ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ/ନୟାଗଡ଼ ଅଫିସ/ ଦଶପଲ୍ଲା,୨୨।୧(ଡି.ଏନ.ଏ.): ବିଶ୍ୱନିୟନ୍ତା ଦାରୁବିଗ୍ରହଙ୍କ ଚଳିତବର୍ଷ ରଥଯାତ୍ରା ଜୁନ୍‌ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀପଞ୍ଚମୀ ତିଥି ସରସ୍ବତୀ ପୂଜା ଅବସରରେ ରଥଖଳାରେ ରଥକାଠ ଅନୁକୂଳ ବା ପୂଜାର୍ଚ୍ଚନା ହେବ। ତେବେ ଶ୍ରୀପଞ୍ଚମୀ ୨୬ ତାରିଖ ଗୁରୁବାର ପଡୁଥିବାବେଳେ ଏହାର କିଛି ଦିନ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚତ୍ଛି। ନୟାଗଡ଼ ବନଖଣ୍ଡ ଅଧୀନ ଦଶପଲ୍ଲା ରେଞ୍ଜର ପୋଖରୀ ଗୋଛା ଓ ଚଢ଼େୟାପଲ୍ଲୀରୁ ୩ଟି ଟ୍ରକ ଯୋଗେ ରଥ କାଠ ଶନିବାର ପୁରୀରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୪ ଖଣ୍ଡ କାଠ ଆସିଛି।
ଶୁକ୍ରବାର ସନ୍ଧ୍ୟାରେ ନୟାଗଡ଼ ଦଶପଲ୍ଲା ମହାବୀର ମନ୍ଦିରରେ ପ୍ରଥମେ ରଥକାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଏସିଏଫ୍‌ ଶ୍ୱେତଲିନା ସାହୁ, ଦଶପଲ୍ଲା ରେଞ୍ଜର ଅଖିଳେଶ ମଲ୍ଲିକ ପ୍ରମୁଖ ଥିଲେ। ପରେ ୩ଟି ଟ୍ରକ୍‌ ନୟାଗଡ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ବା ପରେ ସେଠାରେ ପୁଣି ପୂଜା କରାଯାଇଥିଲା। ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ଏସିଏଫ୍‌ ଶ୍ୱେତଲିନା ସାହୁ, ଏସିଏଫ୍‌ ହିମାଂଶୁ ମୁଦୁଲି ଉପସ୍ଥିତ ଥିଲେ। ତେବେ ରଥ କାଠ ବୋଝେଇ ଟ୍ରକ ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚତ୍ଥିଲା। ପ୍ରଥମ ପର୍ଯ୍ୟାୟରେ ପହଞ୍ଚତ୍ଥିବା ୧୦୪ଟି କାଠ ମଧ୍ୟରେ ଅସନ ଓ ଧଉରା କାଠ ରହିଛି। ୧୨ ଫୁଟିଆ ଅସନ କାଠ ୩୪ ଖଣ୍ଡ ଏବଂ ଧଉରା କାଠ ୨୯ ଖଣ୍ଡ ରହିଛି। ସେଥିମଧ୍ୟରେ ୧୨ ଫୁଟିଆ ଅସନ ଓ ଧଉରା ରହିଥିବା ସହ ୨୦ ଫୁଟିଆ ଧଉରା ଓ ଅସନ କାଠ ରହିଛି। ଆସିଥିବା ୧୦୪ ଖଣ୍ଡ ରଥକାଠ ମଧ୍ୟରେ ୩୩ ଖଣ୍ଡ ଅସନ ଏବଂ ୭୧ ଖଣ୍ଡ ଧଉରା କାଠ ରହିଛି। ସେଥିମଧ୍ୟରୁ ୧୨ଫୁଟିଆ ଅସନ କାଠ ୧୮ଟି, ୨୦ ଫୁଟିଆ ଅସନ କାଠ ୧୫ଟି ରହିଥିବା ବେଳେ ୧୨ଫୁଟିଆ ୪୪ ଖଣ୍ଡ ଧଉରା ଓ ୨୦ ଫୁଟର ଧଉରା କାଠ ୨୭ଟି ରହିଛି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୮୬୫ ଖଣ୍ଡ ଅସନ, ଧଉରା, ଫାସୀ ସହ ବିଭିନ୍ନ ପ୍ରକାର କାଠ ଆବଶ୍ୟକ ହୋଇଥାଏ। ତେବେ ଗତବର୍ଷ ୧୧୮ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠ ଆବଶ୍ୟକ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ କାଠ ପୁରୀରେ ପହଞ୍ଚତ୍ଥିବା ବେଳେ ପର୍ଯ୍ୟାୟକ୍ରମେ ବାକି ରଥ କାଠ ପହଞ୍ଚତ୍ବ ବୋଲି ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ଚଳିତବର୍ଷ ମୋଟ ୭୪୭ କାଠ ମଧ୍ୟରୁ ସ’ ମିଲକୁ ୪୦୬ ଓ ରଥଖଳାକୁ ୩୪୧ ଖଣ୍ଡ କାଠ ଯିବାର ରହିଛି। ଶନିବାର ପୁରୀରେ ପହଞ୍ଚତ୍ଥିବା କାଠ ମଧ୍ୟରୁ ରଥ ସଂହିତା ଅନୁଯାୟୀ, ସରସ୍ବତୀ ପୂଜା ଦିନ ୩ଟି ୧୨ ଫୁଟିଆ ଧଉରା କାଠକୁ ଶ୍ରୀନହର ସମ୍ମୁଖ ରଥଖଳାରେ ପୂଜା କରାଯିବ। ପରେ ରଥ ନିର୍ମାଣ ସମୟରେ ଉକ୍ତ ୩ଟି କାଠରେ ଗୁଜ ଅନୁକୂଳ କରାଯାଇ ଗୁଜ ନିର୍ମାଣ କରାଯିବ। ସେହିପରି ରାମ ନବମୀ ତିଥିରେ କଟକ ଖପୁରିଆସ୍ଥିତ କରତକଳରେ କାଠ ଚିରା ଅନୁକୂଳ ହେବ ଓ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri