ହେବାକୁଯାଉଛି ବଲିଉଡର ସବୁଠୁ ମହଙ୍ଗା ବଜେଟ୍‌ରେ ଫିଲ୍ମ, ମୂଲ୍ୟ ଜାଣିଲେ….

ଆକ୍ସନ ହିରୋ ଅଜୟ ଦେବଗନ ତାଙ୍କ ଚମତ୍କାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। କେବଳ ସେତିିକି ନୁହେଁ ତାଙ୍କ ନିର୍ଦ୍ଦେଶିତ ଫିଲ୍ମକୁ ଜୀବନ୍ତ କରିବାକୁ ସେ ସବୁପ୍ରକାର ଚେଷ୍ଟା କରିଥାନ୍ତି। ଅଜୟଙ୍କ ଏହା ଆତ୍ମବିଶ୍ୱାସ ମଧ୍ୟ ରହିଛି ଯେ, ସେ ଜଣେ ଭଲ ଅଭିନେତା ସହ ନିର୍ଦ୍ଦେଶନା ମଧ୍ୟ ଦେଇପାରିବେ। ସେଥିପାଇଁ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରନୱେ ୩୪’ ଇଦ୍‌ରେ ରିଲିଜ୍‌ ହେବା ପରେପରେ ଖୁବଶୀଘ୍ର ଏକ ନୂତନ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ହିନ୍ଦୀ ସିନେମାର ସବୁଠାରୁ ବଡ ବଜେଟ୍‌ରେ କରାଯିବ ବୋଲି କୁହାଯାଉଛି। ଏଥିଲାଗି କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଚାଣକ୍ୟ’ ପୁଣି ଥରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି।
ଅଜୟ ୨୦୦୮ ମସିହାରେ ଫିଲ୍ମ ‘ୟ ମେ ଅର୍‌ ହମ୍‌’ ସହିତ ଫିଲ୍ମ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ଆଠ ବର୍ଷ ପରେ, ୨୦୧୬ରେ ଅଜୟ ଆଉ ଏକ ଲୋକପ୍ରିୟ ଫିଲ୍ମ ‘ଶିବାୟ’ର ନିର୍ଦ୍ଦେଶନା ଦେଇଥିଲେ । ‘ଶିବାୟ’ର ଛଅ ବର୍ଷ ପରେ ଅଜୟ ତୃତୀୟ ନିର୍ଦ୍ଦେଶିତ ଫିଲ୍ମ୍ମ ‘ରନୱେ ୩୪’ ଚଳିତ ବର୍ଷ ଇଦ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ଅଜୟ ମଧ୍ୟ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ଅଜୟଙ୍କ ‘ଭୋଲା’, ‘ଥ୍ୟାଙ୍କ୍‌ସ ଗଡ’ ଏବଂ ‘ଦୃଶ୍ୟମ ୨’ ଭଳି ଫିଲ୍ମ ରହିଛି ଯାହାର ଶୁଟିଂ ଏବଂ ପ୍ରଡକ୍ସନ ବିଭିନ୍ନ ପର୍ଯ୍ୟାୟରେ ରହିଛିି। ଫିଲ୍ମ ‘ମୈଦାନ’ ସମାପ୍ତ ହୋଇଛି ଏବଂ ରୋହିତ ଶେଟ୍ଟୀଙ୍କ ଫିଲ୍ମ‘ସର୍କସ’ର ଶୁୁଟିଂ ମଧ୍ୟ ଶେଷ ହୋଇଛି। ‘ଭୋଲା’, ‘ଥ୍ୟାଙ୍କ୍‌ସ ଗଡ’ ଏବଂ ‘ଦୃଶ୍ୟମ ୨’ ଅଧାରେ ଥିବା ଫିଲ୍ମ ଶୁଟିଂ ଶେଷ ହେବା ପରେ ସେ ଖୁବଶୀଘ୍ର କାମ ଆରମ୍ଭ କରିବେ। ପ୍ରାୟ ୪୦୦ କୋଟି ଟଙ୍କାର ମେଗା ବଜେଟ୍‌ରେ ପ୍ରସ୍ତାବିତ ଏହି ଫିଲ୍ମ ଆଜି ପର୍ଯ୍ୟନ୍ତ ହିନ୍ଦୀ ସିନେମାର ସବୁଠାରୁ ମହଙ୍ଗା ଫିଲ୍ମ ହେବ।
ଅଜୟଙ୍କ ଏହି ମେଗା ବଜେଟ୍‌ ଫିଲ୍ମ ଏକ ପୌରାଣିକ ଯାହାର ସ୍କ୍ରିପ୍ଟ ମଧ୍ୟ ସରିଯାଇଛି। ୨୦୧୮ରେ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ସହ ଅଜୟ ଦେବଗାନ ଐତିହାସିକ ଫିଲ୍ମ ‘ଚାଣକ୍ୟ’ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଥିଲେ।୨୦୨୦ ଶେଷରେ ଏହି ଫିଲ୍ମଟି ଆରମ୍ଭ କରିବା ପାଇଁ ନୀରଜ ପୂର୍ବରୁ ପ୍ରସ୍ତୁତି କରିଥିଲେ । ପରେ କରୋନା କାଳରେ ଏହା ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri