ଦେବୀନଦୀରୁ ପ୍ରଥମ ପାଣି ପହଞ୍ଚିଲା

ବାଲିକୁଦା,୨୭ା୯(ସ୍ବ.ପ୍ର.):୨୦୧୮ରୁ ଆମ୍ବଶାଳରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରଳଳ୍ପ ଡିସେମ୍ବରରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପ୍ରକଳ୍ପ ସହକାରୀ ପରିଚାଳକ ନାରାୟଣ ସାମନ୍ତରାୟ ସୂଚନା ଦେଇଛନ୍ତି। ଏନେଇ ପରୀକ୍ଷାମୂଳକ ଭାବେ ଗତ ଶନିବାର ଦେବୀ ନଦୀରୁ ପାଣି ଆସି ଏଠାରେ ପହଞ୍ଚତ୍ଛି। ୨୦୧୮ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଜରିଆରେ ନାଉଗଁା ବ୍ଲକ ଗଜରାପୁର ଦେଇ ପ୍ରବାହିତ ଦେବୀ ନଦୀରୁ ଜଳସଂଗ୍ରହ କରାଯାଇ ବିଶୁଦ୍ଧ କରାଯିବା ପରେ ପାନୀୟ ଜଳ ଯୋଗାଣ କରିବାର ଲକ୍ଷ୍ୟ ରଖାଯାଇଛି। ଏନେଇ ୧୨୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ବାଲିକୁଦାର ୧୧ ପଞ୍ଚାୟତ, ଏରସମାର ୧୦ ପଞ୍ଚାୟତ ଓ ନାଉଗଁାର ଗଜରାଜପୁର ଏବଂ ଅଲଣା ପଞ୍ଚାୟତବାସୀଙ୍କ ପିଇବା ପାଣି ସମସ୍ୟା ଦୂର ହେବ ା ଏଥିରେ ୧୫୪ ଗଁା ସାମିଲ ହୋଇଥିବା ବେଳେ ୧ ଲକ୍ଷ ୨୦ ହଜାର ଲୋକେ ପାନୀୟ ଜଳ ପାଇପାରିବେ ବୋଲି ନିର୍ମାଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକଳ୍ପଠାରୁ ୨୪ କିଲୋମିଟର ଦୂରରେ ଥିବା ଦେବୀନଦୀରୁ ପାଇପ୍‌ ଲାଇନ ଯୋଗେ ପାଣି ଏଠାକୁ ଅଣାଯାଇ ଉଚ୍ଚ ଶକ୍ତି ସମ୍ପନ୍ନ ମେଶିିନ ମାଧ୍ୟମରେ ସ୍ବଚ୍ଛ କରାଯାଇ ସବୁ ଗଁାରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ନିର୍ମାଣ ସଂସ୍ଥା ସହକାରୀ ପରିଚାଳକ ନାରାୟଣ ସାମଲ ସୂଚନା ଦେଇଛନ୍ତି। ଦୈନିକ ୧୩.୦୮ଏମ୍‌ଏଲ୍‌ଡି(ମିଲିୟନ ଲିଟର ପର୍‌ ଡ଼େ) ପାଣି ଯୋଗାଇବାର କ୍ଷମତା ଏହି ପ୍ରକଳ୍ପର ରହିଛି ା ଏଥି ନିମନ୍ତେ ଭୂତଳ ପାଇପ୍‌ ବିଛା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଗଁାମାନଙ୍କରେ ପାଣି ପହଞ୍ଚାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ୧୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ କରାଯାଇଛି। ହେଲେ ସବୁ କାର୍ଯ୍ୟରେ ବାଧକ ସାଜିଛି ୩୩/୧୧ କେଭି ବିଦ୍ୟୁତ୍‌ ସଂଯୋଗ। ଏପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ବିଦୁତ୍‌ ସଂଯୋଗ ଯୋଗାଇ ଦିଆଯାଇନାହିଁ ବୋଲି ସାମଲ କହିଛନ୍ତି।