ତାତି ବଢ଼ାଉଛି ଇଟାଭାଟି ନିଆଁ, ଧୂଆଁ

ପଟ୍ଟାମୁଣ୍ଡାଇ,୮ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଲକ୍ଷାଧିକ ବେଆଇନ ଇଟା ପୋଡ଼ା ଚାଲିଥିବା ବେଳେ ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି କରାଇବାରେ ଲାଗିଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଇଟାଭାଟିର ନିଆଁ ଝାସ ଓ ଧୂଆଁ ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ଜନବସତି, ରାସ୍ତାକଡ଼, ନଈପଠା, ଗୋଚର ଜମି, ଜଙ୍ଗଲ ଜମିରେ ପ୍ରତ୍ୟେକ ସ୍ଥାନରେ ଏଭଳି ମାଳମାଳ ବେଆଇନ ଇଟାଭାଟି ଏବେ ସମସ୍ୟା ବଢ଼ାଇଛି। ରାଜସ୍ବ ବିଭାଗର କୌଣସି କଟକଣାକୁ ଖାତିର ନ କରି ଏହି ଅଞ୍ଚଳରେ ବେଆଇନ ଭାବେ ଇଟାଭାଟି ଚଳାଇଥିବା ଅଭିଯୋଗ ହୋଇଆସୁଛି। ବିଦ୍ୟାଳୟ, ଜନବସତି ଓ ଦାତବ୍ୟ ଅନୁଷ୍ଠାନଠାରୁ ୧ କି.ମି. ଦୂରରେ ଇଟାଭାଟି କରିବା ନିୟମ ନ ଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ବିଜୟ ଦାଶ, ଅନନ୍ତ ଦାଶ, ମାନସ ସାମଲ, ପ୍ରବୀର ନାୟକ, ନରେନ୍ଦ୍ର ଧଳ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳର ବିଭିନ୍ନ ରାଜସ୍ବ ଗ୍ରାମରେ ଇଟା ବ୍ୟବସାୟୀମାନେ ସକ୍ରିୟ ହେବା ସହ ଏକର ଏକର ଗୋଚର ଜାଗା, ଅନାବାଦୀ ଜମି, ନଈପଠା ଓ ଜଙ୍ଗଲ ଜମିରେ ଅବାଧରେ ମାଟି ଇଟା ପୋଡ଼ି କାରବାର କରୁଥିବା ବେଳେ ସରକାରଙ୍କ ରାଜସ୍ବହାନି ସହ ବ୍ୟାପକ ଅଞ୍ଚଳରେ ମୃତ୍ତିକା କ୍ଷୟ ହେଉଛି। ଏସବୁ ଦିଗରେ ପଦକ୍ଷେପ ନେବାକୁ କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ରାଜସ୍ବ ବିଭାଗ ପଛଘୁଞ୍ଚା ଦେଉଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ମାଟିଆ, ତାତନା, ଷଣ୍ଢପଲ୍ଲୀ, ଅଳଭା ଆଦି ଗ୍ରାମ ସମେତ ଡାମରପୁର, ଶାଶନ, କଖାରୁଣି, ବଡ଼ପଡ଼ା, ସାନଜରିଆ, ବଳଭଦ୍ରପୁର, ଶ୍ରୀରାମପୁର, ବାଲିପାଟଣା ପ୍ରଭୃତି ପଞ୍ଚାୟତର ଏକାଧିକ ରାଜସ୍ବ ସର୍କଲରେ ବେଧଡ଼କ ଭାବେ ବେଆଇନ ଇଟାଭାଟି ଗଢ଼ିଉଠିଛି। ଇଟାଭାଟିରୁ ବାହାରୁଥିବା କଳା ଧୂଆଁ ଓ କୋଇଲା ଗୁଣ୍ଡ ଧୂଳିରେ ଅଞ୍ଚଳବାସୀ ଅତିଷ୍ଠ ହେବା ସହ ନିଆଁ ପ୍ରକୋପରେ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ବିଶେଷକରି ମାଟିଆ, ବାଲିପାଟଣା, ଅଳଭା ଏବଂ ତାତନା ପଟ୍ଟାମୁଣ୍ଡାଇ ସହରଠୁ ୨ରୁ ୩ କିଲୋମିଟର ଭିତରେ ଇଟାଭାଟି ଯୋଗୁ ଲୋକମାନେ ନାନା ସମସ୍ୟାରେ ପଡ଼ୁଛନ୍ତି। ଖାଲି ମାଟିଆ ଓ ତାତନା ଗ୍ରାମ ନିକଟସ୍ଥ ଅଞ୍ଚଳରେ ୫୦ରୁ ଊଦ୍ଧର୍‌ବ ବେଆଇନ ଇଟାଭାଟି ଗଢ଼ି ଉଠିଛି। ତେବେ ଏମାନଙ୍କ ପଛରେ ସ୍ଥାନୀୟ ତହସିଲ ପ୍ରଶାସନର ସହଯୋଗ ଯୋଗୁ ରାଜସ୍ବକୁ ଠକି ଛୋଟମୋଟ ଟ୍ୟାକ୍ସ ଆଦାୟ କରିବା ସହ ଏଭଳି ବେଆଇନ କାରବାର ପାଇଁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ବ ସର୍କଲର ନିରୀକ୍ଷକମାନେ ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରଖି ଏଭଳି ବେଆଇନ କାରବାରକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୋଡ଼ା ନାଲି ଇଟା ସମ୍ପୂର୍ଣ୍ଣ ବେଆଇନ। ନଦୀ କୂଳରେ ଇଟାଭାଟି ପାଇଁ ପରିବେଶ ମଞ୍ଜୁରୀ ନ ଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ତହସିଲ ଅଧୀନରେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। କିନ୍ତୁ କେଉଁ ନିୟମ ଆଧାରରେ ସେମାନଙ୍କୁ କିଏ ନିର୍ଦ୍ଦେଶ ଓ ସହଯୋଗ କରୁଛି ତା’ର ଉତ୍ତର କାହାରି ପାଖରେ ନାହିଁ। ବେଆଇନ ଭାବେ ଚାଲିଥିବା ଇଟାଭାଟିକୁ ବନ୍ଦ କରିବାକୁ ତହସିଲ ପ୍ରଶାସନ ସାହସ କରିପାରୁ ନ ଥିବା ଅଭିଯୋଗ ହେଉଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିରେ ଇଟା ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ। ଏହାଦ୍ୱାରା ବାୟୁ ପ୍ରଦୂଷଣ, ଉର୍ବର ମୃତ୍ତିକା କ୍ଷୟ ସହ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରିଥାଏ। ଇଟାଭାଟି ଯୋଗୁ ଶତାଧିକ ଏକର ଚାଷ ତଥା ସରକାରୀ ଜମିରୁ ମାଟି କ୍ଷୟ ହୋଇଚାଲିଛି। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ, ଚଳିତବର୍ଷ ଅଧିକ ବ୍ୟବସାୟୀଙ୍କୁ ନୋଟିସ ଜାରି କରିବା ସହ ଜରିମାନା ଆଦାୟ କରାଯାଉଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଇଟା ପୋଡା ବନ୍ଦ କରାଇବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri