ପେନ୍‌ସନ କ୍ଷେତ୍ର ଏଫ୍‌ଡିଆଇ ବଢ଼ିପାରେ

ନୂଆଦିଲ୍ଲୀ,୧୨।୪: ସରକାର ପେନ୍‌ସନ କ୍ଷେତ୍ର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ)କୁ ବଢାଇ ପାରନ୍ତି। ଏ କ୍ଷେତ୍ରରେ ଏଫ୍‌ଡିଆଇ ସୀମା ୭୪%କୁ ବଢାଇବା ନେଇ ଯୋଜନା ରଖାଯାଇଛି। ପାର୍ଲାମେଣ୍ଟର ପରବର୍ତ୍ତୀ ସେସନରେ ଏ ନେଇ ଏକ ବିଲ୍‌ ଆସିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବୀମା କ୍ଷେତ୍ରରେ ଏଫ୍‌ଡିଆଇ ସୀମା
ପୂର୍ବରୁ ୪୯% ରହିଥିବା ବେଳେ ଏହାକୁ ୭୪%କୁ ବଢାଯାଇଛି। ଗତ ମାସରେ ଏ ସଂକ୍ରାନ୍ତ ବିଲ୍‌କୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଥିଲା। ଶେଷ ଥର ଲାଗି ବୀମା ଆଇନ ୧୯୩୮କୁ ୨୦୧୫ରେ ସଂଶୋଧନ କରାଯିବା ସହ ସୀମା ୪୯% କରାଯାଇଥିଲା। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଗତ ୫ବର୍ଷରେ ଏହି କ୍ଷେତ୍ରକୁ ୨୬ ହଜାର କୋଟି ଟଙ୍କାର ଏଫ୍‌ଡିଆଇ ଆସିଛି।
ଅଧିକାରୀ ଜଣକ କହିଛନ୍ତି, ପେନ୍‌ସନ ଫଣ୍ଡ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ) ଆଇନ ୨୦୧୩ର ସଂଶୋଧନ ସହିତ ପେନ୍‌ସନ କ୍ଷେତ୍ର ଏଫ୍‌ଡିଆଇ ସୀମା ବଢାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶୀତ ଅଧିବେସନରେ ଏଥିଲାଗି ଆବଶ୍ୟକ ହେଉଥିବା ବିଭିନ୍ନ ମଞ୍ଜୁରୀ ପ୍ରକ୍ରିୟାକୁ ଶେଷ କରାଯିବ। ବର୍ତ୍ତମାନ ପେନ୍‌ସନ ଫଣ୍ଡରେ ଏଫ୍‌ଡିଆଇ ସୀମା ୪୯% ରହିଛି। ଅଧିକାରୀଙ୍କ କହିବା ମୁତାବକ, ସଂଶୋଧନ ଦ୍ୱାରା ପିଏଫ୍‌ଆରଡିଏରୁ ଏନ୍‌ପିଏସ୍‌ ଟ୍ରଷ୍ଟକୁ ଅଲଗା କରାଯିବା ନେଇ ଯୋଜନା ରହିଛି। ଏନ୍‌ପିଏସ୍‌ ଟ୍ରଷ୍ଟର କାର୍ଯ୍ୟକ୍ଷମତା ବର୍ତ୍ତମାନ ପିଏଫ୍‌ଆର୍‌ଡିଏ ଅଧୀନରେ ରହିଛି। ସଂଶୋଧିତ ଆଇନ ଆସିଲେ ଏନ୍‌ପିଏସ୍‌ କମ୍ପାନୀ ଆଇନ ଅନ୍ତର୍ଗତ ଏକ ଭିନ୍ନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହୋଇପାରେ।
ପେନ୍‌ସନ ନିୟାମକଙ୍କ ପରିସରକୁ ଏନ୍‌ପିଏସ୍‌ ଟ୍ରଷ୍ଟକୁ ବାଦ୍‌ ଦେଇ ଏହାକୁ ୧୫ ଜଣିଆ ବୋର୍ଡ ଦ୍ୱାରା ପରିଚାଳିତ କରାଇବାକୁ ପ୍ରସ୍ତାବ ରଖାଯିବ। ଏହାର ଅଧିକାଂଶ ସଦସ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ରହିବେ। ପେନ୍‌ସନ କ୍ଷେତ୍ରର ଅଭିବୃଦ୍ଧି ଲାଗି ସରକାର ପିଏଫ୍‌ଆର୍‌ଡିଏ ଗଠନ କରିଛନ୍ତି। ଏହାକୁ ପେନ୍‌ସନ ଫଣ୍ଡର କ୍ଷମତା ମଧ୍ୟ ମିଳିଛି। ସଦସ୍ୟଙ୍କ ସ୍ବାର୍ଥ ରକ୍ଷା ଏବଂ କେନ୍ଦ୍ରୀୟ ରେକର୍ଡ କିପିଂ ଏଜେନ୍ସି ଭାବେ ମଧ୍ୟ ଏହା କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri