ଜଳକା, ସୁବର୍ଣ୍ଣରେଖା ବନ୍ୟା ଉଜାଡ଼ିଲା ଚାଷ

ରୂପସା, ୨୫ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ବନ୍ୟା ଆଣିଛି ଚାଷୀଙ୍କ ପାଇଁ ଘୋର ଦୁର୍ଦ୍ଦଶା। ଜଳକା ଓ ସୁବର୍ଣ୍ଣରେଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ଏବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ବୁଧବାର ସୁଦ୍ଧା ୧୮ ପଞ୍ଚାୟତର ୩ହଜାରରୁ ଊର୍ଦ୍ଧ୍ୱ ଚାଷଜମି ବୁଡ଼ି ରହିଥିବାରୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଅପରପକ୍ଷରେ କୃଷିବିଭାଗ ପକ୍ଷରୁ ବନ୍ୟା ବେଳେ କ୍ଷେତ୍ର ପରିଦର୍ଶନ କରାଯାଇଥିଲେ ହେଁ ବ୍ଲକ କୃଷି ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ଦେଖାଦେଇଛି।

ବ୍ଲକ ଅଧୀନ ୩୧ ପଞ୍ଚାୟତରେ ରହିଛି ୨୯୫ ଗାଁ। ମୋଟ ୨୦ହଜାର ୧୬୯ ହେକ୍ଟର ଚାଷ ଜମିରୁ ଚଳିତବର୍ଷ ୧୮ହଜାର ୮୪୦ହେକ୍ଟରରେ ଖରିଫ ଧାନ ଓ ୧୩୨୯ ହେକ୍ଟରରେ ପନିପରିବା ସମେତ ଅଣଧାନ ଚାଷ ହୋଇଥିଲା। ଜଳକାରେ ବନ୍ୟା ଯୋଗୁ ଗଡ଼ପଦା, ରାଉତପଡା, ମଥାନୀ, ଦୁଧହଂସା, ବାସୁଚକୁରାଇ, ବାହାର୍ଦ୍ଦା, କୁଡ଼ିଆ ଦରଡ଼ା, ମୁକୁଳିସି, ଇଡ଼ଦା ଏବଂ ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ସନ୍ତୋଷପୁର, ଭେଲୋରା, କରୁଆ, ପାଉଁଶକୁଲି, ରଘୁନାଥପୁର, କାଦରାମ୍ୟା, ଚୁରମରା ଓ ପୁଟୁରା ଆଦି ପଞ୍ଚାୟତର ୬ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମି ୩ ଦିନ ଧରି ଜଳମଗ୍ନ ଥିଲା। ଜଳସ୍ତର ହ୍ରାସ ପାଇଥିଲେ ହେଁ ଏଯାବତ ୩ ହଜାରରୁ ଊର୍ଦ୍ଧ୍ୱ ଜମିରେ ବନ୍ୟା ଜଳ ରହି ଧାନଗଛ ସବୁ ପଚିଗଲାଣି। ଗତ ୨୦ ତାରିଖରେ ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, ତହସିଲଦାର କାର୍ତ୍ତିକ କୁମାର ଦାସ, ନୋଡାଲ ଅଫିସର ରବୀନ୍ଦ୍ର କୁମାର ମଲ୍ଲିକ, ସହକାରୀ କୃଷି ଅଧିକାରୀ ଯଜ୍ଞଦତ୍ତ ସେଠୀ ଏବଂ ୨୧ ତାରିଖରେ କୃଷି ଜିଲା ଅଧିକାରୀ ଚନ୍ଦ୍ରମୋହନ ପାତ୍ର ବନ୍ୟା କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଥିଲେ। ହେଲେ ବ୍ଲକ କୃଷି ଅଧିକାରୀ ନାୟକଙ୍କ ଅନୁପସ୍ଥିତି ଯୋଗୁ ବ୍ଲକ ପ୍ରଶାସନ, ରାଜନେତା ଓ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଜିଲାପାଳ ଓ ବିଭାଗ ପକ୍ଷରୁ ଚାଷ କ୍ଷୟକ୍ଷତି ଆକଳନ ତଥା ସ୍ପେଶାଲ ସର୍ଭେ ପାଇଁ କର୍ମଚାରୀ ନିଯୁକ୍ତି ହେଉଥିବା ବେଳେ ବସ୍ତା ବ୍ଲକରେ ଠିକ ସର୍ଭେ ସହ କ୍ଷୟକ୍ଷତି ଆକଳନରେ ସ୍ବଚ୍ଛତା ରହିବ କି ନାହଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବ୍ଲକରେ ଆବଶ୍ୟକଠାରୁ ଅଳ୍ପ ସଂଖ୍ୟକ ଗ୍ରାମ କୃଷି କର୍ମଚାରୀ ଅଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ହରିହର ନାୟକଙ୍କୁ ପଚରାଯିବାରୁ ତାଙ୍କର ପଦୋନ୍ନତି ସହ ବଦଳି ଆଦେଶ ହୋଇଥିବା କହିଛନ୍ତି। ଦିନେ ଦୁଇ ଦିନ ଭିତରେ ସେ ସହକାରୀ କୃଷି ଅଧିକାରୀଙ୍କୁ କାର୍ଯ୍ୟଭାର ଅର୍ପଣ କରିବେ। ବନ୍ୟା କ୍ଷୟକ୍ଷତି ସର୍ଭେ ପାଇଁ ଏକ ଟିମ୍‌ ଗଠନ ହୋଇଥିବା ସେ କହିଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀ ରାଉତଙ୍କୁ ବ୍ଲକ କୃଷି ଅଧିକାରୀଙ୍କ ଅନୁପସ୍ଥିତି ସମ୍ପର୍କରେ ପଚରାଯିବାରୁ ସେ ବୁଝାଶୁଝା କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri