ଶିଳ୍ପୀ ଦେଉଛନ୍ତି ଶେଷ ସ୍ପର୍ଶ

ବଅଁରପାଳ, ୧୬ା୯ (ଡି.ଏନ.ଏ.): ସରିଆସୁଛି ମଣ୍ଡପ ସାଜସଜ୍ଜା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ତୋରଣ ନିର୍ମାଣ। ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ଆଉ ମାତ୍ର ଦିନଟିଏ ପରେ ନାଲ୍‌କୋନଗରବାସୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ହେବ। ୨ ବର୍ଷ ପରେ ମଣ୍ଡପରେ ପୂଜା ପାଇବ ଦେବଶିଳ୍ପୀଙ୍କ ମୂର୍ତ୍ତି। ଏହାକୁ ନେଇ ନାଲ୍‌କୋନଗରରେ କାହିଁ କେତେ ଉତ୍ସାହ। ଏହାକୁ ଦୃଷ୍ଟିରେ ରଖି କାଷ୍ଟ ହାଉସ୍‌ ବି ବିଭାଗ ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା କରାଯାଉଛି। ତୋରଣକୁ କୋଲକାତାର ଭିକ୍ଟୋରିଆ ପ୍ୟାଲେସ ପରି ରୂପ ଦିଆଯାଉଛି। ଶତାଧିକ ବଙ୍ଗୀୟ କରିଗର ରାତିଦିନ ନିର୍ମାଣରେ ଲାଗିଛନ୍ତି। ମଣ୍ଡପର ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି। ବିଷ୍ଣୁଙ୍କ ନୃସିଂହ ଅବତାରକୁ ମଣ୍ଡପରେ ସ୍ଥାନ ଦିଆଯାଉଛି।
ନାଲ୍‌କୋନଗରରେ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱକର୍ମା ପୂଜାରେ ଚଳିତବର୍ଷ ମଣ୍ଡପ ସଂଖ୍ୟା ୨୩ରୁ ୧୮କୁ ହ୍ରାସ ପାଇଛି। ହେଲେ ଏହାର କୌଣସି ପ୍ରଭାବ ପୂଜାକୁ ପ୍ରଭାବିତ କରିବନି। କାରଣ ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ଧରି ନାଲ୍‌କୋନଗରରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ପୂଜା ହୋଇପାରି ନ ଥିଲା। କେବଳ ବିଧି ରକ୍ଷା ପାଇଁ ଫଟୋ ପୂଜା କରାଯାଇଥିଲା। କଟକଣା ଥିବାରୁ କୌଣସି ଦର୍ଶକ ପୂଜା ସ୍ଥାନକୁ ଆସି ନ ଥିଲେ। ତେଣୁ ଚଳିତବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ପୂଜା କମିଟିଗୁଡ଼ିକ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ୨୩ ଯାଏ ହେବାକୁ ଥିବା ପୂଜା କିପରି ସମସ୍ତଙ୍କ ମନମୋହିବ ସେଥିପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରଖାଯାଇଛି। ପାଲା, ଦଣ୍ଡନାଚଠାରୁ ଆରମ୍ଭ କରି ମେଲୋଡି ଯାଏ ବହୁ ଆୟୋଜନ କରାଯାଇଛି। ସେହିପରି ଦୋଳିକୁ ଅନୁମତି ନ ଥିଲେ ବି ପୂଜାରେ ପଲ୍ଲିଶ୍ରୀ ମେଳା ବୁଲିବାର ମଜା ଦର୍ଶକ ନେଇପାରିବେ। ଏହାକୁ ନଜରରେ ରଖି ଉଠା ଦୋକାନବଜାର ଖୋଲିବା ଆରମ୍ଭ ହୋଇଛି। ମିନାବଜାର, ଫୁଡ୍‌ ଷ୍ଟଲଗୁଡ଼ିକ ବିଭିନ୍ନ ସ୍ଥାନରେ ପଡ଼ୁଥିବା ଦେଖାଯାଉଛି। ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଥିବାବେଳେ କେବଳ ପୂଜା ଆରମ୍ଭକୁ ଅପେକ୍ଷା କରାଯାଇଛି।

ଏଥର ୬ ଲକ୍ଷ ଟଙ୍କାର ବଜେଟ
୨୦୦୫ ମସିହାରେ କାଷ୍ଟ ହାଉସ ବି ବିଭାଗ ପକ୍ଷରୁ ପ୍ରଥମ କରି ଦେବଶିଳ୍ପୀଙ୍କ ପୂଜା ଆରମ୍ଭ କରାଯାଇଥିଲା। ଦେଢ଼ ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଥିଲା। ଚଳିତବର୍ଷ ପୂଜା ପାଇଁ ୬ ଲକ୍ଷ ଟଙ୍କା ବଜେଟ ରଖାଯାଇଛି। ବିଶେଷକରି ତୋରଣ ଓ ମଣ୍ଡପ ସାଜସଜ୍ଜା ଯେପରି ଦର୍ଶକମାନଙ୍କ ମନ ଛୁଇଁବ, ସେହିପରି ବ୍ୟବସ୍ଥା କରାଯାଉଛି।
-ପ୍ରକାଶ ବେହେରା, ପୂଜା କମିଟି ସମ୍ପାଦକ

ଭାଇଚାରା ବୃଦ୍ଧି କରାଯିବ
ପୂଜା ଅବସରରେ କିଭଳି ଭାଇଚାରା ବୃଦ୍ଧି କରାଯିବ ସେଥିପାଇଁ ପୂଜା କମିଟି ପକ୍ଷରୁ ଉଦ୍ୟମ ଜାରିରହିବ। ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କଲ୍ୟାଣମଣ୍ଡପଠାରେ ଅଫିସର, କର୍ମଚାରୀ ଓ ଠିକା ଶ୍ରମିକମାନଙ୍କୁ ନେଇ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଛି।
-ଚିତ୍ତରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି

ପ୍ରତ୍ୟହ ହେବ ଅନ୍ନ ପ୍ରସାଦ ବ୍ୟବସ୍ଥା
ଚଳିତବର୍ଷ ପୂଜା ବହୁ ଆଡ଼ମ୍ବରରେ ପୂଜା କରାଯିବ। ୨ ବର୍ଷ ହେଲା ମୂର୍ତ୍ତି ପୂଜା ହୋଇ ନ ଥିବାରୁ ଏଥର ଲାଇଟ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୬ ଦିନ ଧରି ପୂଜା ପାଳନ ହେଉଥିବା ବେଳେ ପ୍ରତ୍ୟେହ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଛି।
-ଦୀପକ ସାମଲ, ପୂଜା କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri