ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି

ଭୁବନେଶ୍ୱର,୨୬।୨: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି। ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍‌ ସ୍ପେନକୁ ଭେଟିଛି। ମହିଳା ମ୍ୟାଚ୍‌ ଶନିବାର ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ ହେବ । ଅପରପକ୍ଷେ ଭାରତ ଘରୋଇ ମାଟିରେ ମ୍ୟାଚ୍‌ ଜିତି ବିଜୟଧାରା ବଜାୟ ରଖିବ ବୋଲି ଅଶା ରହିଛି । ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା ମହିଳା ଦଳ ପୂରା ଦମ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଉପ-ଅଧିନାୟିକା ଦୀପଗ୍ରେସ ଏକ୍କା କହିଛନ୍ତି।