ଟ୍ରାକ୍‌କୁ ଫେରୁଛି ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୫।୮: କରୋନା ଯୋଗୁ ଦେଶ ମଧ୍ୟରେ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଉପରେ ଗଭୀର ପ୍ରଭାବ ପଡ଼ିଛି। ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବାରୁ ଅର୍ଥ ବ୍ୟବସ୍ଥାକୁ ଠିକ୍‌ କରିବା ଚ୍ୟାଲେଞ୍ଜ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟଗୁଡିକ ନିଜ ମଧ୍ୟରେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ବର୍ତ୍ତମାନ ଅନ୍‌ଲକ୍‌ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ କଟକଣା କୋହଳ କରାଯାଉଥିବା ଦେଖାଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ବଜାର ଲାଗି ଖୁସି ଖବର ଆଣିବ। ମନ୍ତ୍ରଣାଳୟ ଏହାର ରିପୋର୍ଟରେ କହିଛି ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ବର୍ତ୍ତମାନ ବିତିସାରିଛି। ମଙ୍ଗଳବାର ଜାରି କରାଯାଇଥିବା ଏହି ରିପୋର୍ଟରେ ଏକ ନିଷ୍କର୍ଷ ବାହାର କରାଯାଇଛି। କରୋନା ଭାଇରସ୍‌ ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି କୃଷିକ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ବୋଲି ଏଥିରେ କୁହାଯାଇଛି। ମୌସୁମୀ ଚଳିତ ବର୍ଷ ଏ ଦିଗରେ ଉନ୍ନତ ଯୋଗଦାନ ରଖିବା ନେଇ ସମ୍ଭାବନା ରହିଛି। କରୋନା ଲାଗି ଏପ୍ରିଲ ମାସରେ ଅର୍ଥ ବ୍ୟବସ୍ଥା ସାମ୍ନା କରିଥିବା ସଙ୍କଟ ସ୍ଥିତି ପରେ ଏବେ ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି। ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ରିପୋର୍ଟରେ ପୁଣି କୁହାଯାଇଛି ଯେ, ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ଖରାପ ସମୟ ବିତିଯାଇଛି। କରୋନା ସ୍ଥିତି ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ରାଜ୍ୟଗୁଡିକ ବର୍ତ୍ତମାନ ସେମାନଙ୍କ ସ୍ତରରେ ପର୍ଯ୍ୟାୟ ଭିତ୍ତିରେ ଲକ୍‌ଡାଉନ କରୁଛନ୍ତି। ରାଜ୍ୟଗୁଡିକ ସେମାନଙ୍କ ସ୍ତରରେ ପ୍ରୟାସ ଜାରି ରଖିଥିଲେ ମଧ୍ୟ ମାମଲା ବଢୁଥିବା ଦେଖାଯାଉଛି। ଏହା ଉପରେ ନିରନ୍ତର ନଜର ରଖିବାର ଆବଶ୍ୟକତା ରହିଛି। କୃଷିକ୍ଷେତ୍ର ଉପରେ ରିପୋର୍ଟରେ ଭରସା କରାଯାଇଛି। କୋଭିଡ୍‌ ଝଟକାରୁ ଭାରତକୁ ବାହାରକୁ ଆଣିବା ଲାଗି କୃଷିକ୍ଷେତ୍ର ଏକ ପ୍ରମୁଖ ଯୋଗଦାନ ରଖିବ ବୋଲି ସରକାର ଆଶାବାଦୀ ରହିଛନ୍ତି। ସରକାର ଲକ୍‌ଡାଉନ ବେଳେ କୃଷିକ୍ଷେତ୍ର ପାଇଁ ବିଭିନ୍ନ କଟକଣା କୋହଳ କରିଥିଲେ। ରବି ଫସଲ ଠିକ୍‌ ସମୟରେ ଅମଳ କିମ୍ବା ଖରିଫ ଚାଷକାର୍ଯ୍ୟ ଠିକ୍‌ ସମୟରେ ଆରମ୍ଭ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ରେକର୍ଡ ପରିମାଣର ଗହମ କ୍ରୟ କରାଯିବା ଯୋଗୁ କୃଷକଙ୍କ ହାତକୁ ୭୫ ହଜାର କୋଟି ଟଙ୍କାଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳ କ୍ଷେତ୍ର ଚାହିଦା ଫେରିବାରେ ସହାୟକ ହେବ।
କୃଷିକ୍ଷେତ୍ର ସୁଧାର ଉପରେ ରିପୋର୍ଟରେ କୁହାଯାଇଛି ଯେ, ଉକ୍ତ କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରାଯାଇଛି। କୃଷକଙ୍କ ସଶକ୍ତୀକରଣ ଦିଗରେ ପଦକ୍ଷେପ ସହ କୃଷକଙ୍କ ଯୋଗଦାନ ଅର୍ଥ ବ୍ୟବସ୍ଥାରେ ବଢାଇବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି। ମେ ମାସରେ ଔଦ୍ୟୋଗିକ ଉତ୍ପାଦନ ଏବଂ ୬ କୋର୍‌ ସେକ୍ଟରର କାର୍ଯ୍ୟକଳାପ ଏପ୍ରିଲ ତୁଳନାରେ ବିଶେଷ ସୁଧାର ପରିଲକ୍ଷିତ ହୋଇଛି। ଜୁନ୍‌ରେ ମାନୁଫାକ୍‌ଚରିଂ ପିଏମ୍‌ଆଇ ୪୭.୨% ସ୍ତର ଛୁଇଁଛି। ସେହିଭଳି ସେବା କ୍ଷେତ୍ର ପିଏମ୍‌ଆଇ ୩୩.୭% ସ୍ତର ଛୁଇଁଛି। ସୂଚନାଯୋଗ୍ୟ , ଦେଶ ମଧ୍ୟରୁ ରପ୍ତାନିରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଦେଖାଯାଉଥିବା ନଜରକୁ ଆସିଛି। ରପ୍ତାନି ସ୍ତର ଗତ ବର୍ଷ ଜୁଲାଇ ମାସ ତୁଳନାରେ ସମାନ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri