ଦୀପାବଳି ପୂର୍ବରୁ ବାତ୍ୟା ଭୟ ବଢୁଛି: ବାଣ, ଦୀପ ଓ ସାମଗ୍ରୀ ବ୍ୟବସାୟ ଠପ୍‌ ଆଶଙ୍କା

କେନ୍ଦ୍ରାପଡ଼ା ଅଫିସ, ୨୦।୧୦: ଆସନ୍ତା ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପ୍ରଚାର ପ୍ରସାର କରାଯାଉଛି। ଗୋଟିଏ ପଟରେ ସମ୍ଭାବ୍ୟ ବାତ୍ୟା ସ୍ଥାନୀୟ ଜିଲାବାସୀଙ୍କୁ ଅତଙ୍କିତ କରିଥିବା ବେଳେ ଆସନ୍ତା ୨୫ ତାରିଖ ଦୀପାବଳି ଉତ୍ସବ ଅଛି। ବାତ୍ୟା ଏହି ଉତ୍ସବକୁ ଛଡାଇ ନେବ ବୋଲି ଆଲୋଚନା ହେଉଛି। ଫଳରେ ବାଣ, ଦୀପ, କାଉଁରିଆ କାଠି ଓ ଅନ୍ୟ ସାମଗ୍ରୀ ବିକ୍ରିକୁ ନେଇ ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀ ସନ୍ଦେହରେ ପଡିଛନ୍ତି। ଦୁଇବର୍ଷର କରୋନା ସଂକ୍ରମଣ କଟକଣା ପରେ ଚଳିତବର୍ଷ ଖୁସି ଆସିଥିବା ବେଳେ ବାତ୍ୟା ରୋଜଗାରକୁ ବନ୍ଦ କରିଦେବ ବୋଲି ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ ସହର ନିକଟ ଗରାପୁରର ବାଣ ପ୍ରସ୍ତୁତକାରୀ ଭରତ ଦାସ କହିଛନ୍ତି, ଦୀର୍ଘ ଦୁଇବର୍ଷ ଧରି କୋଭିଡ୍‌ ୧୯ କଟକଣା ଆମ ଜୀବନକୁ ଦୁର୍ବିସହ କରିଥିଲା। ଏହି କଟକଣା ଚଳିତ ବର୍ଷ ହଟିଛି। ଗଣେଷ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏବେ ବାହାଘର, ବ୍ରତ ଉତ୍ସବରେ ବାଣ ବ୍ୟବହାର ହେଉଛି। ଆସନ୍ତା ଦୀପାବଳି ଅମାବାସ୍ୟା ଆମ ବର୍ଷକ ରୋଜଗାରର ପ୍ରାୟ ୮୦ ଭାଗ ଭରଣା କରେ। ତେବେ ସମ୍ଭାବ୍ୟ ବାତ୍ୟା ଏହି ବ୍ୟବସାୟକୁ ବୁଡାଇବ। ଆର୍ଥିକ ଦୁର୍ଗତୀକୁ ମୁକାବିଲା କରିବା ଏବେ ଅତ୍ୟନ୍ତ କଷ୍ଟ ହେବ ବୋଲି ସେ କହିଛନ୍ତି। ଗରାପୁରର ମାଧବ ଚନ୍ଦ୍ର ଦାସ କହିଛନ୍ତି, ଜିଲାରେ ପ୍ରାୟ ୧୫୦୦ କାରିଗର ବାଣ ନିର୍ମାଣ କରୁଛନ୍ତି। କେତେଜଣ ବ୍ୟବସାୟୀ ଅଗ୍ରୀମ ଦେଇଛନ୍ତି। ତେବେ ଏହି ବ୍ୟବସାୟୀ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ପ୍ରକାଶ ସହ ଅଗ୍ରୀମ ଫେରାଇବାକୁ କହିଲେଣି। ଧାର କରଜ କରି ସମଗ୍ରୀ ଆଣି ବାଣ ପ୍ରସ୍ତୁତ ପରେ ବିକ୍ରି ନ ହେଲେ ଋଣ ଶୁଝିବା ଚିନ୍ତା ବଢ଼ିଯିବ। ସେହିପରି ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ବାଣ ବିକ୍ରି ପାଇଁ ଅନୁମତି ଦେଇ ନ ଥିବାରୁ ପରିବାରର ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରିବ। ଜଜାଙ୍ଗ ଗ୍ରାମର ଚକ୍ରଧର ବେହେରା କହିଛନ୍ତି, ଦୀପାବଳିରେ ଦୀପ ହେଉଛି ମୁଖ୍ୟ ସାମଗ୍ରୀ। ଏହି ପର୍ବକୁ ଲକ୍ଷ୍ୟ ରଖି ଜିଲାର ପ୍ରତ୍ୟେକ ଗ୍ରାମରେ ମାଟି ଦୀପ ନିର୍ମାଣ ହୋଇଛି। ଏବେ ବିକ୍ରି କରିବା ସମୟ ଆସିଛି। ମାତ୍ର ବାତ୍ୟା ଭୟ ଦୀପ ବେପାର ଉପରେ ଚଡକ ପକାଇଛି। ବାତ୍ୟା ପାଇଁ ୮୦ ଭାଗ ଦୀପ ବିକ୍ରି ହେବ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। କେବଳ ବିଧି ପାଇଁ ଅଳ୍ପ କେତୋଟି ଦୀପ ଲୋକମାନେ କିଣୁଛନ୍ତି। ଏହାବ୍ୟତୀତ କେତେଜଣ ଲୋକ ଚିକିମିକ କରୁଥିବା ଚାଇନା ଦୀପୁ କିଣିବା ଦେଖାଯାଉଛି। ଫଳରେ କୌଳିକ ବୃତ୍ତି ଏବେ ସଙ୍କଟାପର୍ଣ୍ଣ ହୋଇଛି। ଦୀପାବଳି ପାଇଁ ବିଭିନ୍ନ ସାମଗ୍ରୀ ବ୍ୟବସାୟ କରୁଥିବା ସହରର ଖଡିଅଙ୍ଗସ୍ଥ ଭୀମସେନ ବେହେରା କହିଛନ୍ତି, ଏବେ କେନ୍ଦ୍ରାପଡ଼ାରେ କାଉଁରିଆ କାଠି ସଂଗ୍ରହ ପାଇଁ ମୁଳୁନାହିଁ। ଜିଲାରେ ନଳିତା ଚାଷ କମିଛି।

ସେହିପରି ଦୀପାବଳି ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଡ କରାଯାଇଥିବା ବେଳେ ଆସନ୍ତା ୩ରୁ ୪ଦିନ ମଧ୍ୟରେ ବାତ୍ୟା ହେବ ବୋଲି ପ୍ରଚାର ଆରମ୍ଭ ହୋଇଛି। ଯାହା ଏହି ବ୍ୟବସାୟୀଙ୍କ ବ୍ୟବସାୟକୁ ଘାଟା ପହଞ୍ଚାଇବ। ବାଣ ବ୍ୟବସାୟ ପାଇଁ କିଛି ସାମଗ୍ରୀ ଅଣାଯାଇଥିବା ବେଳେ ବିକ୍ରି ପାଇଁ ଏଯାଏ ଅନୁମତି ମିଳିନାହିଁ। କରୋନା ସଂକ୍ରମଣ ଜିଲା ଅର୍ଥନୀତିକୁ ନଷ୍ଟ କରିଥିବା ବେଳେ ଏବେ ସମ୍ଭାବ୍ୟ ବାତ୍ୟା ବେଡି ଉପରେ କୋରଡ ମାଡ ସଦୃଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri