ପକ୍କାଘରକୁ ପାଣ୍ଠି ସଙ୍କଟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ମହାମାରୀ କେବଳ ଜନସ୍ବାସ୍ଥ୍ୟ ନୁହେଁ, ରାଜ୍ୟର ଅଭିବୃଦ୍ଧି ଉପରେ ଏହା ପ୍ରଚଣ୍ଡ ପ୍ରହାର ଦେଇଛି। ରାଜସ୍ବ ହ୍ରାସ ଯୋଗୁ ଚାଲୁ ରହିଥିବା ବିଭିନ୍ନ ଯୋଜନା ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ପକ୍କାଘର ଯୋଜନାରେ ଗୃହ ଯୋଗାଇବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟ ପଟେ ଆବଶ୍ୟକ କେନ୍ଦ୍ରୀୟ ଅନୁଦାନ ମିଳୁ ନ ଥିବାରୁ ଏହି ଯୋଜନା ବାଟବଣା ହେବାକୁ ବସିଛି। ନୂତନ ସର୍ଭେ ଆଧାରରେ ଆହୁରି ୨୦ ଲକ୍ଷ ଲୋକ ଘର ପାଇବାକୁ ଚାହିଁ ରହିଛନ୍ତି। ଏହି ହିତାଧିକାରୀଙ୍କୁ ଘର ଯୋଗାଇବା ନେଇ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସବୁଜ ସଙ୍କେତ ଦେଇ ନ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି।
ରାଜ୍ୟରେ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଯୋଜନା, ବିଜୁ ପକ୍କାଘର ଯୋଜନା, ଖଣି ଅଞ୍ଚଳ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ, ମତ୍ସ୍ୟଜୀବୀଙ୍କ ପାଇଁ ପକ୍କାଘର ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଉଛି। ପଞ୍ଚାୟତିରାଜ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆହୁରି ୨୦ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)- ଗ୍ରାମୀଣରେ ପକ୍କାଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚୂଡ଼ାନ୍ତ ତାଲିକା ମଧ୍ୟ ୨୦୨୦ ଜାନୁୟାରୀରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ତେବେ ଏହାକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ୭ ଲକ୍ଷ ପକ୍କାଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। ତେବେ ସେଥିରୁ ଫେବୃୟାରୀ ସୁଦ୍ଧା ମାତ୍ର ୮୦୦ କୋଟି ଟଙ୍କା ମିଳିଥିଲା। ସେଥିରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗ ସୂତ୍ରରୁ ଜଣାପଡିଛି। ପିଏମ୍‌ଏଓ୍ବାଇରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିଥାଆନ୍ତି। ରାଜ୍ୟ ସରକାର ନିଜ ଅଂଶଧନ ଦେଉଥିବା ବେଳେ କେନ୍ଦ୍ରୀୟ ଅଂଶଧନ ବିଳମ୍ବ ଯୋଗୁ ଏହି ଯୋଜନା ଏବେ ମାନ୍ଦାବସ୍ଥାକୁ ଚାଲିଯାଇଛି। ଗୋଟିଏ ପଟେ ରାଜ୍ୟ ସରକାର ନୂତନ ହିତାଧିକାରୀ ସାଉଁଟିବାରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟ ପଟେ ୨୦୧୧ରୁ ୨୦୧୫ ମଧ୍ୟରେ ଇନ୍ଦିରା ଆବାସ ଯୋଜନା (ଆଇଏଓ୍ବାଇ)ରେ ଘର ପାଇଥିବା ୪୦ ହଜାର ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି। ସେହି ହିତାଧିକାରୀ ୨/୩ଟି କିସ୍ତି ନେଇ ଘର କରିନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲାରେ ୪୦,୬୬୯ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ଘର ନିର୍ମାଣ ଶେଷ କରିନାହାନ୍ତି। ୨୦୧୩-୧୪ରେ ୮,୩୨୨ ଜଣ ହିତାଧିକାରୀ ଦୁଇ ତିନୋଟି କିସ୍ତି ନେଇ ଘର ନିର୍ମାଣ କରି ନ ଥିବା ବେଳେ ୨୦୧୪-୧୫ରେ ୧୫,୧୬୩ ଏବଂ ୨୦୧୫-୧୬ରେ ୧୭,୧୮୪ ହିତାଧିକାରୀ ଆଇଏଓ୍ବାଇରେ ଟଙ୍କା ନେଇଥିଲେ ମଧ୍ୟ ଘର ନିର୍ମାଣ ସମ୍ପୂର୍ଣ୍ଣ କରିନାହାନ୍ତି। ସେହି ହିତାଧିକାରୀଙ୍କର କଚ୍ଚାଘର ଥିଲେ ମଧ୍ୟ ସେମାନଙ୍କୁ ପିଏମ୍‌ଏଓ୍ବାଇରେ ସାମିଲ କରାଯାଇ ପାରୁନାହିଁ। ଆଇଏଓ୍ବାଇ କିସ୍ତି ଟଙ୍କା ନ ଫେରାଇଲେ ପିଏମ୍‌ଏଓ୍ବାଇରେ ସେମାନଙ୍କୁ ସାମିଲ କରାଯାଇ ପାରିବ ନାହିଁ। ଯେଉଁ ହିତାଧିକାରୀ କିସ୍ତି ଅର୍ଥ ଫେରାଉ ନାହାନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଏହା ସତ୍ତ୍ୱେ ଅନେକେ ଟଙ୍କା ଫେରସ୍ତ କରୁନାହାନ୍ତି। ଯେଉଁ କେତେକ ହିତାଧିକାରୀ ଟଙ୍କା ଫେରାଇବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ଦାବି କରୁଛନ୍ତି। ଯେଉଁମାନଙ୍କର କ୍ରମିକ ନମ୍ବର ଅନୁଯାୟୀ ଘର ପାଇବାକୁ ପାଳି ପଡ଼ୁଛି ସେମାନେ ଏହାର ବିରୋଧ କରୁଛନ୍ତି। କିସ୍ତି ଫେରାଇଲେ ମଧ୍ୟ ଆଇଏଓ୍ବାଇ ହିତାଧିକାରୀଙ୍କୁ କ୍ରମିକ ନମ୍ବର ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ହିତାଧିକାରୀମାନେ ସରକାରଙ୍କ ଏହି ପ୍ରସ୍ତାବରେ ରାଜି ହେଉନାହାନ୍ତି। ଫଳରେ ଆଇଏଓ୍ବାଇ ହିତାଧିକାରୀମାନଙ୍କୁ ନୂତନ ହିତାଧିକାରୀ ତାଲିକାରେ ସାମିଲ କରାଯାଇ ପାରୁ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୪ରୁ ଏପର୍ଯ୍ୟନ୍ତ ୨୭ ଲକ୍ଷ ପକ୍କାଘର ନିର୍ମାଣ ହୋଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓ ରଞ୍ଜନ କୁମାର ସିଂ କହିଛନ୍ତି ଯେ, ପକ୍କାଘର ନିର୍ମାଣ ପାଇଁ କୌଣସି ସମସ୍ୟା ନାହିଁ। ରାଜ୍ୟ ସରକାର ଏଥିପାଇଁ ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ୨ ହଜାର କୋଟି ଟଙ୍କା ମଗାଯାଇଥିଲା। ୮୦୦ କୋଟି ଟଙ୍କା ମିଳିଛି। ତେବେ ରାଜ୍ୟ ସରକାର ନିଜ ପାଣ୍ଠିରେ ପକ୍କାଘର ନିର୍ମାଣ ଜାରି ରଖିବେ । ଚଳିତ ବର୍ଷ ପିଏମ୍‌ଏଓ୍ବାଇର ଧାର୍ଯ୍ୟଲକ୍ଷ୍ୟ ପୂରଣ ହେବ। ନୂତନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଅନୁମୋଦନ କରିବା ପରେ ଏହି ଯୋଜନାରେ ସାମିଲ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri