ବନ୍ୟାଜଳ ଧୋଇନେଲା ଚାଷୀଙ୍କ ବର୍ଷକ ଆହାର

ମହାକାଳପଡ଼ା,୨୪ା୮(ଡି.ଏନ୍‌.ଏ.): ମହାନଦୀର ଚଳିତ ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚାଷୀଙ୍କ ମୁହଁରୁ ବର୍ଷକର ଆହାର ଛଡ଼ାଇ ନେଇଛି। ଚାଷୀମାନଙ୍କ ଖରିଫ ଧାନ ଫସଲ ବନ୍ୟାଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନଙ୍କୁ କେମିତି ବର୍ଷେ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି। ସପ୍ତାହେରୁ ଅଧିକ ହେବ ବନ୍ୟାଜଳ ଜମିରେ ଲହଡ଼ି ମାରୁଛି। ଚାଷୀମାନଙ୍କ ଅନ୍ୟ ଚାଷର ବିକଳ୍ପ ନାହିଁ। କେବଳ ଖରିଫ ଧାନ ଫସଲ ଉପରେ ସେମାନେ ନିର୍ଭର କରିଥା’ନ୍ତି। ଭାଦ୍ରବ ମାସ ଅଧା ହୋଇଥିବା ବେଳେ ଚାଷବାସ କରିବା ସମୟ ଗଡ଼ିଗଲାଣି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ଫସଲ ଉଜୁଡ଼ି ଯିବା ପରେ ଅଞ୍ଚଳର ବହୁ ଚାଷୀ, ଯୁବକ ବାଧ୍ୟ ହୋଇ କାମ କରିବାକୁ ରାଜ୍ୟ ବାହାରକୁ ଚାଲିଯିବା ପାଇଁ ସଜବାଜ ହେଲେଣି ବୋଲି ସ୍ଥାନୀୟ ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ, ଅଭୟ ରାଉତ, ବିଜୟ ସ୍ବାଇଁ, ଯଶବନ୍ତ ବେହେରା, ବୋଧିରାମ ଦେବନାଥ ପ୍ରମୁଖ କହିଛନ୍ତି।
ଅପରପକ୍ଷରେ ଏହି ଅଞ୍ଚଳର ଚାଷୀମାନଙ୍କ ଜୀବନରେଖା କୁହାଯାଉଥିବା ମହାନଦୀ ଶାଖା ଗୁପ୍ତଗିରି ନଦୀକୁ ସଂଯୋଗ କରୁଥିବା ଆଖଡ଼ାସାହିଠାରେ ସ୍ଲୁଇସ୍‌ ଗେଟ୍‌ ୧୯୯୫/୯୬ ମସିହାରେ ନିର୍ମାଣ ହୋଇଥିଲା। ଏହି ସ୍ଲୁଇସ୍‌ ଗେଟ ବୈଷୟିକ ଜ୍ଞାନକୌଶଳରେ ତ୍ରୁଟି ଓ ନିମ୍ନମାନର ନିର୍ମାଣ ଯୋଗୁ ୨୦୦୧/୨୦୦୨ରେ ଭୁଶୁଡି ପଡ଼ିଥିଲା। ସେହିଦିନଠାରୁ ଏହି ଭଙ୍ଗା ସ୍ଲୁଇସ ଗେଟ ଦେଇ ମହାନଦୀ ବନ୍ୟାଜଳ ରାମନଗର, ପେଟ୍‌ଛେଲା, ବଉଳକଣି, ବରକନ୍ଧା, ମଙ୍ଗଳପୁର ଓ ବାରଡ଼ାଙ୍ଗ ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ କରୁଛି। ଏହି ଅଞ୍ଚଳର ଚାଷଜମି ଉପରେ ୨ ଫୁଟ୍‌ ବନ୍ୟାଜଳ ଏବେବି ରହିଛି। ଏହି ଅଞ୍ଚଳର ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ମହାନଦୀ ସଂଲଗ୍ନ ଆଖଡ଼ାସାହିଠାରେ ବନ୍ୟା ଓ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୧୩ା୫ା୨୦୧୩ରେ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ନୂଆ ସ୍ଲୁଇସ୍‌ ଗେଟର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୧୮/୧୯ ମସିହାରେ ସମ୍ପୂର୍ଣ୍ଣ ଶେଷ ହୋଇଥିଲା। ହେଲେ ଉଭୟପାର୍ଶ୍ୱରେ ଘରୋଇ ଜମି ଅଧିଗ୍ରହଣ କରିବାରେ ସମସ୍ୟା ଦେଖାଦେଇଛି। ପ୍ରକଳ୍ପ ପାଇଁ ଘରୋଇ ଜମି ଅଧିଗ୍ରହଣ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୪ ବର୍ଷ ହେଲା ଶେଷ ହୋଇଥିଲେ ହେଁ କାମରେ ଲାଗୁନାହିଁ। ତୁରନ୍ତ ଆଖଡ଼ାସାହି ସ୍ଲୁଇସ୍‌ ଗେଟ୍‌ଟିର ଉଭୟ ପାର୍ଶ୍ୱରେ ଜମି ଅଧିଗ୍ରହଣ କରା ନ ଯାଏ, ତେବେ ପ୍ରତିବର୍ଷ ଧାନ ଫସଲ ଉଜୁଡ଼ିବ ବୋଲି ଚାଷୀ ବୀରବର ସ୍ବାଇଁ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଆଳିସ୍ଥିତ ନଦୀ ତଟବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ କୁମାର ଦାଶଙ୍କୁ ପଚାରିବାରେ ଆଖଡ଼ାସାହିଠାରେ ନୂଆ ସ୍ଲୁଇସ୍‌ ଗେଟ୍‌ ସ୍ଥାନ ପରିଦର୍ଶନ କରିଛୁ। ଜମି ଅଧିଗ୍ରହଣ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri