ପକ୍କାଘରକୁ ପାଣ୍ଠି ସଙ୍କଟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ମହାମାରୀ କେବଳ ଜନସ୍ବାସ୍ଥ୍ୟ ନୁହେଁ, ରାଜ୍ୟର ଅଭିବୃଦ୍ଧି ଉପରେ ଏହା ପ୍ରଚଣ୍ଡ ପ୍ରହାର ଦେଇଛି। ରାଜସ୍ବ ହ୍ରାସ ଯୋଗୁ ଚାଲୁ ରହିଥିବା ବିଭିନ୍ନ ଯୋଜନା ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ପକ୍କାଘର ଯୋଜନାରେ ଗୃହ ଯୋଗାଇବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟ ପଟେ ଆବଶ୍ୟକ କେନ୍ଦ୍ରୀୟ ଅନୁଦାନ ମିଳୁ ନ ଥିବାରୁ ଏହି ଯୋଜନା ବାଟବଣା ହେବାକୁ ବସିଛି। ନୂତନ ସର୍ଭେ ଆଧାରରେ ଆହୁରି ୨୦ ଲକ୍ଷ ଲୋକ ଘର ପାଇବାକୁ ଚାହିଁ ରହିଛନ୍ତି। ଏହି ହିତାଧିକାରୀଙ୍କୁ ଘର ଯୋଗାଇବା ନେଇ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସବୁଜ ସଙ୍କେତ ଦେଇ ନ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି।
ରାଜ୍ୟରେ କଚ୍ଚାଘର ରହିବ ନାହିଁ। ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯିବ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଯୋଜନା, ବିଜୁ ପକ୍କାଘର ଯୋଜନା, ଖଣି ଅଞ୍ଚଳ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ, ମତ୍ସ୍ୟଜୀବୀଙ୍କ ପାଇଁ ପକ୍କାଘର ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଉଛି। ପଞ୍ଚାୟତିରାଜ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆହୁରି ୨୦ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)- ଗ୍ରାମୀଣରେ ପକ୍କାଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚୂଡ଼ାନ୍ତ ତାଲିକା ମଧ୍ୟ ୨୦୨୦ ଜାନୁୟାରୀରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ତେବେ ଏହାକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ୭ ଲକ୍ଷ ପକ୍କାଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। ତେବେ ସେଥିରୁ ଫେବୃୟାରୀ ସୁଦ୍ଧା ମାତ୍ର ୮୦୦ କୋଟି ଟଙ୍କା ମିଳିଥିଲା। ସେଥିରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗ ସୂତ୍ରରୁ ଜଣାପଡିଛି। ପିଏମ୍‌ଏଓ୍ବାଇରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିଥାଆନ୍ତି। ରାଜ୍ୟ ସରକାର ନିଜ ଅଂଶଧନ ଦେଉଥିବା ବେଳେ କେନ୍ଦ୍ରୀୟ ଅଂଶଧନ ବିଳମ୍ବ ଯୋଗୁ ଏହି ଯୋଜନା ଏବେ ମାନ୍ଦାବସ୍ଥାକୁ ଚାଲିଯାଇଛି। ଗୋଟିଏ ପଟେ ରାଜ୍ୟ ସରକାର ନୂତନ ହିତାଧିକାରୀ ସାଉଁଟିବାରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟ ପଟେ ୨୦୧୧ରୁ ୨୦୧୫ ମଧ୍ୟରେ ଇନ୍ଦିରା ଆବାସ ଯୋଜନା (ଆଇଏଓ୍ବାଇ)ରେ ଘର ପାଇଥିବା ୪୦ ହଜାର ହିତାଧିକାରୀଙ୍କୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି। ସେହି ହିତାଧିକାରୀ ୨/୩ଟି କିସ୍ତି ନେଇ ଘର କରିନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲାରେ ୪୦,୬୬୯ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରେ ପାଇଥିବା ଘର ନିର୍ମାଣ ଶେଷ କରିନାହାନ୍ତି। ୨୦୧୩-୧୪ରେ ୮,୩୨୨ ଜଣ ହିତାଧିକାରୀ ଦୁଇ ତିନୋଟି କିସ୍ତି ନେଇ ଘର ନିର୍ମାଣ କରି ନ ଥିବା ବେଳେ ୨୦୧୪-୧୫ରେ ୧୫,୧୬୩ ଏବଂ ୨୦୧୫-୧୬ରେ ୧୭,୧୮୪ ହିତାଧିକାରୀ ଆଇଏଓ୍ବାଇରେ ଟଙ୍କା ନେଇଥିଲେ ମଧ୍ୟ ଘର ନିର୍ମାଣ ସମ୍ପୂର୍ଣ୍ଣ କରିନାହାନ୍ତି। ସେହି ହିତାଧିକାରୀଙ୍କର କଚ୍ଚାଘର ଥିଲେ ମଧ୍ୟ ସେମାନଙ୍କୁ ପିଏମ୍‌ଏଓ୍ବାଇରେ ସାମିଲ କରାଯାଇ ପାରୁନାହିଁ। ଆଇଏଓ୍ବାଇ କିସ୍ତି ଟଙ୍କା ନ ଫେରାଇଲେ ପିଏମ୍‌ଏଓ୍ବାଇରେ ସେମାନଙ୍କୁ ସାମିଲ କରାଯାଇ ପାରିବ ନାହିଁ। ଯେଉଁ ହିତାଧିକାରୀ କିସ୍ତି ଅର୍ଥ ଫେରାଉ ନାହାନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଏହା ସତ୍ତ୍ୱେ ଅନେକେ ଟଙ୍କା ଫେରସ୍ତ କରୁନାହାନ୍ତି। ଯେଉଁ କେତେକ ହିତାଧିକାରୀ ଟଙ୍କା ଫେରାଇବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ଦାବି କରୁଛନ୍ତି। ଯେଉଁମାନଙ୍କର କ୍ରମିକ ନମ୍ବର ଅନୁଯାୟୀ ଘର ପାଇବାକୁ ପାଳି ପଡ଼ୁଛି ସେମାନେ ଏହାର ବିରୋଧ କରୁଛନ୍ତି। କିସ୍ତି ଫେରାଇଲେ ମଧ୍ୟ ଆଇଏଓ୍ବାଇ ହିତାଧିକାରୀଙ୍କୁ କ୍ରମିକ ନମ୍ବର ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ତେବେ ସେହି ହିତାଧିକାରୀମାନେ ସରକାରଙ୍କ ଏହି ପ୍ରସ୍ତାବରେ ରାଜି ହେଉନାହାନ୍ତି। ଫଳରେ ଆଇଏଓ୍ବାଇ ହିତାଧିକାରୀମାନଙ୍କୁ ନୂତନ ହିତାଧିକାରୀ ତାଲିକାରେ ସାମିଲ କରାଯାଇ ପାରୁ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୧୪ରୁ ଏପର୍ଯ୍ୟନ୍ତ ୨୭ ଲକ୍ଷ ପକ୍କାଘର ନିର୍ମାଣ ହୋଇଛି।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଦେଓ ରଞ୍ଜନ କୁମାର ସିଂ କହିଛନ୍ତି ଯେ, ପକ୍କାଘର ନିର୍ମାଣ ପାଇଁ କୌଣସି ସମସ୍ୟା ନାହିଁ। ରାଜ୍ୟ ସରକାର ଏଥିପାଇଁ ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ୨ ହଜାର କୋଟି ଟଙ୍କା ମଗାଯାଇଥିଲା। ୮୦୦ କୋଟି ଟଙ୍କା ମିଳିଛି। ତେବେ ରାଜ୍ୟ ସରକାର ନିଜ ପାଣ୍ଠିରେ ପକ୍କାଘର ନିର୍ମାଣ ଜାରି ରଖିବେ । ଚଳିତ ବର୍ଷ ପିଏମ୍‌ଏଓ୍ବାଇର ଧାର୍ଯ୍ୟଲକ୍ଷ୍ୟ ପୂରଣ ହେବ। ନୂତନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଅନୁମୋଦନ କରିବା ପରେ ଏହି ଯୋଜନାରେ ସାମିଲ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଚସ୍ପତି ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ ଏହି ୭ ଏମ୍‌ପି! ଏନ୍‌ଡିଏ ନା ଇଣ୍ଡିଆ ମେଣ୍ଟକୁ ହେବ କ୍ଷତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୬: ଅଷ୍ଟାଦଶ ଲୋକସଭାର ବାଚସ୍ପତି ପଦକୁ ନେଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଅନେକ ବର୍ଷ ପରେ ଏଥିଲାଗି ନିର୍ବାଚନ ହେବାକୁ ଯାଉଛନ୍ତି।...

୬ ଥରର ଏମ୍‌ପି ହେଲଣି, ଆପଣ ମୋତେ ଶିଖାଇବେ…ଶପଥ ଗ୍ରହଣ ବେଳେ ଏଭଳି କହି ଚର୍ଚ୍ଚାରେ ପପ୍ପୁ-Video

ନୂଆଦିଲ୍ଲୀ,୨୫।୬: ଲୋକ ସଭା ଏମ୍‌ପିଭାବେ ଶପଥ ନେବା ବେଳେ ବିହାରର ପୁର୍ନିଆ ଆସନରୁ ନିର୍ବାଚିତ ପପ୍ପୁ ଯାଦବ ବଡ଼ ପ୍ରସଙ୍ଗ ଉଠାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍‌ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…

୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି...

ବିରୋଧୀ ଦଳର ନେତା ହେଲେ ରାହୁଲ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ନେତା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପରେ ରାହୁଲ ବିରୋଧୀ ଦଳର ନେତା...

ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆରେ ଫାଟ! ଚିନ୍ତା ବଢାଇଲେ ମମତା ଓ ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୫।୬: ସ୍ବାଧୀନତା ପରେ ପ୍ରଥମଥର ପାଇଁ ଲୋକ ସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ...

କଂଗ୍ରେସ ଜାରି କଲା ହ୍ବିପ, ଲୋକ ସଭାରେ ସବୁ ଏମପି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୬: ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏ ସମ୍ପର୍କରେ ବିବାଦ...

ଭାଜପାକୁ ବଡ଼ ଝଟ୍‌କା, ଶରଦ ପାଓ୍ବାରଙ୍କ ପାଖକୁ ଫେରିଲେ…

ନୂଆଦିଲ୍ଲୀ,୨୫।୬:ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟ୍‌କା। ଭାଜପା ଛାଡି ଏନସିପି(ଶରଦ ଗୋଷ୍ଠୀ)ରେ ମିଶିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ। କିଛି ଦିନ ତଳେ ଭାଜପା ଛାଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ...

ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’

ନୂଆଦିଲ୍ଲୀ,୨୫।୬: ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri