ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି

ସୋରଡ଼ା,୧୯ା୬(ଲମ୍ବୋଦର ପାଣିଗ୍ରାହୀ): ଅଞ୍ଚଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋରଡା,ବଡ଼ଗଡ଼ ୨ ଜଗନ୍ନାଥ ମନ୍ଦିରରେ ସୋମବାର ନବଯୌବନ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି। ସକାଳୁ ପ୍ରାକ୍‌ ମୌସୁମୀ ବର୍ଷା ଯୋଗୁ ଜନସାଧାରଣ ଆନନ୍ଦ ଅନୁଭବ କରିଥିବା ବେଳେ ମନ୍ଦିରଗୁଡ଼ିକରେ ସକାଳୁ ସକାଳୁ ଭିଡ଼ ଆରମ୍ଭ ହୋଇଛି। ସୋରଡ଼ାରେ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଥର କରି ଏଠାରେ ମନ୍ଦିର ଚଟାଣ ଓ ରଥଖଳାକୁ ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡାଙ୍କ ପ୍ରଚେଷ୍ଟାରେ ସୁନ୍ଦର ଭାବେ ରଙ୍ଗ ବେରଙ୍ଗ, ଝୋଟି, ଚିତାରେ ସଜା ଯାଇଛି। ଅଞ୍ଚଳର ବରିଷ୍ଠ ଚିତ୍ରକର ଜଗବନ୍ଧୁ ଦାଶ ୩ ଦିନ ହେଲା ଏଥିରେ ଶ୍ରମ ନିୟୋଜନ କରି କଳା ପ୍ରଦର୍ଶନ କରିଛନ୍ତି। ପୋଲିସ,ଦମକଳ,ସ୍ବାସ୍ଥ୍ୟ ବିଭାଗ,ଏନ୍‌ଏସି ,ସତ୍ୟ ସାଇ ସେବାଦଳ ଦିବ୍ୟଜୀବନ ସଂଘ,ବଣିକ ସଂଘ,ଖଲାସୀ ସଂଘ ପ୍ରଭୃତି ରଥଯାତ୍ରା ପରିଚାଳନାରେ ସହଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଯାତ୍ରା ସମୟରେ ଗଣିଛକଠାରୁ ଆଡ଼ପମଣ୍ଡପ ପର୍ଯ୍ୟନ୍ତ ଯାନବାହନ ଚଳାଚଳ,ପାର୍କିଂ ଉପରେ କଟକଣା ଲଗାଯାଇଛି। କୋଟିବାଡ଼ି ଗ୍ରାମର ପ୍ରଭାକର ସାବତ, ସ୍ବାଧୀନ ସାବତ, ପିଣ୍ଟୁ ପାଣିଗ୍ରହୀ ସମେତ ପ୍ରମୋଦ ଅଧିକାରୀ ଭକ୍ତଙ୍କୁ ମେଶିନ ସାହାଯ୍ୟ ଜଳ ସିଞ୍ଚନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଜା ସାହେବ ଡାକ୍ତର ଦେବଦତ୍ତ ସିଂହ ଦେଓ ଯୋଗଦେଇ ଛେରା ପହଁରା ନୀତି ସମ୍ପନ୍ନ କରିବେ। ଅଞ୍ଚଳର ସମସ୍ତ କୀର୍ତ୍ତନ ଦଳ ଯୋଗ ଦେବା ସହ ନୃତ୍ୟ ପ୍ରଦର୍ଶନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri