ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): କରୋନା ମହାମାରୀ ଥମିଛି। ଦୀର୍ଘଦିନ ଧରି ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କଳାକାରମାନେ ମଞ୍ଚକୁ ଯିବାକୁ ଚାହିଁ ବସିଛନ୍ତି। ଏପଟେ କରୋନାର କୋପ ଭିତରେ ଧୁନ୍ଦି ହେଉଥିବା ଶିଶୁଠାରୁ ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମନକୁ ଟିକେ ହାଲ୍‌କା କରିବା ପାଇଁ ମଞ୍ଚ ବି ଖୋଜୁଛନ୍ତି। ଏପରିସ୍ଥଳେ ଦର୍ଶକଙ୍କୁ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଭେଟି ଦେବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଣ୍ଟା ଭିଡିଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି। ସ୍ଥିତି ଅନୁକୂଳ ହେଲେ ନଭେମ୍ବରରୁ ଉତ୍ସବ ମୁଖରିତ ହେବ ମଞ୍ଚ। ରାଜ୍ୟର ବିଭିନ୍ନ ଜିଲାରେ ମହୋତ୍ସବ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ଏକାଡେମୀ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ପ୍ରଥମଥର ଲାଗି ରାଜ୍ୟର ଉପାନ୍ତ ଅଞ୍ଚଳ ମାଲକାନଗିରି ଜିଲାରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ମେଘ ଉତ୍ସବ’। ଏଥିପାଇଁ ନଭେମ୍ବର ୧ ଓ ୨ ତାରିଖକୁ ସ୍ଥିର କରାଯାଇଛି। ଉତ୍ସବରେ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ତାଳବାଦ୍ୟ, ସୁଗମ ସଙ୍ଗୀତ ଆଦି ପରିବେଷଣ କରାଯିବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଶହେ ଜଣ କଳାକାର ଏଥିରେ ଅଂଶ ଗ୍ରହଣ କରିବେ। ସେହିପରି ଏହି ମହୋତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନ କରାଯିବ। ପୂର୍ବରୁ ଚଳିତ ମାସ ୩ ଓ ୪ ତାରିଖରେ ଏହି ଉତ୍ସବ ଆୟୋଜନ ହେବାର ଥିଲା। ପରବର୍ତ୍ତୀ ସମୟରେ ଏହାକୁ ସ୍ଥଗିତ ରଖାଯାଇଥିଲା। କେବଳ ସେତିକି ନୁହେଁ, ଆସନ୍ତା ୯ ଓ ୧୦ ତାରିଖରେ ନ୍ୟାଶନାଲ ଟ୍ରାଇବାଲ୍‌ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯିବ। ଇଷ୍ଟର୍ଣ୍ଣ ଜୋନ୍‌ କଲ୍‌ଚରାଲ୍‌ କାଉନ୍‌ସିଲ (ଇଜେଡ୍‌ସିସି)ର ମିଳିତ ଆନୁକୂଲ୍ୟରେ ବାରିପଦାର ରାଇରଙ୍ଗପୁରଠାରେ ଏହି ଦୁଇଦିନିଆ ମହୋତ୍ସବରେ ରାଜ୍ୟରୁ ୬ଟି ଓ ରାଜ୍ୟ ବାହାରରୁ ୪ଟି ଦଳ ଅଂଶ ଗ୍ରହଣ କରିବେ। ଝାଡ଼ଖଣ୍ଡର ଷଢେଇକଳା ସହିତ ପଶ୍ଚିମବଙ୍ଗର ପୁରୁଳିଆ ଛଉ, ଆସାମ ଏବଂ ପଞ୍ଜାବର ଲୋକନୃତ୍ୟ ଆଦି ଦେଖିବାକୁ ମିଳିବ। ଏଥିସହ ମୟୂରଭଞ୍ଜ, କେନ୍ଦୁଝରର ଜୁଆଙ୍ଗ, ବାଲେଶ୍ୱରରୁ ଭୂମିଆଁ ଓ ସୁନ୍ଦରଗଡରୁ ଓରାଙ୍ଗମାନେ ଲୋକନୃତ୍ୟ ପରିବେଷଣ କରିବେ। ଖୁବ୍‌ଶୀଘ୍ର ଆଉ ୨ଟି ଜିଲାରେ ଟ୍ରାଇବାଲ୍‌ ଫେଷ୍ଟିବାଲ ନେଇ ନିଷ୍ପତ୍ତି ହେବ। ସେହିପରି ୧୭ ଓ ୧୮ ତାରିଖରେ ରାଉରକେଲା ଓ ବ୍ରହ୍ମପୁରଠାରେ ଚିଲ୍‌ଡ୍ରେନ୍‌ ଥିଏଟର ଫେଷ୍ଟିଭାଲ ହେବ। ସ୍କୁଲରୁ ପିଲାଙ୍କୁ ନାଟକ ପ୍ରଶିକ୍ଷଣ ସହ ପ୍ରଦର୍ଶନ କରାଯିବ। ପରବର୍ତ୍ତୀ ସମୟରେ ବାଲେଶ୍ୱର ଜିଲାରେ ଏହି ଥିଏଟର କରିବା ନେଇ ଯୋଜନା କରାଯାଇଛି। ସେହିପରି ୨୮ ଓ ୨୯ ତାରିଖରେ ରାୟଗଡାରେ ‘ଲୋକ ନାଟକ ମହୋତ୍ସବ’ ଅନୁଷ୍ଠିତ ହେବ। ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ୍‌ କଟକଣା ମଧ୍ୟରେ ୨ଶହ ଲୋକଙ୍କ ମଧ୍ୟରେ ଆୟୋଜନ କରାଯିବ। ନଭେମ୍ବରରେ ରାଜଧାନୀ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଡିସେମ୍ବରରେ ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପଠାରେ ‘ଲିଜେଣ୍ଡସ୍‌ ଅଫ୍‌ ଓଡ଼ିଶା ସିରିଜ୍‌-୧’ ପରିବେଷଣ କରାଯିବ। ଏଥିରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଧାରିତ ନାଟକ ପ୍ରଦର୍ଶନ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri