ବନ୍ୟା ଉଜାଡ଼ିଲା ଜୀବିକା

ଅମ୍ବାଭୋନା,୧୭।୮(ଡି.ଏନ.ଏ): କ୍ରମାଗତ ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ କଲ୍‌ମା, ସାରାଡ଼ିହି, ସରଗୁଜା ବ୍ୟାରେଜ ଏବଂ ରାୟପୁର ସ୍ଥିତ ଗାଁଗରେଲ ଡ୍ୟାମ୍‌ରୁ ମହାନଦୀକୁ ଅଧିକ ବନ୍ୟାଜଳ ଛଡ଼ାଯିବା ଯୋଗୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ୫ଦିନ ହେଲା ବରଗଡ଼ ଜିଲା ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡ଼ି, ଘୁଘୁରାପାଲି, ବେନିଆପାଲି, ବରଙ୍ଗାକୋଟ୍‌ ଆଦି ଗ୍ରାମର ତଳିଆ ଅଞ୍ଚଳରେ ଥିବା ଚାଷଜମି ଉପରେ ୫ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହୋଇଛି। ଏଥିଯୋଗୁ ଧାନ, ପରିବା ଚାଷ ଉଜୁଡ଼ି ଯାଇଛି। ତିନିଦିନ ଧରି ବନ୍ୟାଜଳ ଚିଖିଲି ଗ୍ରାମକୁ ଜଳବନ୍ଦୀ କରି ରଖିଛି। ଅନ୍ତରାଡ଼ି, ଘୁଘୁରାପାଲି ଆଦି ଗ୍ରାମର ହରିଜନ ବସ୍ତିରେ ପାଣି ମାଡ଼ି ଯାଇ ବହୁ କଚ୍ଚା ଘର, ଗୁହାଳ ଭାଙ୍ଗି ଯାଇଛି। ଗାଈଗୋରୁଙ୍କ ପାଇଁ ସଂରକ୍ଷିତ ପାଳଗଦା ବନ୍ୟାରେ ଭାସି ଯାଇଛି। ବନ୍ୟା ବିପନ୍ନଙ୍କୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି କ୍ରମରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ସ୍ମିତ୍‌ ପି. ପରମାର୍‌, ବିଧାୟକ ସୁଶାନ୍ତ ସିଂ ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଛନ୍ତି। ବନ୍ୟା କ୍ଷତିଗ୍ରସ୍ତଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ ବୋଲି ଜିଲାପାଳ ବାନାର୍ଜୀ ସୂଚନା ଦେଇଛନ୍ତି।
ଲୋକମାନଙ୍କ ଜୀବନ, ଜୀବିକା ଏବଂ ବଞ୍ଚତ୍ବାର ରାହାକୁ ବନ୍ୟା ଉଜାଡ଼ି ଦେଇଛି। ମତ୍ସ୍ୟଜୀବୀଙ୍କ ମାଛମରା ଜାଲ, ଡଙ୍ଗା ଭସି ଯାଇଛି। ଧାନ, ଚାଉଳ, ଗହମ, ମୁଗ, ବିରି ଆଦି ଓଦା ହୋଇ ନଷ୍ଟ ହୋଛି। ଚିଖିଲି, ଅନ୍ତରାଡି, ବେନିଆପାଲି ଗ୍ରାମରେ ବନ୍ଧ, କଟା, ଗାଡ଼ିଆ ଆଦି ସ୍ଥାନରେ ମାଛଚାଷ କରିଥିବା ଚାଷୀମାନେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି। ଜାଳେଣି କାଠ, ଗୋବର ଜାଳେଣି ଆଦି ବନ୍ୟାରେ ଭାସି ଯାଇଛି। ପରିବାରର ଜଣେ ଲେଖାଏଁ ଘର ଜଗି ରହିଥିବାବେଳେ ଅନ୍ୟମାନେ ବନ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି। ଗ୍ରାମରୁ ବନ୍ୟାଜଳ କମିଥିଲେ ସୁଦ୍ଧା ଏବେ ମଧ୍ୟ ଗ୍ରାମ ଜଳବନ୍ଦୀ ହୋଇ ରହିଛି। ଆଗକୁ ପୁଣି ଲଘୁଚାପ ଜନିତ ବର୍ଷା ଆଶଙ୍କା ଥିବାରୁ ଉକ୍ତ ଗ୍ରାମବାସୀ ଚିନ୍ତିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri