ଏହି ଗାଁରେ ୱାର୍ଡମେମ୍ବର ପଦବୀ ଲାଗି ପ୍ରଥମ ଥର ହେବ ନିର୍ବାଚନ

ବୌଦ୍ଧ,୬ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଞ୍ଚାୟତର ବିରାମଚନ୍ଦ୍ରପୁର ଗ୍ରାମରେ ପ୍ରଥମ ଥର ପାଇଁ ୱାର୍ଡମେମ୍ବର ପଦବୀ ଲାଗି ନିର୍ବାଚନ ହେବାକୁ ଯାଉଛି। ଏହି ଗ୍ରାମରେ ଦେଶ ସ୍ବାଧୀନ ହେବା ପରଠାରୁ କେବେ ବି ୱାର୍ଡମେମ୍ବର ପଦବୀ ଲାଗି ନିର୍ବାଚନ ହୋଇନାହିଁ। ଗ୍ରାମବାସୀଙ୍କ ସହମତିରେ ୱାର୍ଡମେମ୍ବର ଚୟନ କରାଯାଇଥାଏ। କିନ୍ତୁ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି।

ସୂଚନା ମୁତାବକ, ବିରାମଚନ୍ଦ୍ରପୁର ଗ୍ରାମରେ ପଞ୍ଚାୟତର ୫, ୬ ଓ ୭ ନମ୍ବର ୱାର୍ଡ ରହିଛି। ସମସ୍ତ ୱାର୍ଡ ପାଇଁ ଦୁଇ ଜଣ ଲେଖାଏ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୫ ନମ୍ବର ୱାର୍ଡ ପାଇଁ ସୁରେନ୍ଦ୍ର୍ର ମଲିକ ଓ ଗୋପାଳ ବାଗ, ୬ ନମ୍ବର ୱାର୍ଡ ପାଇଁ ବଳରାମ ବେହେରା ଓ ଆର୍ତ୍ତ ବେହେରା ଏବଂ ୭ ନମ୍ବର ୱାର୍ଡ ପାଇଁ ପ୍ରମିଳା ବେହେରା ଓ ବାସନ୍ତୀ ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ପୂର୍ବରୁ କେବେ ବି ନିର୍ବାଚନ ହୋଇ ନ ଥିବା ବେଳେ ଏଥର ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିବାରୁ ଗ୍ରାମର ଏକତା ଏକ ପ୍ରକାର ଭଗ୍ନ ହେବ ବୋଲି କୁହାଯାଉଛି। ମାତ୍ର ଏକ ଗଣତାନ୍ତ୍ରିକ ଦେଶରେ ଚଳିତଥର ୱାର୍ଡମେମ୍ବର ନିର୍ବାଚନ ହେଉଥିବାରୁ ଗ୍ରାମର ବିକାଶଧାରା ତ୍ୱରାନ୍ବିତ ହେବ ବୋଲି ଯୁବ ସ୍ବେଚ୍ଛାସେବୀ ବାଲ୍ମିକୀ ମହାକୁଡ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri