ପେନ୍‌ସନ କ୍ଷେତ୍ର ଏଫ୍‌ଡିଆଇ ବଢ଼ିପାରେ

ନୂଆଦିଲ୍ଲୀ,୧୨।୪: ସରକାର ପେନ୍‌ସନ କ୍ଷେତ୍ର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ)କୁ ବଢାଇ ପାରନ୍ତି। ଏ କ୍ଷେତ୍ରରେ ଏଫ୍‌ଡିଆଇ ସୀମା ୭୪%କୁ ବଢାଇବା ନେଇ ଯୋଜନା ରଖାଯାଇଛି। ପାର୍ଲାମେଣ୍ଟର ପରବର୍ତ୍ତୀ ସେସନରେ ଏ ନେଇ ଏକ ବିଲ୍‌ ଆସିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବୀମା କ୍ଷେତ୍ରରେ ଏଫ୍‌ଡିଆଇ ସୀମା
ପୂର୍ବରୁ ୪୯% ରହିଥିବା ବେଳେ ଏହାକୁ ୭୪%କୁ ବଢାଯାଇଛି। ଗତ ମାସରେ ଏ ସଂକ୍ରାନ୍ତ ବିଲ୍‌କୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଥିଲା। ଶେଷ ଥର ଲାଗି ବୀମା ଆଇନ ୧୯୩୮କୁ ୨୦୧୫ରେ ସଂଶୋଧନ କରାଯିବା ସହ ସୀମା ୪୯% କରାଯାଇଥିଲା। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଗତ ୫ବର୍ଷରେ ଏହି କ୍ଷେତ୍ରକୁ ୨୬ ହଜାର କୋଟି ଟଙ୍କାର ଏଫ୍‌ଡିଆଇ ଆସିଛି।
ଅଧିକାରୀ ଜଣକ କହିଛନ୍ତି, ପେନ୍‌ସନ ଫଣ୍ଡ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ) ଆଇନ ୨୦୧୩ର ସଂଶୋଧନ ସହିତ ପେନ୍‌ସନ କ୍ଷେତ୍ର ଏଫ୍‌ଡିଆଇ ସୀମା ବଢାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶୀତ ଅଧିବେସନରେ ଏଥିଲାଗି ଆବଶ୍ୟକ ହେଉଥିବା ବିଭିନ୍ନ ମଞ୍ଜୁରୀ ପ୍ରକ୍ରିୟାକୁ ଶେଷ କରାଯିବ। ବର୍ତ୍ତମାନ ପେନ୍‌ସନ ଫଣ୍ଡରେ ଏଫ୍‌ଡିଆଇ ସୀମା ୪୯% ରହିଛି। ଅଧିକାରୀଙ୍କ କହିବା ମୁତାବକ, ସଂଶୋଧନ ଦ୍ୱାରା ପିଏଫ୍‌ଆରଡିଏରୁ ଏନ୍‌ପିଏସ୍‌ ଟ୍ରଷ୍ଟକୁ ଅଲଗା କରାଯିବା ନେଇ ଯୋଜନା ରହିଛି। ଏନ୍‌ପିଏସ୍‌ ଟ୍ରଷ୍ଟର କାର୍ଯ୍ୟକ୍ଷମତା ବର୍ତ୍ତମାନ ପିଏଫ୍‌ଆର୍‌ଡିଏ ଅଧୀନରେ ରହିଛି। ସଂଶୋଧିତ ଆଇନ ଆସିଲେ ଏନ୍‌ପିଏସ୍‌ କମ୍ପାନୀ ଆଇନ ଅନ୍ତର୍ଗତ ଏକ ଭିନ୍ନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହୋଇପାରେ।
ପେନ୍‌ସନ ନିୟାମକଙ୍କ ପରିସରକୁ ଏନ୍‌ପିଏସ୍‌ ଟ୍ରଷ୍ଟକୁ ବାଦ୍‌ ଦେଇ ଏହାକୁ ୧୫ ଜଣିଆ ବୋର୍ଡ ଦ୍ୱାରା ପରିଚାଳିତ କରାଇବାକୁ ପ୍ରସ୍ତାବ ରଖାଯିବ। ଏହାର ଅଧିକାଂଶ ସଦସ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ରହିବେ। ପେନ୍‌ସନ କ୍ଷେତ୍ରର ଅଭିବୃଦ୍ଧି ଲାଗି ସରକାର ପିଏଫ୍‌ଆର୍‌ଡିଏ ଗଠନ କରିଛନ୍ତି। ଏହାକୁ ପେନ୍‌ସନ ଫଣ୍ଡର କ୍ଷମତା ମଧ୍ୟ ମିଳିଛି। ସଦସ୍ୟଙ୍କ ସ୍ବାର୍ଥ ରକ୍ଷା ଏବଂ କେନ୍ଦ୍ରୀୟ ରେକର୍ଡ କିପିଂ ଏଜେନ୍ସି ଭାବେ ମଧ୍ୟ ଏହା କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri