ଗୁଡ୍‌ସ ସେଡ୍‌ ସ୍ଥାନାନ୍ତର ହେବ

ଯାଜପୁର ଅଫିସ,୧୫ା୩ : ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ଦ୍ୱିତୀୟ ପରାମର୍ଶଦାତା କମିଟି ବୈଠକରେ କେତେକ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଏଥିରେ ସହର ମଝିରେ ଥିବା ଅତି ପ୍ରଦୂଷଣ ସୃଷ୍ଟିକାରୀ ଗୁଡ୍‌ସ ସେଡ୍‌କୁ ବ୍ୟାସ ସରୋବର ନିକଟକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି। ଏହାବାଦ୍‌ କେନ୍ଦୁଝର-ଖୋର୍ଦ୍ଧା ରୋଡ ମେମୁ ଟ୍ରେନକୁ ସମ୍ପ୍ରସାରଣ, ନୂତନ ପାଦଚଲା ବ୍ରିଜରେ ଲିଫ୍ଟ ଏବଂ ବୈଦ୍ୟୁତିକ ସିଡି ସ୍ଥାପନ, ଦ୍ରୁତଗ୍ରାମୀ ଟ୍ରେନ ରହଣୀ ଇତ୍ୟାଦି ରହିଛି। ଏହାସହ ଗତ ବୈଠକର ପ୍ରସ୍ତାବଗୁଡିକ ଉପରେ ଆଲୋଚନା ହୋଇଛି। ଏହାବାଦ୍‌ ଅମୃତ ଭାରତ ଯୋଜନାରେ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ସର୍ବାଙ୍ଗୀନ ବିକାଶ ହେବ ବୋଲି ବୈଠକରେ ସୂଚନା ମିଳିଥିଲା।
ଏସିଆ ମହାଦେଶର ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନ ସବୁ କ୍ଷେତ୍ରରେ ଅବହେଳିତ। ୧୨୭ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମସଫର, ଦୁରନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶିଆଲ ଟ୍ରେନ ରହଣୀ ନ ଥିବାରୁ ଚାକରିଆ, ଛାତ୍ରୀଛାତ୍ର, ବ୍ୟବସାୟୀ, ରୋଗୀ, ଶିଳ୍ପ କାରଖାନା କର୍ମଚାରୀ ପ୍ରମୁଖ ରେଳସେବାରୁ ବଞ୍ଚିତ ରହୁଛନ୍ତି। ଉପରୋକ୍ତ ସମସ୍ତ ଦ୍ରୁତଗାମୀ ଟ୍ରେନ ସେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଓ ଭ୍ରଦକ ଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ତେଣୁ ଏହି ଷ୍ଟେଶନ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ରହଣୀ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏଥିପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସାଧାରଣ ନାଗରିକ ପ୍ରମୁଖ ହଜାରରୁ ଊର୍ଦ୍ଧ୍ୱ ଦସ୍ତଖତ ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଦାବିପତ୍ରକୁ ଆଗାମୀ ଦିନରେ ରେଳ ମନ୍ତ୍ରୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଦାବିପତ୍ରରେ ଏହି ଷ୍ଟେଶନର ନାମକରଣ ଯାଜପୁର-କେନ୍ଦୁଝର ରୋଡ ଥିବାବେଳେ ଏଠାରୁ କେନ୍ଦୁଝର ଜିଲାକୁ ଗୋଟିଏ ବି ଟ୍ରେନ ଚଳାଚଳ କରୁନାହିଁ। ପ୍ରଧାନମନ୍ତ୍ରୀ ଭାରତରେ ବୁଲେଟ୍‌ ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଥିବାବେଳେ ଅଧିକ ରାଜସ୍ବ ଆଦାୟ ହେଉଥିବା ଏହି ରେଳଷ୍ଟେଶନକୁ ସଦାସର୍ବଦା ଅଣଦେଖା କରାଯାଉଛି।
ସୂଚନା ଅଧିକାର ଆଇନ (ଆରଟିଆଇ)ବଳରେ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତଟ ରେଳପଥ ଜୋନ୍‌ରେ ଗତ ୩ ବର୍ଷରେ ରାଜସ୍ବ ଆଦାୟ ଅନ୍ୟ ଜୋନ ତୁଳନାରେ ସର୍ବାଧିକ। ୨୦୧୯-୨୦ରେ ୧୭,୭୪୬.୫୫ କୋଟି, ୨୦୨୦-୨୧ରେ ୧୭,୪୯୭.୫୦ କୋଟି ଏବଂ ୨୦୨୧-୨୨ରେ ୧୯,୯୭୩.୮୦ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଅଥଚ ସବୁ ପ୍ରକାର ଭିତ୍ତିଭୂମି ଥାଇ ପୂର୍ବତଟ ରେଳପଥ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳି ପାରୁନାହିଁ ା ଅନ୍ୟପକ୍ଷେ ସହରର ବାୟୁ ପ୍ରଦୂଷଣର ଖଳନାୟକ ସାଜିଥିବା ଗୁଡ୍‌ସ ସେଡ୍‌କୁ ସ୍ଥାନାନ୍ତର ଦାବି ଗଡି ଚାଲିଛି। ତେଣୁ ମଙ୍ଗଳବାର ବୈଠକରେ ଖୋର୍ଦ୍ଧାରୋଡ ଡିଭିଜନର ଆସିଷ୍ଟାଣ୍ଟ କର୍ମର୍ସ ମ୍ୟାନେଜର ଜ୍ଞାନରଞ୍ଜନ ନାୟକ ଗୁଡ୍‌ସ ସେଡ୍‌ ଖୁବଶୀଘ୍ର ବ୍ୟାସ ସରୋବର ଅଞ୍ଚଳକୁ ସ୍ଥାନାନ୍ତର ହେବ ବୋଲି ସୂଚନା ଦେଇଥିଲେ। ଉକ୍ତ ବୈଠକରେ ରେଳ କର୍ମକର୍ତ୍ତା ସମୀର ରଞ୍ଜନ ସାହୁ, ଚିଫ୍‌ କମର୍ସ ମ୍ୟାନେଜର ସୁଶାନ୍ତ କୁମାର ସାହୁଙ୍କ ସମେତ ପରାମର୍ଶଦାତା କମିଟର ସଭ୍ୟ ଭାଗିରଥି ଆଚାର୍ଯ୍ୟ, ବିଦ୍ୟାଧର ପୋଲାର, ଅକ୍ଷୟ କୁମାର ପଣ୍ଡା, ଏସ. ମଜୁମଦାର ରହମନ, ପବିତ୍ର ମୋହନ ସାହୁ, ବ୍ରଜବନ୍ଧୁ ସୀମାନ୍ତକେଶରୀ ସାମଲ ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ଦ୍ଦମାପାଣିରେ ଭାସୁଛି ବୈପାରିଗୁଡ଼ା

ବୈପାରିଗୁ୍‌ଡ଼ା,୧୮।୧(ଡି.ଏନ.ଏ.): ବୈପାରିଗୁ୍‌ଡ଼ା ବ୍ଲକ ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠ ପାଇପ୍‌ ଫାଟି ପାଣି ବାହାରି କାଦୁଅ ହେଉଛି ତ କେଉଁଠି ନର୍ଦ୍ଦମାପାଣି ରାସ୍ତା...

କର୍ମଚାରୀ ଅଭାବ, ମିଳୁନି ତ୍ୱରିତ ନ୍ୟାୟ

ବୈଶିଙ୍ଗା,୮|୮(ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଥାନା ଏକ ବୃହତ ଅଞ୍ଚଳକୁ ନେଇ ଗଠିତ। ଏହି ବ୍ଲକର ୧୭ ପଞ୍ଚାୟତ ଅଧୀନ ୨୦୫...

ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କଲେ ପଞ୍ଚାୟତବାସୀ

ଝାରସୁଗୁଡ଼ା ଅଫିସ,୧୮ା୧୦: ଝାରସୁଗୁଡ଼ା ଜିଲା କୋଲାବିରା ତହସିଲ ଅନ୍ତର୍ଗତ ପରମାଣପୁର ପଞ୍ଚାୟତ କାଲିବାହାଲ ଗ୍ରାମ ନିକଟରେ ଏକ କେମିକାଲ ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ...

ମଧ୍ୟାହ୍ନରେ ଆରଟିଓ, ରାତିରେ ପୋଲିସ ପକ୍ଷରୁ ଯାଞ୍ଚ:ପ୍ରଥମ ଦିନରେ ୧୩ ହଜାର ଜରିମାନା ଆଦାୟ

ଅନୁଗୋଳ ଅଫିସ, ୩।୯ ଭାରତ ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ ହେଉ ହେଉ ଅନୁଗୋଳ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ...

ବାଇକ୍‌ ଉପରେ ଚଢିଗଲା ଟ୍ରକ: ଚାଲିଗଲା ୨ ଜଣଙ୍କ ଜୀବନ

କେନ୍ଦୁଝର, ୩ା୧୦(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଭଗାମୁଣ୍ଡା ଆଶ୍ରମ ସ୍କୁଲ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ବାଇକ୍‌ ଉପରେ ଏକ ୧୨ ଚକିଆ ଟ୍ରକ ଚଢିଯିବାରୁ...

ଅମୃତ ସରୋବର ଯୋଜନା ଶୁଭାରମ୍ଭ

ବଇଣ୍ଡା,୨୯।୬ (ଡି.ଏନ.ଏ.) – କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ବଣିନାଳି ଗ୍ରାମରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ ଅମୃତ ସରୋବର ଯୋଜନା ଶୁଭାରମ୍ଭ କରାଯାଇଛି।...

ସରିଲା ମତଦାନ: ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭଦ୍ରକ ଅଫିସ, ୩।୧୧: ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ ପ୍ରକ୍ରିୟା। ଇଭିଏମରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ମୋଟ ୬୬.୬୩ ପ୍ରତିଶତ ମତଦାନ...

ନବବର୍ଷରେ ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼

ପୁରୁଷୋତ୍ତମପୁର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଇଂରାଜୀ ନବବର୍ଷ ଅବସରରେ ମା’ଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର...

Advertisement
Archives

Model This Week