ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହାକୁ ନେଇ ଏବେ ଦ୍ୱିତୀୟ ସ୍ତ୍ରୀ ଚିନ୍ତାରେ ପଡିଯାଇଛନ୍ତି। ଏଭଳି ଦେଖିବାକୁ ମିଳିଛି ସାଲେପୁର ଥାନା ଅଧୀନ ଏଲମାପୁର ଗ୍ରାମରେ।
ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ଏଲମାପୁର ଗ୍ରାମର ଚତୁର୍ଭୁଜ ପଣ୍ଡା ୧୫ବର୍ଷ ତଳେ ଦେବସ୍ମିତା ପଣ୍ଡାଙ୍କୁ ବିବାହ କରିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଇତିମଧ୍ୟରେ ଚତୁର୍ଭୁଜ ପ୍ରମୋଦିନୀ ପଣ୍ଡାଙ୍କୁ ଦ୍ୱିତୀୟ ବିବାହ କରିଥିବାବେଳେ ତାଙ୍କର ବର୍ତ୍ତମାନ ପୁଅ ଓ ଝିଅ ଅଛନ୍ତି। ୧୫ବର୍ଷ ପରେ ହଠାତ୍‌ ପ୍ରଥମ ସ୍ତ୍ରୀ ଦେବସ୍ମିତା ସ୍ବାମୀଙ୍କ ପାଖକୁ ଫେରିଛନ୍ତି। ଦେବସ୍ମିତା ସୁନ୍ଦର ହୋଇଥିବାରୁ ସ୍ବାମୀ ତାଙ୍କୁ ଗ୍ରହଣ କରିଥିଲେ। ଦେବସ୍ମିତା ମଧ୍ୟ ସ୍ବାମୀଙ୍କ ମନକୁ ଜିଣିବା ପାଇଁ ଅଦିନରେ ସାବିତ୍ରୀ ବ୍ରତ କରିବା ସହ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ଏହି ଘଟଣାକୁ ଦ୍ୱିତୀୟ ପତ୍ନୀ ପ୍ରମୋଦିନୀ ବିରୋଧ କରିବାରୁ ପ୍ରଥମ ସ୍ତ୍ରୀ ତାଙ୍କୁ ମାରଧର କରିଥିଲେ। ଶେଷରେ ଏହି ଘଟଣା ଜପକୁଦ ଫାଣ୍ଡିରେ ପହଞ୍ଚତ୍ ଥିଲା। ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ଉଭୟପକ୍ଷଙ୍କ ମଧ୍ୟରେ ଆପୋସ ସମାଧାନ କରାଯାଇଥିଲା। ପ୍ରଥମ ସ୍ତ୍ରୀଙ୍କୁ ସ୍ବାମୀ ଚତୁର୍ଭୁଜ ବାହାରେ ରଖିବା ସହ ଦ୍ୱିତୀୟ ସ୍ତ୍ରୀଙ୍କୁ ନିଜ ଘରେ ରଖିବେ ଓ କୌଣସି ନିର୍ଯାତନା ଦେବେ ନାହିଁ। ଉଭୟ ପିଲାଙ୍କୁ ସ୍ନେହ ଶ୍ରଦ୍ଧା କରିବା ସହ ସେମାନଙ୍କର ଯାବତୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ଥିର କରାଯାଇ ଏହି ଘଟଣାର ସମାଧାନ କରାଯାଇଥିଲା। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ରତ୍ନାକର ପ୍ରଧାନଙ୍କୁ ପଚାରିବାରେ ଦ୍ୱିତୀୟ ସ୍ତ୍ରୀ ଏକ ଅଭିଯୋଗ ଫାଣ୍ଡିରେ କରିଥିଲେ। ଉଭୟପକ୍ଷ ଓ ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ସେ ପ୍ରକାଶ କରିଥିଲେ। ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି ପ୍ରଥମ ସ୍ତ୍ରୀ ସ୍ବାମୀଙ୍କୁ ଧରି ଅଦିନରେ ସାବିତ୍ରୀ ବ୍ରତ ପାଳନ କରୁଥିବା ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri