ଶିଳ୍ପୀ ଦେଉଛନ୍ତି ଶେଷ ସ୍ପର୍ଶ

ବଅଁରପାଳ, ୧୬ା୯ (ଡି.ଏନ.ଏ.): ସରିଆସୁଛି ମଣ୍ଡପ ସାଜସଜ୍ଜା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ତୋରଣ ନିର୍ମାଣ। ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ଆଉ ମାତ୍ର ଦିନଟିଏ ପରେ ନାଲ୍‌କୋନଗରବାସୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ହେବ। ୨ ବର୍ଷ ପରେ ମଣ୍ଡପରେ ପୂଜା ପାଇବ ଦେବଶିଳ୍ପୀଙ୍କ ମୂର୍ତ୍ତି। ଏହାକୁ ନେଇ ନାଲ୍‌କୋନଗରରେ କାହିଁ କେତେ ଉତ୍ସାହ। ଏହାକୁ ଦୃଷ୍ଟିରେ ରଖି କାଷ୍ଟ ହାଉସ୍‌ ବି ବିଭାଗ ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା କରାଯାଉଛି। ତୋରଣକୁ କୋଲକାତାର ଭିକ୍ଟୋରିଆ ପ୍ୟାଲେସ ପରି ରୂପ ଦିଆଯାଉଛି। ଶତାଧିକ ବଙ୍ଗୀୟ କରିଗର ରାତିଦିନ ନିର୍ମାଣରେ ଲାଗିଛନ୍ତି। ମଣ୍ଡପର ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି। ବିଷ୍ଣୁଙ୍କ ନୃସିଂହ ଅବତାରକୁ ମଣ୍ଡପରେ ସ୍ଥାନ ଦିଆଯାଉଛି।
ନାଲ୍‌କୋନଗରରେ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱକର୍ମା ପୂଜାରେ ଚଳିତବର୍ଷ ମଣ୍ଡପ ସଂଖ୍ୟା ୨୩ରୁ ୧୮କୁ ହ୍ରାସ ପାଇଛି। ହେଲେ ଏହାର କୌଣସି ପ୍ରଭାବ ପୂଜାକୁ ପ୍ରଭାବିତ କରିବନି। କାରଣ ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ଧରି ନାଲ୍‌କୋନଗରରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ପୂଜା ହୋଇପାରି ନ ଥିଲା। କେବଳ ବିଧି ରକ୍ଷା ପାଇଁ ଫଟୋ ପୂଜା କରାଯାଇଥିଲା। କଟକଣା ଥିବାରୁ କୌଣସି ଦର୍ଶକ ପୂଜା ସ୍ଥାନକୁ ଆସି ନ ଥିଲେ। ତେଣୁ ଚଳିତବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ପୂଜା କମିଟିଗୁଡ଼ିକ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ୨୩ ଯାଏ ହେବାକୁ ଥିବା ପୂଜା କିପରି ସମସ୍ତଙ୍କ ମନମୋହିବ ସେଥିପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରଖାଯାଇଛି। ପାଲା, ଦଣ୍ଡନାଚଠାରୁ ଆରମ୍ଭ କରି ମେଲୋଡି ଯାଏ ବହୁ ଆୟୋଜନ କରାଯାଇଛି। ସେହିପରି ଦୋଳିକୁ ଅନୁମତି ନ ଥିଲେ ବି ପୂଜାରେ ପଲ୍ଲିଶ୍ରୀ ମେଳା ବୁଲିବାର ମଜା ଦର୍ଶକ ନେଇପାରିବେ। ଏହାକୁ ନଜରରେ ରଖି ଉଠା ଦୋକାନବଜାର ଖୋଲିବା ଆରମ୍ଭ ହୋଇଛି। ମିନାବଜାର, ଫୁଡ୍‌ ଷ୍ଟଲଗୁଡ଼ିକ ବିଭିନ୍ନ ସ୍ଥାନରେ ପଡ଼ୁଥିବା ଦେଖାଯାଉଛି। ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଥିବାବେଳେ କେବଳ ପୂଜା ଆରମ୍ଭକୁ ଅପେକ୍ଷା କରାଯାଇଛି।

ଏଥର ୬ ଲକ୍ଷ ଟଙ୍କାର ବଜେଟ
୨୦୦୫ ମସିହାରେ କାଷ୍ଟ ହାଉସ ବି ବିଭାଗ ପକ୍ଷରୁ ପ୍ରଥମ କରି ଦେବଶିଳ୍ପୀଙ୍କ ପୂଜା ଆରମ୍ଭ କରାଯାଇଥିଲା। ଦେଢ଼ ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଥିଲା। ଚଳିତବର୍ଷ ପୂଜା ପାଇଁ ୬ ଲକ୍ଷ ଟଙ୍କା ବଜେଟ ରଖାଯାଇଛି। ବିଶେଷକରି ତୋରଣ ଓ ମଣ୍ଡପ ସାଜସଜ୍ଜା ଯେପରି ଦର୍ଶକମାନଙ୍କ ମନ ଛୁଇଁବ, ସେହିପରି ବ୍ୟବସ୍ଥା କରାଯାଉଛି।
-ପ୍ରକାଶ ବେହେରା, ପୂଜା କମିଟି ସମ୍ପାଦକ

ଭାଇଚାରା ବୃଦ୍ଧି କରାଯିବ
ପୂଜା ଅବସରରେ କିଭଳି ଭାଇଚାରା ବୃଦ୍ଧି କରାଯିବ ସେଥିପାଇଁ ପୂଜା କମିଟି ପକ୍ଷରୁ ଉଦ୍ୟମ ଜାରିରହିବ। ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କଲ୍ୟାଣମଣ୍ଡପଠାରେ ଅଫିସର, କର୍ମଚାରୀ ଓ ଠିକା ଶ୍ରମିକମାନଙ୍କୁ ନେଇ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଛି।
-ଚିତ୍ତରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି

ପ୍ରତ୍ୟହ ହେବ ଅନ୍ନ ପ୍ରସାଦ ବ୍ୟବସ୍ଥା
ଚଳିତବର୍ଷ ପୂଜା ବହୁ ଆଡ଼ମ୍ବରରେ ପୂଜା କରାଯିବ। ୨ ବର୍ଷ ହେଲା ମୂର୍ତ୍ତି ପୂଜା ହୋଇ ନ ଥିବାରୁ ଏଥର ଲାଇଟ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୬ ଦିନ ଧରି ପୂଜା ପାଳନ ହେଉଥିବା ବେଳେ ପ୍ରତ୍ୟେହ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଛି।
-ଦୀପକ ସାମଲ, ପୂଜା କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri