ଅନୁଗୋଳରେ ଗଡ଼ିଲା ପ୍ରଥମ ଦୁଗ୍ଧ ଏଟିଏମ୍‌

ଛେଣ୍ଡିପଦା, ୩୦ା୧(ସ୍ବ.ପ୍ର.) ସାହି ସାହି ବୁଲୁଛି ମିଲ୍କ ଭ୍ୟାନ୍‌। ଏଟିଏମ୍‌ରୁ ଟଙ୍କା ବାହାରିବା ଭଳି ସେଥିରୁ ବାହାରୁଛି ଉନ୍ନତମାନର କ୍ଷୀର। ଅନୁଗୋଳ ଜିଲାରେ ପ୍ରଥମ ଥର ଏଭଳି ଦୁଗ୍ଧ ଏଟିଏମ୍‌ ଆରମ୍ଭ କରି ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଖମାର ଗ୍ରାମର ଚିନ୍ମୟ ସାହୁ। ଏମ୍‌ସିଏ ପଢୁଆ ଏହି ଉଚ୍ଚଶିକ୍ଷିତ ଯୁବକଙ୍କ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କ୍ଷୀର ବିକ୍ରିର ଏଭଳି ଅଭିନବ କୌଶଳ ବାହାର କରି ସେ ପାଲଟିଛନ୍ତି ଯୁବପିଢ଼ିଙ୍କ ପାଇଁ ପ୍ରେରଣା।
୨୦୧୩ରେ ଏମ୍‌ସିଏ ଶିକ୍ଷା ଶେଷ ପରେ ଅନ୍ୟମାନଙ୍କ ଭଳି ପ୍ରଥମେ ଚାକିରି ପଛରେ ଦୌଡ଼ିଥିଲେ ଚିନ୍ମୟ। ହେଲେ ମନ ମୁତାବକ ଚାକିରି ମିଳି ନ ଥିଲା। ସେ ଘରେ ବେରୋଜଗାର ହୋଇ ବସିରହିଥିଲେ। ଘରର ଦାୟିତ୍ୱ ମୁଣ୍ଡାଇବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ରୋଜଗାର ଚିନ୍ତାରେ ଥିବାବେଳେ ସୋସିଆଲ ମିଡିଆରୁ ଦୁଗ୍ଧ ଏଟିଏମ ସମ୍ପର୍କରେ ଜାଣିଥିଲେ। ଏହାପରେ ଦୁଗ୍ଧ ଶିତଳୀକରଣ ଟାଙ୍କି ତିଆରି କରି ସେଥିରେ ଅନ୍‌ଲାଇନ୍‌ରୁ ଏଟିଏମ୍‌ ମେଶିନ କିଣି ଲଗାଇଥିଲେ। ଏହାକୁ ଏକ ଅଟୋରିକ୍ସାରେ ସଂଯୋଗ କରି ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ ଆରମ୍ଭ କଲେ। ପ୍ରଥମେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ ପେଣ୍ଠସ୍ଥଳରେ ଗାଡ଼ି ରଖି ଦୁଗ୍ଧ ବିକ୍ରି ଆରମ୍ଭ କରିଥିଲେ। ଜିଲା ସଦରରେ ଦୁଗ୍ଧର ଅଧିକ ଚାହିଦା ଥିବା ଜାଣିବା ପରେ ସେ ଏବେ ଘରଠାରୁ ୫୦ କି.ମି. ଦୂର ଅନୁଗୋଳ ସହରରେ କ୍ଷୀର ବିକ୍ରି ଆରମ୍ଭ କରିଛନ୍ତି। ଅନୁଗୋଳରେ ପ୍ରଥମ ଦିନ ମାତ୍ର ୧୩ ଲିଟର ଦୁଗ୍ଧ ବିକ୍ରି କରିଥିବାବେଳେ ଏହା ଏବେ ବୃଦ୍ଧି ପାଇ ୮୦ ଲିଟରରେ ପହଞ୍ଚତ୍ଛି। ଅନୁଗୋଳ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପାଲଟିଛି ଚିନ୍ମୟଙ୍କ ବ୍ୟବସାୟର ଠିକଣା।
ଏ ସଂକ୍ରାନ୍ତରେ ସେ କୁହନ୍ତି, ଘର ପାଖକୁ ଆସି କ୍ଷୀର କିଣି ନେଉଥିବାରୁ ଚାଷୀମାନେ ଉପକୃତ ହେଉଛନ୍ତି। ଆଗାମୀ ଦିନରେ ବ୍ୟବସାୟ ଆହୁରି ବଢ଼ିବ। ଏଭଳି ଦୁଗ୍ଧ ଏଟିଏମ୍‌ ଜରିଆରେ ଅଞ୍ଚଳର ଶିକ୍ଷିତ ଯୁବତୀଯୁବକ ଆତ୍ମନିର୍ଭରଶୀଳ ହୋଇପାରିବେ। ଅନ୍ୟପଟେ ଚିନ୍ମୟଙ୍କ ଏଭଳି ପ୍ରୟାସକୁ ଅଞ୍ଚଳର ଦୁଗ୍ଧ ଚାଷୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri