ଲିପୋପ୍ରୋଟିନ୍‌(ଏ) ଚିକିତ୍ସା ପାଇଁ ପ୍ରଥମ ଔଷଧ

ଆମଷ୍ଟରଡାମ୍‌,୩୦ା୮: ଲିପୋପ୍ରୋଟିନ୍‌(ଏ) ହେଉଛି ଅଠାଳିଆ କୋଲେଷ୍ଟରଲର ମୁଖ୍ୟତଃ ଏକ ଆନୁବଂଶିକ ରୂପ। ଏହା ହୃଦ୍‌ରୋଗ ଓ ହୃଦ୍‌ଘାତଜନିତ ବିପଦ ବଢ଼ାଇଥାଏ। ବିଶ୍ୱରେ ପ୍ରଥମ ଥର ପାଇଁ ଲିପୋପ୍ରୋଟିନ୍‌(ଏ)ର ଚିକିତ୍ସା ଏକ ନୂଆ ଔଷଧରେ କରାଯାଇପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଉଚ୍ଚସ୍ତରର ଲିପୋପ୍ରୋଟିନ୍‌(ଏ) ହେଉଛି ଏଲ୍‌ଡିଏଲ୍‌ କୋଲେଷ୍ଟରଲ ସହ ସମାନ। ଏହାକୁ ବେଳେବେଳେ ବ୍ୟାଡ୍‌ କୋଲେଷ୍ଟରଲ କୁହାଯାଇଥାଏ। ଏହା ଅଧିକ ଅଠାଳିଆ ହୋଇଥିବାରୁ ଧମନୀରେ ରକ୍ତ ପ୍ରବାହକୁ ଅବରୋଧ ଆଶଙ୍କା ବଢ଼ାଇଥାଏ। ବିଶ୍ୱରେ ପ୍ରତି ୫ ଜଣରେ ଜଣକଠାରେ ଏହାର ପ୍ରଭାବ ପଡ଼ିଥାଏ, ଯାହାର ଏପର୍ଯ୍ୟନ୍ତ କୌଣସି ଅନୁମୋଦିତ ଚିକିତ୍ସା ଉପଲବ୍ଧ ନ ଥିଲା। ଅଷ୍ଟ୍ରେଲିଆର ମୋନାଶ୍‌ ୟୁନିଭର୍ସିଟିରେ ‘ମୁଭାଲାପ୍ଲିନ୍‌’ ନାମକ ଔଷଧର ପ୍ରଥମ ପରୀକ୍ଷା ମାନବ ଦେହରେ ସଫଳତାର ସହ କରାଯାଇଛି। ଲିପୋପ୍ରୋଟିନ୍‌(ଏ)ର ଚିକିତ୍ସା ପାଇଁ ଏହା ପ୍ରଥମ ଔଷଧ। ଏହା ଲିପୋପ୍ରୋଟିନ୍‌(ଏ)ର ସ୍ତରକୁ ସଫଳତାର ସହ ୬୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବ। ଉକ୍ତ ଔଷଧ ଶରୀରରେ ଲିପୋପ୍ରୋଟିନ୍‌(ଏ) ସୃଷ୍ଟିକୁ ରୋକିଥାଏ। ଉକ୍ତ ଗବେଷଣାକୁ ଆମଷ୍ଟରଡାମ୍‌ସ୍ଥିତ ୟୁରୋପିଆନ୍‌ ସୋସାଇଟି ଅଫ୍‌ କାର୍ଡିଓଲୋଜି କଂଗ୍ରେସରେ ଉପସ୍ଥାପନ କରାଯିବା ସହ ଜେଏଏମ୍‌ଏ (ଜର୍ନାଲ ଅଫ୍‌ ଆମେରିକାନ୍‌ ମେଡିକାଲ ଆସୋସିଏଶନ)ରେ ପ୍ରକାଶ ପାଇଛି। ଏହି ଔଷଧ କୋଲେଷ୍ଟେରଲ ଚିକିତ୍ସାରେ ନୂଆ ମୋଡ଼ ଦେବାକୁ ଯାଉଛି। ଏହା ଖାଇବା ଔଷଧ ହୋଇଥିବାରୁ ରୋଗୀଙ୍କ ଦ୍ୱାରା ଅଧିକ ଗ୍ରହଣୀୟ ହେବ ବୋଲି ଅଧ୍ୟୟନର ମୁଖ୍ୟ ତଥା ମୋନାଶ ୟୁନିଭର୍ସିଟିର ଭିକ୍ଟୋରିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଆଣ୍ଡ ଭିକ୍ଟୋରିଆନ୍‌ ହାର୍ଟ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଷ୍ଟିଫେନ୍‌ ନିକୋଲ୍ସ କହିଛନ୍ତି। ଏଲ୍‌ଡିଏଲ୍‌ କମାଇବା ପାଇଁ ସାଧାରଣ ଭାବେ ଉପଲବ୍ଧ ହେଉଥିବା ଔଷଧ ଲିପୋପ୍ରୋଟିନ୍‌(ଏ)କୁ ସମାନ ସ୍ତରକୁ ହ୍ରାସ କରିପାରି ନ ଥାଏ। ଆନୁବଂଶିକ ହୋଇଥିବାରୁ ପଥ୍ୟ, ବ୍ୟାୟାମ କିମ୍ବା ଜୀବନ ଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିହୁଏ ନାହିଁ। ୬୦ ବର୍ଷ ପୂର୍ବରୁ ଲିପୋପ୍ରୋଟିନ୍‌(ଏ) ଠାବ ହୋଇଥିଲେ ମଧ୍ୟ ଏହାକୁ କମାଇବା ନିମନ୍ତେ ଔଷଧ ଏପର୍ଯ୍ୟନ୍ତ ଉପଲବ୍ଧ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri