ପ୍ଲାଜମା ଦାନ କଲେ ରାଜ୍ୟର ପ୍ରଥମ ମହିଳା

ଭୁବନେଶ୍ୱର,୨୯।୭(ବ୍ୟୁରୋ)-କରୋନାକୁ ହରାଇବା ପରେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜଣେ ଛାତ୍ରୀ ବୁଧବାର ପ୍ଲାଜମା ଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସେ ରାଜ୍ୟର ପ୍ରଥମ ମହିଳା ଭାବେ ପ୍ଲାଜମା ଦାନ କରିଛନ୍ତି।

ପ୍ରକାଶ ଯେ, କରୋନା ରୋଗୀଙ୍କଠାରେ ପ୍ଲାଜମା ଥେରାପି ଭଲ କାମ ଦେଉଛି। ଫଳରେ ରାଜ୍ୟ ସରକାର ଏହାକୁ ଅପଣାଇଛନ୍ତି। ମଙ୍ଗଳବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିବାବେଳେ ଆଇଜିଏଚ, ଏମକେସିଜି, ଓ ବୁର୍ଲାରେ କରିବାକୁ ସରକାର ଯୋଜନା ରଖିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଜିଲାରେ ମନ୍ତ୍ରୀମାନଙ୍କୁ ପ୍ଲାଜମା ଦାୟିତ୍ୱ ପ୍ରଦାନ କରିଛନ୍ତି।