ତାତି ବଢ଼ାଉଛି ଇଟାଭାଟି ନିଆଁ

ପଟ୍ଟାମୁଣ୍ଡାଇ,୧୫ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି। ମାତ୍ର ବେଆଇନ ନାଲି ଇଟାଭାଟିର ନିଆଁଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁ ତାତି ବେଶି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଇଟାଭାଟିରୁ ବାହାରୁଥିବା ଧୂଆଁ ପ୍ରଭାବରେ ପୋଡ଼ା କୋଇଲା ପାଉଁଶ ଗୁଣ୍ଡ ଉଡି ଗଛ ପତ୍ର ପଡ଼ିବା ଫଳରେ ଏକ ଆସ୍ତରଣ ସୃଷ୍ଟି ହେବାରେ ଲାଗିଛି। ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଧୂଆଁ ଯୋଗୁ ଲୋକେ ଅଣନିଃଶ୍ୱାସୀ ହେଇପଡୁଛନ୍ତି। ଇଟାଭାଟି ବନ୍ଦ କରିବାକୁ ତହସିଲଦାର ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ରାସ୍ତାପାଶର୍‌ବରେ ଇଟାଭାଟି ବେଧଡ଼କ ଭାବେ ଚାଲୁଛି। ପ୍ରଶାସନ କାହିଁକି ନୀରବ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ପରିବେଶବିତ୍‌ ବିଭୂତି ମହାପାତ୍ର କୁହନ୍ତି, ଇଟାଭାଟିରୁ ନିର୍ଗତ ଧୂଆଁ ଯୋଗୁ ବାୟୁମଣ୍ଡଳରେ ଉଷ୍ଣତା ସହ ଅଙ୍ଗାରକାମ୍ଳ ଗ୍ୟାସ ବଢ଼ିବାରେ ଲାଗିଛି। ଫଳରେ ଆଖପାଖ ଅଞ୍ଚଳରେ ଛୋଟ ଶିଶୁଙ୍କ ସମେତ ବୃଦ୍ଧାବୃଦ୍ଧମାନେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ରାଜସ୍ବ କର୍ମଚାରୀମାନେ ଲୋକଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍‌ ଆଦାୟ କରିବା ବଦଳରେ ହାତ ଚିକ୍କଣ କରି ଚୁପ୍‌ ହୋଇ ଚାଲି ଯାଉଛନ୍ତି। ଏଥିପାଇଁ ରାଜସ୍ବ କର୍ମଚାରୀମାନେ ଦାୟୀ ଅଟନ୍ତି। ସାମାଜିକ କର୍ମୀ ଅନନ୍ତ ଦାଶ କୁହନ୍ତି, କେନ୍ଦ୍ରାପଡ଼ା ଏକ କୃଷିପ୍ରଧାନ ଜିଲା ଭାବେ ପରିଚିତ। ବହୁ ନଦୀନାଳ ଜିଲାରେ ପ୍ରବାହିତ। ବିଶେଷ କରି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ପାଖ ଦେଇ ବ୍ରାହ୍ମଣୀ ଓ ଗୋବରୀ ନଦୀର ଅବବାହିକା ଅଞ୍ଚଳରେ ଥିବା ମାଟି ଦୋରସା ଓ ବାଲିଆ ହୋଇଥିବାରୁ ସେଠାରେ ବିଭିନ୍ନ କୃଷିଜାତ ଫସଲ ଓ ପନିପରିବା କରି ଚାଷୀମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କିଛିବର୍ଷ ହେବ ବ୍ୟବସାୟୀମାନେ ନଦୀ ପଠାରେ ଇଟାଭାଟି କରିବା ସହ ଜିଲା ଓ ଜିଲା ବାହାରକୁ ନାଲି ଇଟା ବିକ୍ରୟ କରୁଛନ୍ତି। ଏହାଦ୍ୱାରା ଶତାଧିକ ଏକର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏ ଦିଗରେ ତହସିଲଦାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଚାଷୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡା ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଇଟାଭାଟିଗୁଡିକ ବନ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଉପରେ ପଦକ୍ଷେପ ତହସିଲଦାର ନେବେ ବୋଲି ସେ କହିଛନ୍ତି। ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଦମକଳ ବାହିନୀ ଓ ପୋଲିସ ଫୋର୍ସ ନେଇ ବେଆଇନ ଇଟାଭାଟି ଉପରେ ଚଢାଉ କରାଯାଇ କଞ୍ଚା ଇଟାଗୁଡିକୁ ନଷ୍ଟ କରାଯିବ। ପୋଡ଼ା ଯାଇଥିବା ଇଟାଗୁଡିକୁ ନିଲାମ କରାଯାଇ ରାଜସ୍ବ ଭରଣା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲେଷ୍ଟରଲ୍‌ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସହଜ ଉପାୟ…

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ନିୟନ୍ତ୍ରଣରେ ରହିବା ନିହାତି ଦରକାର। ତେବେ ଏହାର ଏକ ସରଳ ତଥା ସହଜ ଉପାୟ ହାତ ପାଆନ୍ତାରେ ରହିଛି। ତାହା...

ଆଣ୍ଟିବାୟୋଟିକ୍‌ ଖାଉଥିଲେ ହୋଇଯାନ୍ତୁ ସାବଧାନ: ନଚେତ୍‌ ହୋଇପାରେ..

କେତେକ ରୋଗରୁ ଉପଶମ ପାଇବା ଲାଗି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ୍‌ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ରୋଗର କାରଣକୁ ଭଲ ଭାବରେ ତର୍ଜମା କରି ସେ...

ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଦୀପିକା

ବଲିଉଡର ସବୁଠାରୁ ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦୀପିକା ପାଦୁକୋଣ ଅନ୍ୟତମ। ଦୀପିକି ନିଜ ଜନ୍ମଦିନ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଜଣେ ଅଭିନେତ୍ରୀ, ପ୍ରଯୋଜକ,...

ବବି ଦାସଙ୍କୁ କଡ଼ା କାଉଣ୍ଟର କଲେ ପ୍ରୀତିରଞ୍ଜନ ଘଡ଼ାଇ, କହିଲେ କୋରେଇରେ ଯେଉଁମାନେ ଥିଲେ ସମସ୍ତେ…

ଯାଜପୁର,୫ା୧: ବିଜେଡି ନେତା ବବି ଦାସଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବବି କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌...

ଅଭିଯୋଗ ଶୁଣାଣିକୁ ବିଳମ୍ବରେ ଆସିଲେ ଅଧିକାରୀ, ବାହାର କରିଦେଲେ ଜିଲାପାଳ

ରାୟଗଡା,୫/୨(ଆଶିଷ ରଞ୍ଜନ ପଣ୍ଡା)- ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କିଛି ଜିଲାସ୍ତରୀୟ ଅଧିଳାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା...

ଶିକ୍ଷା ସହିତ ମନୋରଞ୍ଜନ ନିତ୍ୟାନ୍ତ ଆବଶ୍ୟକ କହିଲେ ବିଧାୟକ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ପିଏମ୍‌ ଶ୍ରୀ ମହେଶ୍ଚନ୍ଦ୍ର ସୁବହୁସିଂହ ନୋଡାଲ ବିଦ୍ୟାପୀଠଠାରେ ସୋମବାର ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପରଜଙ୍ଗ ବିଧାୟକ...

ମୁସ୍ତାଫିଜୁରଙ୍କୁ KKR ବାଦ୍ ଦେବାପରେ ପାଲଟା ପଦକ୍ଷେପ, ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୫।୧: ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାସନ୍ଦ କରାଯିବା ପରେ ବାଂଲାଦେଶ ବିଚଳିତ ଅବସ୍ଥାରେ ଅଛି। ଏହି ଘଟଣାର ପ୍ରତିକ୍ରିୟାରେ ବାଂଲାଦେଶ କ୍ରିକେଟ୍ ଅଜବ...

ଗାଁରେ ପଶି ଦଳିତଙ୍କୁ କରାଉଥିଲେ ଧର୍ମ ପରିବର୍ତ୍ତନ : ପହଞ୍ଚିଗଲେ ଲୋକେ, ପରେ..

ପରଜଙ୍ଗ, ୫।୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ଦଳିତ ବସ୍ତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri