ପ୍ରକାଶ ପାଇଲା ତାଲିକା: ପୁରୀ ଜିଲାରେ ୧୩ ଲକ୍ଷ ୯୧ ହଜାର ୧୬୪ଜଣ ଭୋଟର

ପୁରୀ ଅଫିସ,୬।୧: ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ତଳୀରେ ସମସ୍ତ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜିଲାରେ ମୋଟ ୧୩ ଲକ୍ଷ ୯୧ ହଜାର ୧୬୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୭ ହଜାର ୩୮୨ ଜଣ ପୁରୁଷ ହୋଇଥିବାବେଳେ ୬ ଲକ୍ଷ ୭୩ ହଜାର ୬୦୬ ଜଣ ମହିଳା ଏବଂ ୭୬ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି।

ପୂର୍ବରୁ ଜାରି ଚିଠା ଭୋଟର ତାଲିକାରେ ଜିଲାରେ ୧୩ ଲକ୍ଷ ୬୧ ହଜାର ୭୫୮ ଜଣ ଭୋଟର ଥିଲେ। ମୃତ ଭୋଟରମାନଙ୍କୁ ତାଲିକାରୁ ବାଦ ଦେବା ପରେ ନୂତନ ଭୋଟର ଏବଂ ସ୍ଥାନାନ୍ତରଣ କରିଥିବା ମତଦାତାଙ୍କୁ ମିଶାଇ ମୋଟ ୨୯ ହଜାର ୩୦୬ ଜଣ ନୂଆ ମତଦାତା ଯୋଗ ହୋଇଛନ୍ତି। ଜିଲାର ୬ଟି ଯାକ ବିଧାନସଭା ନିର୍ବାଚନମଣ୍ତଳୀ ନିମନ୍ତେ ୧୫୯୩ଟି ମତଦାନ କେନ୍ଦ୍ର ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି ।