ଗଠନ ହେବ ଫ୍ଲାଏ ଆଶ୍‌ ମିଶନ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଓଡ଼ିଶାରେ କିଛିବର୍ଷ ହେଲା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ଉତ୍ପାଦନ ବୃଦ୍ଧିପାଇଛି। ଶିଳ୍ପାଞ୍ଚଳରୁ ବାହାରୁଥିବା ଫ୍ଲାଏ ଆଶ୍‌ ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି। ଶିଳ୍ପାୟନ ବଢୁଥିବାରୁ ଏହା ଭୂପୃଷ୍ଠ, ଜଳ ଓ ବାୟୁ ପ୍ରଦୂଷଣର କାରଣ ସାଜିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ କଳକାରଖାନାରୁ ଗତ ୫ ବର୍ଷରେ ୮୦ ନିୟୁତ ଟନ୍‌ ପାଉଁଶ ବାହାରିଛି। ୧୦ ମେଗାଓ୍ବାଟ୍‌ରୁ ୩ ହଜାର ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ୪୦ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବାର୍ଷିକ ୩୨.୫୫ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ନିର୍ଗତ ହେଉଛି। ତେବେ ଏହାର ସୁବିନିଯୋଗ ହେଉ ନ ଥିବାରୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ଏହାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଏହାର ଉପଯୁକ୍ତ ପରିଚାଳନା ଓ ବ୍ୟବହାର ପାଇଁ ତୁରନ୍ତ ‘ଫ୍ଲାଏ ଆଶ୍‌ ପରିଚାଳନା ଓ ବ୍ୟବହାର ମିଶନ’ ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

ଫ୍ଲାଏ ଆଶ୍‌କୁ ସୁରକ୍ଷିତ ଭାବେ ରଖିବା ସହ କିଭଳି ଅନ୍ୟ ଉପାୟରେ ବ୍ୟବହାର କରାଯାଇପାରିବ ସେ ନେଇ ଏହି ମିଶନ ତଦାରଖ କରିବ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ କୋଇଲା ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌ ଆଣ୍ଡ ସିସି )ର ସଚିବଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଗଠିତ ଏହି ମିଶନ କାର୍ଯ୍ୟ କରିବ। ପରିବେଶ ମନ୍ତ୍ରଣାଳୟ ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏଥିସହିତ ଉଭୟ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି), ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ବାଧ୍ୟତାମୂଳକ ଭାବେ ଫ୍ଲାଏ ଆଶ୍‌ ତଦାରଖ କରିବାକୁ ଏଥିରେ ବ୍ୟବସ୍ଥା ହୋଇଛି। ଏଥିସହିତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବମାନେ ମଧ୍ୟ ଫ୍ଲାଏ ଆଶ୍‌ ପରିଚାଳନା ଦାୟିତ୍ୱ ନେବେ। ରାଜ୍ୟର ପ୍ରତ୍ୟେକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ମାସିକ କେତେ ଫ୍ଲାଏ ଆଶ୍‌ ଉତ୍ପାଦନ ଓ ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ଓ୍ବେବ୍‌ସାଇଟ ପୋର୍ଟାଲ ଜରିଆରେ ଦର୍ଶାଇବେ। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ପାଇଁ ମିଶନ ଫ୍ଲାଏ ଆଶ୍‌ ବ୍ୟବହାର ସମ୍ପର୍କରେ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବ। ଏହାକୁ ଏମ୍‌ଓଇଏଫ୍‌ ଆଣ୍ଡ ସିସି ଓ୍ବେବ୍‌ସାଇଟରେ ପ୍ରତ୍ୟେକ ୩ ମାସରେ ଅପ୍‌ଲୋଡ୍‌ କରିବେ। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରେ
ଫ୍ଲାଏ ଆଶ୍‌ ବ୍ୟବହାର ସମ୍ପର୍କରେ ତୃତୀୟ ପକ୍ଷ ଦ୍ୱାରା ଅଡିଟ କରାଯିବ। ମିଶନ ଦ୍ୱାରା ଆଶ୍‌ ପଣ୍ଡ୍‌ ପାଇଁ ଜାଗା, ଡିଜାଇନ, ପରିଚାଳନା ଆଦି ସକାଶେ ଗାଇଡ୍‌ଲାଇନ କରାଯିବ। ପରିବେଶକୁ କ୍ଷତି ପହଞ୍ଚାଉଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକଠାରୁ କ୍ଷତିପୂରଣ ରାଶି ଆଦାୟ କରିବାକୁ ମିଶନକୁ କ୍ଷମତା ଦିଆଯାଇଛି। ମିଶନ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକର ଫ୍ଲାଏ ଆଶ୍‌ ପରିଚାଳନା ନେଇ ସମୀକ୍ଷା କରିବା ସହ ପ୍ରତ୍ୟେକ ପ୍ଲାଣ୍ଟ ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି। ପ୍ରତ୍ୟେକ ମାସରେ ଏ ନେଇ ବୈଠକ କରିବାକୁ ମିଶନକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଫ୍ଲାଏ ଆଶ୍‌ ବିନିଯୋଗକୁ ଦୃଷ୍ଟିରେ ରଖି ନିକଟରେ ଏମ୍‌ଓଇଏଫ୍‌ ଆଣ୍ଡ ସିସି ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛି। ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଶିଳ୍ପାନୁଷ୍ଠାନ ନୂତନ ଗାଇଡ୍‌ଲାଇନ ଅନୁଯାୟୀ ଫ୍ଲାଏ ଆଶ୍‌ ଉପଯୋଗ କରିବେ ନାହିଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କି ଟନ୍‌ ପିଛା ୧ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି। ଗାଇଡ୍‌ଲାଇନରେ କୁହାଯାଇଛି ଯେ କୋଇଲା ଓ ଇଗ୍‌ନାଇଟ ବ୍ୟବହାର କରୁଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ର (ଟିପିପି), ଇଣ୍ଡିପେଣ୍ଡେଣ୍ଟ ପାଓ୍ବାର ପ୍ଲାଣ୍ଟ(ଆଇପିପି) ଓ ଅନ୍ୟାନ୍ୟ ଶିଳ୍ପଗୁଡ଼ିକ ଉତ୍ପାଦନ କରୁଥିବା ପାଉଁଶକୁ ପରିବେଶକୁ ସୁହାଇଲା ଭଳି ଶତ ପ୍ରତିଶତ ବ୍ୟବହାର କରିବେ। ୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ୮୦ ପ୍ରତିଶତରୁ କମ୍‌ ଉପଯୋଗ କରାଯାଇ ପାରିବ ନାହିଁ। ୮୦ ପ୍ରତିଶତ ଫ୍ଲାଏ ଆଶ୍‌ ଉପଯୋଗ କରୁଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ୧୦୦ ପ୍ରତିଶତ କରିବାକୁ ୩ବର୍ଷ, ୬୦ରୁ ୮୦ ପ୍ରତିଶତ ପାଇଁ ୪ ବର୍ଷ ଓ ୬୦ ପ୍ରତିଶତ ଉପଯୋଗ କରୁଥିବା ୟୁନିଟଗୁଡ଼ିକୁ ୫ ବର୍ଷ ସମୟ ଦିଆଯାଇଛି। ଟିପିପିଗୁଡ଼ିକ ୧୦ ବର୍ଷ ମଧ୍ୟରେ ୧୦୦% ବିନିଯୋଗ କରିବାକୁ କୁହାଯାଇଛି। ନୂଆ ଟିପିପିଗୁଡ଼ିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଦାରଖରେ ଆଶ୍‌ ପଣ୍ଡ ବ୍ୟବହାର କରିପାରିବେ। ଦୈନିକ କେତେ ପାଉଁଶ ଉତ୍ପାଦନ ହେଉଛି ସେ ବିଷୟରେ ପାଓ୍ବାର ପ୍ଲାଣ୍ଟଗୁଡ଼ିକ ନିୟମିତ ଭାବେ ଅନ୍‌ଲାଇନ କିମ୍ବା ମୋବାଇଲ ଆପ୍‌ ଜରିଆରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି । ପାଓ୍ବାର ପ୍ଲାଣ୍ଟର ୩୦୦ କି.ମି. ମଧ୍ୟରେ କୌଣସି କୋଠାବାଡ଼ି ନିର୍ମାଣ ପାଇଁ ନାଲିଇଟା ବ୍ୟବହାର କରାଯାଇ ପାରିବ ନାହିଁ। କେବଳ ଫ୍ଲାଏ ଆଶ୍‌ ଇଟାକୁ ବ୍ୟବହାର କରିବାକୁ ଗାଇଡ୍‌ଲାଇନରେ କୁହାଯାଇଛି।

ଫ୍ଲାଏ ଆଶ୍‌ର ଉପଯୁକ୍ତ ବିନିଯୋଗ ନ କଲେ ଜରିମାନାର ବ୍ୟବସ୍ଥା କରାଯାଇଛି। ପ୍ରଥମ ୨ ବର୍ଷ ମଧ୍ୟରେ ଟିପିପିଗୁଡ଼ିକ ଯଦି ୮୦ ପ୍ରତିଶତ ଫ୍ଲାଏ ଆଶ୍‌ ବିନିଯୋଗ କରି ପାରିବେ ନାହିଁ ପ୍ରତ୍ୟେକ ଟନ୍‌ ପିଛା ୧ ହଜାର ଟଙ୍କା ଜରିମାନା ଦେବାକୁ ହେବ। ଯଦି କୌଣସି ଶିଳ୍ପ ସଂସ୍ଥା ଫ୍ଲାଏ ଆଶ୍‌ ୩୦୦ କି.ମି. ମଧ୍ୟରେ ନ ଯୋଗାଇବେ ଟନ୍‌ ପିଛା ୧୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଆଦାୟ ଜରିମାନା ରାଶିକୁ ଫ୍ଲାଏ ଆଶ୍‌ ବ୍ୟବହାର କ୍ଷେତ୍ରରେ ବିନିଯୋଗ କରିବାକୁ କୁହାଯାଇଛି। ଫ୍ଲାଏ ଆଶ୍‌ ଠିକ୍‌ ଭାବେ ବିନିଯୋଗ ହେଉଛି କି ନାହିଁ ସିପିସିବି ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟମାନେ ପ୍ରତି ୩ ମାସରେ ଶିଳ୍ପସଂସ୍ଥା ଗସ୍ତ କରି ଯାଞ୍ଚ କରିବେ। ଶିଳ୍ପ ସଂସ୍ଥାଗୁଡ଼ିକ ପାଉଁଶ ବିନିଯୋଗ ସମ୍ପର୍କରେ ପ୍ରତ୍ୟେକ ବର୍ଷ ଏପ୍ରିଲ ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ରାଜ୍ୟରେ ବିଭିନ୍ନ ପ୍ଲାଣ୍ଟରୁ ବାହାରୁଥିବା ୨୨ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ବିନିଯୋଗ କରାଯାଉଛି। ଅର୍ଥାତ୍‌ ଉତ୍ପାଦିତ ହେଉଥିବା ଫ୍ଲାଏ ଆଶ୍‌ ମଧ୍ୟରୁ ମାତ୍ର ୬୭.୮୩ ପ୍ରତିଶତ ବ୍ୟବହାର କରାଯାଉଛି। ରାସ୍ତା ନିର୍ମାଣ, ଇଟା ତିଆରି, ଖାଲ ଜାଗା ପୂରଣ କରିବା ଆଦିରେ ଏହାକୁ ବ୍ୟବହାର କରାଯାଉଛି ା ୧୦୦ ପ୍ରତିଶତ ବିନିଯୋଗ ପାଇଁ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡର ମେମ୍ବର ସେକ୍ରେଟାରି ଏମ୍‌. ମୁରୁଗେସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri