ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏହାକୁ ନେଇ ଏବେ ଦ୍ୱିତୀୟ ସ୍ତ୍ରୀ ଚିନ୍ତାରେ ପଡିଯାଇଛନ୍ତି। ଏଭଳି ଦେଖିବାକୁ ମିଳିଛି ସାଲେପୁର ଥାନା ଅଧୀନ ଏଲମାପୁର ଗ୍ରାମରେ।
ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ଏଲମାପୁର ଗ୍ରାମର ଚତୁର୍ଭୁଜ ପଣ୍ଡା ୧୫ବର୍ଷ ତଳେ ଦେବସ୍ମିତା ପଣ୍ଡାଙ୍କୁ ବିବାହ କରିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଇତିମଧ୍ୟରେ ଚତୁର୍ଭୁଜ ପ୍ରମୋଦିନୀ ପଣ୍ଡାଙ୍କୁ ଦ୍ୱିତୀୟ ବିବାହ କରିଥିବାବେଳେ ତାଙ୍କର ବର୍ତ୍ତମାନ ପୁଅ ଓ ଝିଅ ଅଛନ୍ତି। ୧୫ବର୍ଷ ପରେ ହଠାତ୍‌ ପ୍ରଥମ ସ୍ତ୍ରୀ ଦେବସ୍ମିତା ସ୍ବାମୀଙ୍କ ପାଖକୁ ଫେରିଛନ୍ତି। ଦେବସ୍ମିତା ସୁନ୍ଦର ହୋଇଥିବାରୁ ସ୍ବାମୀ ତାଙ୍କୁ ଗ୍ରହଣ କରିଥିଲେ। ଦେବସ୍ମିତା ମଧ୍ୟ ସ୍ବାମୀଙ୍କ ମନକୁ ଜିଣିବା ପାଇଁ ଅଦିନରେ ସାବିତ୍ରୀ ବ୍ରତ କରିବା ସହ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ଏହି ଘଟଣାକୁ ଦ୍ୱିତୀୟ ପତ୍ନୀ ପ୍ରମୋଦିନୀ ବିରୋଧ କରିବାରୁ ପ୍ରଥମ ସ୍ତ୍ରୀ ତାଙ୍କୁ ମାରଧର କରିଥିଲେ। ଶେଷରେ ଏହି ଘଟଣା ଜପକୁଦ ଫାଣ୍ଡିରେ ପହଞ୍ଚତ୍ ଥିଲା। ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ଉଭୟପକ୍ଷଙ୍କ ମଧ୍ୟରେ ଆପୋସ ସମାଧାନ କରାଯାଇଥିଲା। ପ୍ରଥମ ସ୍ତ୍ରୀଙ୍କୁ ସ୍ବାମୀ ଚତୁର୍ଭୁଜ ବାହାରେ ରଖିବା ସହ ଦ୍ୱିତୀୟ ସ୍ତ୍ରୀଙ୍କୁ ନିଜ ଘରେ ରଖିବେ ଓ କୌଣସି ନିର୍ଯାତନା ଦେବେ ନାହିଁ। ଉଭୟ ପିଲାଙ୍କୁ ସ୍ନେହ ଶ୍ରଦ୍ଧା କରିବା ସହ ସେମାନଙ୍କର ଯାବତୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ଥିର କରାଯାଇ ଏହି ଘଟଣାର ସମାଧାନ କରାଯାଇଥିଲା। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ରତ୍ନାକର ପ୍ରଧାନଙ୍କୁ ପଚାରିବାରେ ଦ୍ୱିତୀୟ ସ୍ତ୍ରୀ ଏକ ଅଭିଯୋଗ ଫାଣ୍ଡିରେ କରିଥିଲେ। ଉଭୟପକ୍ଷ ଓ ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ସେ ପ୍ରକାଶ କରିଥିଲେ। ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି ପ୍ରଥମ ସ୍ତ୍ରୀ ସ୍ବାମୀଙ୍କୁ ଧରି ଅଦିନରେ ସାବିତ୍ରୀ ବ୍ରତ ପାଳନ କରୁଥିବା ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri