି। ଆଗକୁ ଏହି ସଙ୍କଟ ଆହୁରି ଉତ୍କଟ ହେବ ବୋଲି ଜାତିସଂଘ ସମେତ ଅନେକ ଅନ୍ତର୍ଜାତୀୟ ସଂସ୍ଥା ସତର୍କ କରାଇଛନ୍ତି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମତରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଆଗକୁ ଅନେକ ବର୍ଷ ଧରି ବୈଶ୍ୱିକ ଖାଦ୍ୟ ସଙ୍କଟ ଦେଖାଦେଇପାରେ। ପୂର୍ବରୁ ୟୁକ୍ରେନୀୟ ବନ୍ଦରଗୁଡ଼ିକରୁ ବିଭିନ୍ନ ରାଷ୍ଟ୍ରକୁ ପର୍ଯ୍ୟାପ୍ତ ଖାଇବା ତେଲ ସମେତ ଗହମ, ବାଜରା ଭଳି ଖାଦ୍ୟଶସ୍ୟ ରପ୍ତାନି କରାଯାଉଥିଲା। କିନ୍ତୁ ଏହି ସଂଘର୍ଷ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ଆଗରେ ମସ୍ତବଡ଼ ପ୍ରତିବନ୍ଧକ ସାଜିଛି। ଏଥିଲାଗି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଅଁା ହୋଇଥିବାବେଳେ ଦରିଦ୍ର ଦେଶଗୁଡ଼ିକରେ ଖାଦ୍ୟ ନିରାପତ୍ତାର ସ୍ଥିତି ଦୟନୀୟ ହୋଇଯାଇଛି। ୟୁକ୍ରେନ୍‌ର ଖାଦ୍ୟ ଯୋଗାଣକୁ ପ୍ରାକ୍‌-ଯୁଦ୍ଧ ସ୍ଥିତିର ସ୍ତରକୁ ଉନ୍ନିତ କରା ନ ଗଲେ କେତେକ ଦେଶ ଦୀର୍ଘକାଳୀନ ଅନଟନକୁ ସାମ୍ନା କରିପାରନ୍ତି ବୋଲି ଗୁଟେରସ୍‌ ଚେତାଇଦେଇଛନ୍ତି।
ବିଶ୍ୱ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ବୁଧବାର କେତେକ ତ୍ୱରିତ ପଦକ୍ଷେପ ଘୋଷଣା କରାଯାଇଛି। କୃଷି, ପୋଷଣ, ସାମାଜିକ ସୁରକ୍ଷା, ଜଳ ଓ ଜଳସେଚନ କ୍ଷେତ୍ରରେ ଉନ୍ନତି ଆଣି ଏହାର ସମାଧାନ କରିବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ପାଇଁ ବିଶ୍ୱବ୍ୟାଙ୍କ ୩୦ ବିଲିୟନ୍‌ ଡଲାର ଆର୍ଥିକ ସହାୟତା ଯୋଗାଇଦେବ। ଏହି ପାଣ୍ଠିରେ ଖାଦ୍ୟ ଓ ସାର ଉତ୍ପାଦନ, ଖାଦ୍ୟ ବ୍ୟବସ୍ଥାକୁ ମଜଭୁତ କରିବା, ବାଣିଜ୍ୟ ଓ ପରିବହନକୁ ପ୍ରୋତ୍ସାହନ ଏବଂ ଉତ୍ପାଦକମାନଙ୍କୁ ସୁବିଧା ପ୍ରଦାନ କରାଯିବ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରି ଖାଦ୍ୟ ବଜାରରେ ସ୍ଥିରତା ଆଣିବା ପାଇଁ ରାଷ୍ଟ୍ରଗୁଡ଼ିକୁ ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri