Posted inଫୁରସତ

ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ଆଦିବାସୀ ଝିଅ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏହାର ମୁକାବିଲା କ୍ଷେତ୍ରରେ ଓଡ଼ିଶା ଆଦିବାସୀ ସମ୍ପ୍ରଦାୟର ନେତୃତ୍ୱକୁ ବିଶ୍ୱ ଦେଖୁଛି। ସୁନ୍ଦରଗଡ଼ ଖଡ଼ିଆ ଆଦିବାସୀ ସମାଜର ଝିଅ ଅର୍ଚ୍ଚନା ସୋରେଙ୍ଗ ମିଳିତ ଜାତିସଂଘ ପାଣିପାଗ ପରିବର୍ତ୍ତନର ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ ହୋଇ କେବଳ ନିଜ ସମ୍ପ୍ରଦାୟ କାହିଁକି, ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛନ୍ତି। ଏହି ଗୋଷ୍ଠୀରେ ଅନ୍ୟ ୭ଜଣ ରହିଥିବାବେଳେ ଅର୍ଚ୍ଚନା ସବୁବେଳେ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ଆଦିବାସୀ ସମ୍ପ୍ରଦାୟର ଭୂମିକାକୁ ଗୁରୁତ୍ୱ ଦେବା ସହ ଏହାକୁ ଏକ ବିଶ୍ୱ ଆହ୍ବାନରେ ପରିଣତ କରିଛନ୍ତି। ନିକଟରେ ସ୍କଟଲାଣ୍ଡ୍‌ର ଗ୍ଲାସ୍‌ଗୋଠାରେ ହୋଇଥିବା ‘କପ୍‌୨୬’ ଜଳବାୟୁ ସମ୍ମିଳନୀରେ ଏହି ଯୁବ ପରିବେଶବିତ୍‌ ଯୋଗଦେଇ ନିଜ ନେତୃତ୍ୱର ପରାକାଷ୍ଠା ଦେଖାଇଛନ୍ତି।
୧୯୯୬ରେ ରାଉରକେଲାରେ ଜନ୍ମଗ୍ରହଣ କରିଥିବା ଅର୍ଚ୍ଚନା ଛୋଟ ବେଳୁ ପରିବାର ଲୋକ ଓ ଆଦିବାସୀ ସମାଜ ଜଙ୍ଗଲ ସୁରକ୍ଷା ପାଇଁ କାମ କରୁଥିବା ଦେଖି ସେଥିପ୍ରତି ଅନୁପ୍ରେରିତ ହୋଇଥିଲେ। ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ କିପରି ଯୋଗଦାନ କରିପାରିବେ ସେଥିପାଇଁ ଆଗେଇ ଆସିଥିଲେ। ବୟସ ବଢ଼ିବା ସହ ତାଙ୍କର ଏପରି ଲକ୍ଷ୍ୟ ଧୀରେ ଧୀରେ ଶାଣିତ ହୋଇଥିଲା। ସେ ରାଜନୀତି ବିଜ୍ଞାନରେ ପାଟଣା ମହିଳା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସରୁ ଶିକ୍ଷା ଲାଭ କରିଥିଲେ। ଏବେ ସେ ‘ବସୁନ୍ଧରା’ ଅନୁଷ୍ଠାନର ରିସର୍ଚ୍ଚ ଅଫିସର ଓ ଆଦିବାସୀ ଯୁବ ଚେତନା ମଞ୍ଚର ଆବାହିକା ଅଛନ୍ତି। ତାଙ୍କ ମତରେ ଜଙ୍ଗଲର ସୁରକ୍ଷା ତଥା ପ୍ରକୃତି ସହିତ ବିଶ୍ୱର ସମ୍ପର୍କକୁ ପୁନଃସ୍ଥାପିତ କରିବା ପାଇଁ ଆଦିବାସୀ ବର୍ଗର ଲୋକଙ୍କର ଜ୍ଞାନ ରହିଛି। କିନ୍ତୁ ଯେତେବେଳେ ସେମାନଙ୍କର ଜମି, ଜଙ୍ଗଲ ଏବଂ ଅଞ୍ଚଳ ଉପରେ ଆଦିବାସୀ ତଥା ଦଳିତ ସମ୍ପ୍ରଦାୟର ଅଧିକାର ସ୍ବୀକୃତିପ୍ରାପ୍ତ ଏବଂ କାର୍ଯ୍ୟକାରୀ ହେବ ସେତେବେଳେ ଏହି ସମାଧାନ କାର୍ଯ୍ୟକାରୀ ହୋଇପାରିବ ବୋଲି ଅର୍ଚ୍ଚନା କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଥମେ ଆମକୁ ଗ୍ରହଣ କରିବାକୁ ହେବ ଯେ, ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ି ସାରିଲାଣି। ପ୍ରକୃତିର ସନ୍ତୁଳନ ପାଇଁ ଆମକୁ ଏବେ ଷ୍ଟ୍ରାଟେଜି ଓ ଆକ୍ସନ ପ୍ଲାନ୍‌ କରିବାକୁ ପଡ଼ିବ। ରାଜ୍ୟର ଅନେକ ଯୁବପିଢ଼ି ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କୁ ସଙ୍ଗଠିତ କରିବାର ଅଛି। ସ୍କୁଲ ଓ କଲେଜରେ ଜଳବାୟୁ ପରିବର୍ତ୍ତନ ପାଠ୍ୟକ୍ରମ ରହିବା ଉଚିତ।
‘କପ୍‌୨୬’ ଜଳବାୟୁ ସମ୍ମିଳନୀରେ ଅର୍ଚ୍ଚନା ଆଦିବାସୀ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ନୀତି ପ୍ରସ୍ତୁତିରେ ଆଦିବାସୀଙ୍କ ସ୍ବର ଓ ଯୁବପିଢ଼ିଙ୍କୁ ସାମିଲ କରିବାକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଆଦିବାସୀମାନେ ଜଳବାୟୁ ନୀତି (କ୍ଲାଇମେଟ୍‌ ଆକ୍ସନ)ର ଶିକାର ହେବା ଉଚିତ ନୁହେଁ, ବରଂ ଜଳବାୟୁ ନୀତିର ନେତା ହେବା ଉଚିତ। ସବୁଜ ଜୀବନଯାପନ, ବର୍ଷା ଜଳ ଅମଳ, ଜୈବିକ ଚାଷ, ଜୈବ ବିବିଧତା ରକ୍ଷା କରିବା ପାଇଁ ଆଦିବାସୀମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ପଦ୍ଧତି ଏବଂ ଉପକରଣଗୁଡ଼ିକୁ ଯଦି ଅନ୍ୟ ଲୋକଙ୍କ ଦ୍ୱାରା ଅଧିକ ପରିମାଣରେ ଗ୍ରହଣ କରାଯାଏ, ତେବେ ଏହା ପରିବେଶର ସଂରକ୍ଷଣ ତଥା ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀ ‘କ୍ଲାଇମେଟ୍‌ ଚେଞ୍ଜ: ଫୋକସ୍‌ ଓଡ଼ିଶା’ରେ ଏକ୍ସପର୍ଟ ପ୍ୟାନେଲିଷ୍ଟ ଭାବେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri