୩୧ ସୁଦ୍ଧା ଆବାସ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି

ରସୁଲପୁର,୧୫ା୩(ଡି.ଏନ.ଏ.): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ। ଏହାରି ଭିତରେ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କ ଜମାଖାତାକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟ ଡିସେମ୍ବର ୨୦୨୨ ସୁଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପ୍ରତ୍ୟେକ ହିତାଧିକାରୀଙ୍କୁ ଏବିପିଏସ୍‌(ଆଧାର ବେସ୍‌ଡ ପେମେଣ୍ଟ ସିଷ୍ଟମ) ଜରିଆରେ ପୈଠ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଏହି ବ୍ୟବସ୍ଥାକୁ ଅପଡେଟ୍‌ କରିବା ଆଳରେ ହିତାଧିକାରୀଙ୍କୁ ଆବାସ ବାବଦକୁ ପ୍ରଥମ କିସ୍ତି ମିଳିବାରେ ବିଳମ୍ବ ହୋଇଆସୁଛି।
ରସୁଲପୁର ବ୍ଲକରେ ଚଳିତ ଆର୍ଥତ୍କ ବର୍ଷରେ ୨୨୬୫ଜଣ ହିତାଧିକାରୀ ଆବାସ ପାଇବା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି। ସେମାନଙ୍କର ଆଧାର ଲିଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହାସତ୍ତ୍ୱେ ବି ହିତାଧିକାରୀଙ୍କ ଜମାଖାତାକୁ ପ୍ରଥମ କିସ୍ତି ପ୍ରଦାନ କରିବାରେ ଅସୁବିଧା ଦେଖାଦେଇଛି। ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୫୯୩ ହିତାଧିକାରୀଙ୍କ ଜମାଖାତାକୁ ପ୍ରଥମ କିସ୍ତି ଯିବାରେ କେୱାଇସି ବାଧକ ସାଜିଛି। ଏହି ବର୍ଗର ହିତାଧିକାରୀମାନେ ବ୍ୟାଙ୍କରେ କେୱାଇସି ଫର୍ମ ଦାଖଲ କରି ଆକାଉଣ୍ଟକୁ ଅପଡେଟ କରିଲେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ପୈଠ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆବାସ ଯୋଜାନ ତୃଣମୂଳସ୍ତରରେ ବିବାଦୀୟ ହୋଇପଡ଼ଛି। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ସ୍ବଚ୍ଛତା ରୁହନାହିଁ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏହିଭଳି ବାଦ୍‌ ବିବାଦ ଭିତରେ ବ୍ଲକ ପକ୍ଷରୁ ଗଢ଼ା ଯାଇଥିବା ୩ଜଣିଆ କମିଟି ଓ ସୁପରଭିଜନ କମିଟି ପକ୍ଷରୁ ବଛା ଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରହିଛି।
ଆବାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଆଧାର ବେସ୍‌ଡ ପେମେଣ୍ଟ ସିଷ୍ଟମରେ କିସ୍ତିଗୁଡିକୁ ପୈଠ ପ୍ରକ୍ରିୟା ଯୋଗୁ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ଘଟାଉଛି। ଏବେ କେୱାଇସି ଦ୍ୱନ୍ଦ୍ୱକୁ ଦୂର କରିବାକୁ ନେଇ ବ୍ଲକ ପକ୍ଷରୁ କସରତ ଆରମ୍ଭ ହୋଇଛି। ଏ ଦିଗରେ ପ୍ରତ୍ୟେକ ପଞ୍ଚାୟତରେ କେୱାଇସି ଅପଡେଟ ହୋଇ ନ ଥିବା ହିତାଧିକାରୀଙ୍କ ତାଲିକାଗୁଡ଼ିକୁ ସରପଞ୍ଚମାନଙ୍କ ଜରିଆରେ ଅବଗତ କରାଯାଉଛି। ଏହି କାର୍ଯ୍ୟକୁ ଚଳିତ ମାସ ଶେଷ ସୁଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ତାଲିକାରୁ ବାଦ୍‌ ଓ ପୂର୍ବରୁ ସରକାରୀ ଆବାସ ପାଇଁ ପାଇଥିବା କିସ୍ତି ଟଙ୍କା ଫେରାଇ ଥିବା ହିତାଧିକାରୀଙ୍କୁ କେବେ ଆବାସ ମିଳିବ ଏଯାଏ ସେ ନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ ବୋଲି କୁହାଯାଉଛି। ଦ୍ୱିତୀୟ ଦଫାରେ ସମ୍ପୃକ୍ତ ବର୍ଗର ହିତାଧିକାରୀଙ୍କ ସମସ୍ୟାକୁ ବିବେଚନାକୁ ନିଆଯିବ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ବିକଳ୍ପ ପନ୍ଥା ଆପଣେଇବାକୁ ସଜବାଜ ହେଉଛନ୍ତି। ଆବାସ ବଣ୍ଟନରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ବଞ୍ଚତ୍ତ ହିତାଧିକାରୀ କୋର୍ଟର ଦ୍ୱାରସ୍ଥ ହେବାର ସମ୍ଭାବନା ରହିଛି। ତେବେ ଏହି ସମସ୍ୟାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଭଳି ସମାଧାନ କରିବାରେ ସଫଳ ହେଉଛନ୍ତି ତାକୁ କେବଳ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri