Posted inଜାତୀୟ

ଡେଙ୍ଗୁ ମୁକାବିଲା ବିଫଳ

ଭୁବନେଶ୍ୱର,୧୮।୮(ଅଭିଜିତ ଦାସ):ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ହୁହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ପ୍ରତିବର୍ଷ ପରି ଏବର୍ଷ ଡେଙ୍ଗୁ ମୁକାବିଲା ଲାଗି ମୌସୁମୀ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତି ସହ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସବୁକିଛି ବିଫଳ ହୋଇଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଯାଇଥିବାବେଳେ ଖୋର୍ଦ୍ଧା ଜିଲା ପୂର୍ବଭଳି ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ରାଜ୍ୟର ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଜନସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଅଗଷ୍ଟ ୧୬ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୩୩ ହଜାର ୭୦୩ ରକ୍ତ ନମୁନା ପରୀକ୍ଷଣ ହୋଇଥିବାବେଳେ ସେଥିରୁ ୨ ହଜାର ୧୧୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ପୂର୍ବ ବର୍ଷ ଏହି ଅବଧି ମଧ୍ୟରେ ୧୭ ହଜାର ୩୬୨ ରକ୍ତ ନମୁନାରୁ ୧ହଜାର ୪୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଅର୍ଥାତ୍‌ ଚଳିତ ବର୍ଷ ୬୭୦ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଖୋର୍ଦ୍ଧା ଜିଲାର ସର୍ବାଧିକ ୧୧୫୫ ଡେଙ୍ଗୁ ରୋଗୀ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୧୭୯, ପୁରୀରେ ୧୫୦, କଟକରେ ୧୨୫ ଓ ଗଞ୍ଜାମ ଜିଲାରେ ୧୦୧ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଅନ୍ୟ ୧୪ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ତଳକୁ ରହିଛି। ଶେଷ ୧୦ଦିନ ମଧ୍ୟରେ ୨ ଜିଲାରୁ କୌଣସି ନୂଆ ଆକ୍ରାନ୍ତ ବାହାରିନାହାନ୍ତି। ତେବେ ଉଦ୍‌ବେଗର ବିଷୟ ହେଉଛି, ଖୋର୍ଦ୍ଧା ଜିଲାରେ ଚିହ୍ନଟ ୧୧୫୫ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ପାଖାପାଖି ୯୦ ପ୍ରତିଶତ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ବାହାରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସି ପକ୍ଷରୁ ଡେଙ୍ଗୁ ମୁକାବିଲା ଲାଗି ବାରମ୍ବାର ବୈଠକ ବସିବା ସହ ବହୁ ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ମଧ୍ୟ ସହରରେ ଡେଙ୍ଗୁ ସଂକ୍ରମଣ କମିବା ବଦଳରେ ବଢ଼ି ଚାଲିଛି। ପୁଣି ଡେଙ୍ଗୁ ତଥ୍ୟରେ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ରହୁ ନ ଥିବା ଦେଖାଯାଉଛି। ବିଭାଗୀୟ ତଥ୍ୟରେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୫ ଥିବାବେଳେ ବିଏମ୍‌ସି ତଥ୍ୟରେ ୧୪୨୭ ଆକ୍ରାନ୍ତ ବୋଲି ଉଲ୍ଲେଖ ରହିଛି।
ଏ ନେଇ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ଶୁଭାଶିଷ ମହାନ୍ତି କହିଛନ୍ତି, ଡେଙ୍ଗୁ ଆଉ ଋତୁଭିତ୍ତିକ ରୋଗ ହୋଇ ରହିନାହିଁ। ବର୍ଷର ସବୁ ସମୟରେ ବିଭିନ୍ନ ଜିଲାରୁ ଡେଙ୍ଗୁ ରୋଗୀଙ୍କ ରିପୋର୍ଟ ଆସୁଛି। ସାଧାରଣତଃ ମୌସୁମୀରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୪୮ ପ୍ରତିଶତ ଟେଷ୍ଟିଂ ବଢାଯାଇଛି। ସେହିପରି ଗତବର୍ଷ ଟିପିଆର୍‌(ଟେଷ୍ଟ ପଜିଟିଭ ରେଟ୍‌) ୮.୩ ପ୍ରତିଶତ ଥିବାବେଳେ ଚଳିତବର୍ଷ ୬.୨ ରହିଛି। ଉଭୟ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତା’ସହ ପାର୍କ ଓ ସ୍କୁଲ୍‌ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ସେହିପରି କ୍ୟାପିଟାଲ ହସ୍ପିଟାଲର ଉପଅଧୀକ୍ଷକ ଡା. ଦିଲ୍ଲୀପ ପଣ୍ଡା କହିଛନ୍ତି, ହସ୍ପିଟାଲରେ ଦୈନିକ ୩୫୦ରୁ ଊର୍ଦ୍ଧ୍ୱ ରକ୍ତ ନମୁନ ପରୀକ୍ଷା କରାଯାଉଥିବାବେଳେ ୧୨ରୁ ୧୪ ଜଣ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରେ ୫୫ ରୋଗୀ ଅଛନ୍ତି। ହସ୍ପିଟାଲ ଉପରେ ଅଧିକ ଚାପ ରହୁଛି। ଅଧିକ ସଂଖ୍ୟକ ଟେଷ୍ଟ କରାଯାଉଥିବାରୁ ଗତ କିଛିଦିନ ମଧ୍ୟରେ ହସ୍ପଟାଲରେ ଥିବା ଡେଙ୍ଗୁ ପରୀକ୍ଷଣ ମେଶିନ ଖରାପ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ୨ଟି ମେଶିନରେ ଟେଷ୍ଟିଂ କରାଯାଉଛି। ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ବିଏମ୍‌ସି ପକ୍ଷରୁ ମଶା ଉତ୍ପତ୍ତି ସ୍ଥଳ ନଷ୍ଟ କରିବା, ମଶା ତେଲ ସିଞ୍ଚନ ଓ ମଶା ଧୂଅଁା ଛଡ଼ା ଯାଉଛି। ସେହିଭଳି ଘରକୁ ଘର ବୁଲି ସଚେତନ କରାଯିବା ସହ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଅଧିକ ଫୋକସରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri