୮୦,୦୦୦ ଛୁଇଁଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୪।୭ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାରରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ମଧ୍ୟ ନୂଆ ମାଇଲଖୁଣ୍ଟ ସହ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷ କରି ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର ୮୦,୦୭୪ ଅଙ୍କରେ ପହଞ୍ଚତ୍ଥିଲାବେଳେ ଏନ୍‌ଏସ୍‌ଇ ନିଫି୍ଟ ମଧ୍ୟ ୨୪,୩୦୦ ଅଙ୍କର ନିକଟବର୍ତ୍ତୀ ହୋଇଛି।

ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାର କାରବାରରେ ଉଭୟ ଏନ୍‌ଏସ୍‌ଇ ଓ ବିଏସ୍‌ଇ ପ୍ରାରମ୍ଭରୁ ଲାଭରେ ଚାଲିଥିଲାବେଳେ ଶେଷ ବେଳକୁ କାରବାର କିଛି ପରିମାଣରେ ହ୍ରାସ ପାଇଥିଲା। ଏପରିକି ଏନ୍‌ଏସ୍‌ଇ ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ସର୍ବୋଚ୍ଚ ୨୪,୩୦୨ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ଏହା ୨୪,୨୮୬.୫୦ ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ବିଏସ୍‌ଇ ସେନ୍‌ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲା। ଏପରିକି ୮୦,୦୧୩ ଅଙ୍କରୁ କାରବାର ଆରମ୍ଭ ହୋଇଥିଲାବେଳେ ସେନ୍‌ସେକ୍ସ ଅଲ୍‌ ଟାଇମ ହାଇ ୮୦,୦୭୪ ଅଙ୍କରେ ପହଞ୍ଚତ୍ଥିଲା। ବୁଧବାରର ବଜାର କାରବାର ଶେଷ ସୁଦ୍ଧା ବିଏସ୍‌ଇ ସେନ୍‌ସେକ୍ସ ୭୯,୯୮୬.୮୦ ଅଙ୍କରେ ବନ୍ଦ ହୋଇଥିଲା।

ସେହିପରି ବିଏସ୍‌ଇ ସେନ୍‌ସେକ୍ସର କାରବାର ୦.୬୯ % ବୃଦ୍ଧି ଘଟିଥିବାବେଳେ ଏନ୍‌ଏସ୍‌ଇ ନିଫ୍ଟି ୫୦ର କାରବାର ମଧ୍ୟ ୦.୬୭% ବୃଦ୍ଧି ହୋଇଛି। ଏପରିକି ବିଏସ୍‌ଇ ସ୍ମଲକ୍ୟାପ ଏବଂ ବିଏସ୍‌ଇ ମିଡକ୍ୟାପ କାରବାର ସାମାନ୍ୟ ବୃଦ୍ଧି ପାଇଥିଲା। ଅପରପକ୍ଷରେ ନିଫ୍ଟି ମିଡକ୍ୟାପର କାରବାର ୪୩୮.୬୦ପଏଣ୍ଟ ବା ୦.୭୯% ବୃଦ୍ଧି ପାଇଥିଲାବେଳେ ନିଫ୍ଟି ସ୍ମଲକ୍ୟାପର କାରବାର ୭୮.୬୦ପଏଣ୍ଟ ବା ୦.୯୧% ବଢିଥିଲା। ଏପରିକି ନିଫ୍ଟି ବ୍ୟାଙ୍କିଙ୍ଗ୍‌(ବ୍ୟାଙ୍କ) ର କାରବାର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ କାରବାର ଶେଷ ସୁଦ୍ଧା ୯୨୧.୧୫ପଏଣ୍ଟ ବା ୧.୭୭% ବୃଦ୍ଧି ପାଇ ୫୩,୦୮୯.୨୫ଅଙ୍କରେ କାରବାର ବନ୍ଦ କରିଥିଲା ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୧୯୯୯ ଅକ୍ଟୋବର ୮ରେ ସେନ୍‌ସେକ୍ସ ପ୍ରଥମ ୫୦୦୦ଅଙ୍କ ହାସଲ କରିବାକୁ ୪୩୫୭ ଦିନ ସମୟ ନେଇଥିଲାବେଳେ ୨୦୨୪ ଜୁଲାଇ ୩ରେ ସେନ୍‌ସେକ୍ସ ୮୦,୦୦୦ଅଙ୍କ ପାର କରିଛି। ଏପରିକି ୮୦,୦୦୦ ପାର ପାଇଁ ୫୭ ଦିନର ଟ୍ରେଡିଂ ସମୟ ସହ ନୂତନ ରେକର୍ଡ ହାସଲ କରିଛି। ଅପରପକ୍ଷରେ ୧୬ତମ ୫୦୦୦ଅଙ୍କ ହାସଲ ପାଇଁ ତୃତୀୟ ସର୍ବାଧିକ ଦିନ ୫୭ଦିନର ସମୟ ଲାଗିଥିବାବେଳେ ୧୨ତମ ୫୦୦୦ ଅଙ୍କକୁ ସର୍ବାଧିକ ତଥା ୨୮ଦିନରେ ଏହି ସଂଖ୍ୟା ହାସଲ କରିଥିଲା। ୨୦୨୧ ସେପ୍ଟେମ୍ବର ୨୪ରେ ସେନ୍‌ସେକ୍ସ ୬୦,୦୦୦ଅଙ୍କ ୨୮ ଟ୍ରେଡିଂ ଦିନରେ ପାର କରିଥିଲା। ସେହିଭଳି ୨ୟ ସର୍ବାଧିକ ୫୦୦୦ ଅଙ୍କ ହାସଲ ପାଇଁ ୩୩ ଦିନ ସମୟ ଲାଗିଥିଲା। ସେହିପରି ୧୦ତମ ୫୦୦୦ ଅଙ୍କ ୨୦୨୧ ଜାନୁଆରୀ ୨୧ରେ (ସେନ୍‌ସେକ୍ସ ୫୦,୦୦୦ଅଙ୍କ) ପାର ପାଇଁ ୩୩ ଦିନ ଟ୍ରେଡିଂ କରାଯାଇଥିଲା।
ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସର୍ବାଧିକ ଲାଭବାନ୍‌ ହୋଇଥିଲାବେଳେ ଭାରତୀ ଏୟାରଟେଲ, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ, ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ, ଆକ୍ସିସ ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା ଭଳି ନିବେଶକମାନେ ମଧ୍ୟ ଲାଭବାନ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?