ପ୍ରଥମ ରନର୍ସ ଅପ୍‌ ହେଲେ ଗଞ୍ଜାମର ଗୁଞ୍ଜନ

ଭୁବନେଶ୍ୱର, ୧୭।୮ (ବ୍ୟୁରୋ)-ରାଜ୍ୟ ତଥା ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କମାଲ୍‌ ଦେଖାଉଛନ୍ତି ଓଡ଼ିଆ ଝିଅ। ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍‌ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଗୁଞ୍ଜନ ପ୍ରିୟଦର୍ଶିନୀ। କୌଶିକ୍‌ ଇଭେଣ୍ଟ ଦ୍ୱାରା ଗତ ୧୪ ତାରିଖରେ ଆୟୋଜିତ ଏହି ମଡେଲ ପ୍ରତିଯୋଗିତାରେ ‘ମିସ୍‌ ଇଣ୍ଡିଆ ସାଇନ୍‌ ଅଫ୍‌ ସ୍କାଏ’ରେ ଯୁବତୀ, ଯୁବକ, ବିବାହିତା ମହିଳା ଆଦି ବିଭିନ୍ନ ବର୍ଗରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ଜଣ ପ୍ରତିଯୋଗୀ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ପ୍ରତିଯୋଗିତାରେ ଓଡ଼ିଶାର ଫ୍ୟାଶନ୍‌ ମଡେଲ ପ୍ରଶିକ୍ଷଣ ସଂସ୍ଥା ଓଡ଼ିଶା ଫ୍ୟାଶନ ଭିଲ୍ଲାରୁ ମନୋନୀତ ହୋଇ ୧୭ ବର୍ଷୀୟା ଗୁଞ୍ଜନ ଭାଗନେଇଥିଲେ। ଗଞ୍ଜାମ ଜିଲା ବଡକୋଦଣ୍ଡା ଭଞ୍ଜନଗର ନିବାସୀ ପଞ୍ଚାନନ ବିଶୋଇ ଓ ମନୋରମା ବିଶୋଇଙ୍କ ଝିଅ ଗୁଞ୍ଜନ ପ୍ରଥମ ରନର୍ସଅପ୍‌ ହୋଇଥିଲେ। ଯୁକ୍ତ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଗୁଞ୍ଜନ ଜଣେ ନୃତ୍ୟଶିଳ୍ପୀ ଓ ଥିଏଟର କଳାକାର। ନିଜର କଳା ପାଇଁ ସେ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।