ଜଳକା, ସୁବର୍ଣ୍ଣରେଖା ବନ୍ୟା ଉଜାଡ଼ିଲା ଚାଷ

ରୂପସା, ୨୫ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ବନ୍ୟା ଆଣିଛି ଚାଷୀଙ୍କ ପାଇଁ ଘୋର ଦୁର୍ଦ୍ଦଶା। ଜଳକା ଓ ସୁବର୍ଣ୍ଣରେଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ଏବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ବୁଧବାର ସୁଦ୍ଧା ୧୮ ପଞ୍ଚାୟତର ୩ହଜାରରୁ ଊର୍ଦ୍ଧ୍ୱ ଚାଷଜମି ବୁଡ଼ି ରହିଥିବାରୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଅପରପକ୍ଷରେ କୃଷିବିଭାଗ ପକ୍ଷରୁ ବନ୍ୟା ବେଳେ କ୍ଷେତ୍ର ପରିଦର୍ଶନ କରାଯାଇଥିଲେ ହେଁ ବ୍ଲକ କୃଷି ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ଦେଖାଦେଇଛି।

ବ୍ଲକ ଅଧୀନ ୩୧ ପଞ୍ଚାୟତରେ ରହିଛି ୨୯୫ ଗାଁ। ମୋଟ ୨୦ହଜାର ୧୬୯ ହେକ୍ଟର ଚାଷ ଜମିରୁ ଚଳିତବର୍ଷ ୧୮ହଜାର ୮୪୦ହେକ୍ଟରରେ ଖରିଫ ଧାନ ଓ ୧୩୨୯ ହେକ୍ଟରରେ ପନିପରିବା ସମେତ ଅଣଧାନ ଚାଷ ହୋଇଥିଲା। ଜଳକାରେ ବନ୍ୟା ଯୋଗୁ ଗଡ଼ପଦା, ରାଉତପଡା, ମଥାନୀ, ଦୁଧହଂସା, ବାସୁଚକୁରାଇ, ବାହାର୍ଦ୍ଦା, କୁଡ଼ିଆ ଦରଡ଼ା, ମୁକୁଳିସି, ଇଡ଼ଦା ଏବଂ ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ସନ୍ତୋଷପୁର, ଭେଲୋରା, କରୁଆ, ପାଉଁଶକୁଲି, ରଘୁନାଥପୁର, କାଦରାମ୍ୟା, ଚୁରମରା ଓ ପୁଟୁରା ଆଦି ପଞ୍ଚାୟତର ୬ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମି ୩ ଦିନ ଧରି ଜଳମଗ୍ନ ଥିଲା। ଜଳସ୍ତର ହ୍ରାସ ପାଇଥିଲେ ହେଁ ଏଯାବତ ୩ ହଜାରରୁ ଊର୍ଦ୍ଧ୍ୱ ଜମିରେ ବନ୍ୟା ଜଳ ରହି ଧାନଗଛ ସବୁ ପଚିଗଲାଣି। ଗତ ୨୦ ତାରିଖରେ ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, ତହସିଲଦାର କାର୍ତ୍ତିକ କୁମାର ଦାସ, ନୋଡାଲ ଅଫିସର ରବୀନ୍ଦ୍ର କୁମାର ମଲ୍ଲିକ, ସହକାରୀ କୃଷି ଅଧିକାରୀ ଯଜ୍ଞଦତ୍ତ ସେଠୀ ଏବଂ ୨୧ ତାରିଖରେ କୃଷି ଜିଲା ଅଧିକାରୀ ଚନ୍ଦ୍ରମୋହନ ପାତ୍ର ବନ୍ୟା କ୍ଷତିଗ୍ରସ୍ତ ଚାଷଜମି ପରିଦର୍ଶନ କରିଥିଲେ। ହେଲେ ବ୍ଲକ କୃଷି ଅଧିକାରୀ ନାୟକଙ୍କ ଅନୁପସ୍ଥିତି ଯୋଗୁ ବ୍ଲକ ପ୍ରଶାସନ, ରାଜନେତା ଓ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ଜିଲାପାଳ ଓ ବିଭାଗ ପକ୍ଷରୁ ଚାଷ କ୍ଷୟକ୍ଷତି ଆକଳନ ତଥା ସ୍ପେଶାଲ ସର୍ଭେ ପାଇଁ କର୍ମଚାରୀ ନିଯୁକ୍ତି ହେଉଥିବା ବେଳେ ବସ୍ତା ବ୍ଲକରେ ଠିକ ସର୍ଭେ ସହ କ୍ଷୟକ୍ଷତି ଆକଳନରେ ସ୍ବଚ୍ଛତା ରହିବ କି ନାହଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବ୍ଲକରେ ଆବଶ୍ୟକଠାରୁ ଅଳ୍ପ ସଂଖ୍ୟକ ଗ୍ରାମ କୃଷି କର୍ମଚାରୀ ଅଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ହରିହର ନାୟକଙ୍କୁ ପଚରାଯିବାରୁ ତାଙ୍କର ପଦୋନ୍ନତି ସହ ବଦଳି ଆଦେଶ ହୋଇଥିବା କହିଛନ୍ତି। ଦିନେ ଦୁଇ ଦିନ ଭିତରେ ସେ ସହକାରୀ କୃଷି ଅଧିକାରୀଙ୍କୁ କାର୍ଯ୍ୟଭାର ଅର୍ପଣ କରିବେ। ବନ୍ୟା କ୍ଷୟକ୍ଷତି ସର୍ଭେ ପାଇଁ ଏକ ଟିମ୍‌ ଗଠନ ହୋଇଥିବା ସେ କହିଛନ୍ତି। ଜିଲା ମୁଖ୍ୟ କୃଷି ଅଧିକାରୀ ରାଉତଙ୍କୁ ବ୍ଲକ କୃଷି ଅଧିକାରୀଙ୍କ ଅନୁପସ୍ଥିତି ସମ୍ପର୍କରେ ପଚରାଯିବାରୁ ସେ ବୁଝାଶୁଝା କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri