ଗଞ୍ଜାମ ଏନ୍‌ଏସି ଅଞ୍ଚଳରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କଲା ପ୍ରଶାସନ

ଗଞ୍ଜାମ,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଙ୍ଗଳବାର ଉକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ଏଥିସହିତ ୱାଡ୍‌ ନଂ. ୩ ଓ ୪ ଦୁର୍ଗା ଦେବୀ ସାହି, ମଧ୍ୟଖଣ୍ଡ ସାହି ଓ ରଘୁନାଥ ସାହିକୁ ସମ୍ପୂର୍ଣ ନିଷିଦ୍ଧାଞ୍ଚଳ କରାଯାଇଛି l ମଙ୍ଗଳବାର ଦୁର୍ଗାଦେବୀ ସାହିର ଜଣେ ଯୁବକ କରୋନା ପଜିଟିଭ ସନ୍ଦେହକରି ପ୍ରଶାସନ ପକ୍ଷରୁ କୋଭିଡ୍‌ ୧୯ ଗାଡିରେ ଶିତଳାପଲ୍ଲୀ କୋଭିଡ୍‌ ସେଣ୍ଟରକୁ ପଠାଯାଇଥିବା ଜଣାପଡିଛି l ଏହାପରେ ଗଞ୍ଜାମ ସହରବାସୀ ଭୟଭୀତ ହୋଇପଡିଛନ୍ତି l ସ୍ଥାନୀୟ ପ୍ରଶାସନ, ବଡିଓ ଜ୍ୟୋତି ଶଙ୍କର ରାୟ, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଶ୍ରୀଚନ୍ଦନ ବେହେରା, ସୁକାନ୍ତ ପ୍ରଧାନ ପ୍ରମୁଖ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି l