ଏଫ୍‌ବିଆଇ ବି ପଲିଟିକାଲ ହୋଇପାରେ

ସହଦେବ ସାହୁ

 

ଇଂଲଣ୍ଡ, ଇସ୍ରାଏଲ ଭଳି ଗଣତାନ୍ତ୍ରିକ ଦେଶରେ ପୋଲିସ ପ୍ରଧାନମନ୍ତ୍ରୀଙ୍କୁ ବି ଆଇନଭଙ୍ଗ ଦୋଷରେ ଦଣ୍ଡିତ କରିଥାଏ। କାରଣ ସେଠାରେ ସାଂସଦମାନେ ଓ ସେମାନଙ୍କ ପ୍ରଭାବରେ ସ୍ବଳ୍ପକାଳୀନ ଏକଜିକ୍ୟୁଟିଭ୍‌ (ପ୍ରଶାସନିକ) ହେଡ୍‌ ଅର୍ଥାତ୍‌ ପାଞ୍ଚବର୍ଷୀୟ ମନ୍ତ୍ରୀମାନେ ସେମାନଙ୍କ ଅଧୀନରେ କାମ କରୁଥିବା ସ୍ଥାୟୀ ଅଧିକାରୀମାନଙ୍କୁ ଆଇନର ଶାସନ ଚଳାଇବାକୁ ଛାଡ଼ିଦିଅନ୍ତି। ସୁଇଡେନ୍‌, ନରୱେ, ଫିନ୍‌ଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶରେ ପ୍ରଧାନମନ୍ତ୍ରୀମାନେ ନିଜ ଦଳରେ ବି ସଂଖ୍ୟାଗରିଷ୍ଠତା ଉପରେ ନିର୍ବାଚିତ ହୁଅନ୍ତି, ଦଳ ଭିତରେ ବିପରୀତ ଚିନ୍ତାର ସଦସ୍ୟ ରହିପାରନ୍ତି; ହେଲେ ପ୍ରଧାନମନ୍ତ୍ରୀ ଯାହା କହିବେ ତାହା ବେଦର ଗାର ହୁଏ ନାହିଁ। ନିଜର ଅକ୍ଷମତା ସ୍ବୀକାର କରି ନ୍ୟୁଜିଲାଣ୍ଡର ମହିଳା ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ ନିକଟରେ ପଦତ୍ୟାଗ କରିଛନ୍ତି। ରାଷ୍ଟ୍ରପତିପ୍ରଧାନ ଗଣତାନ୍ତ୍ରିକ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ)ରେ ସଂଘୀୟ ବ୍ୟବସ୍ଥା ଥିବାରୁ ଆମ ଦେଶ ଭଳି ପ୍ରାଦେଶିକ ଓ କେନ୍ଦ୍ରୀୟ ସରକାର ଭିତରେ ଦଳଗତ ମତଭେଦ ବେଳେ ବେଳେ ବିଶୃଙ୍ଖଳା ଆଣେ, କିନ୍ତୁ ୟୁଏସ୍‌ଏରେ କାଳକ୍ରମେ ଶୃଙ୍ଖଳା ଆସିଯାଏ। କିନ୍ତୁ ଆମ ଦେଶରେ ପ୍ରତି କଥା ଓ ପ୍ରତି କାମ ଭିତରେ ରାଜନୀତି (ଖରାପ ଅର୍ଥରେ ପଲିଟିକ୍ସ) ପଶୁଛି। ସରକାରୀ ଅଧିକାରୀମାନେ ଆଉ ରେଗୁଲେଟୋରି ଅଥରିଟି ନ ହୋଇ ରେଗୁଲେଟେଡ୍‌ ସେବକ ହୋଇଯାଉଛନ୍ତି। ଆମ ପ୍ରଦେଶରେ ଗୋପାଳ ଦାସ ନାମକ ଜଣେ ପୋଲିସ ଏଏସ୍‌ଆଇଙ୍କ ଗୁଳିରେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ ଏମିତି ପଲିଟିକାଲ ହୋଇଗଲାଣି ଯେ ବିରୋଧୀଙ୍କ ଦାବିରେ ରାଜ୍ୟ ସରକାର ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ)କୁ ତଦନ୍ତ ଭାର ଦେବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ଲେଖିଛନ୍ତି। ଫଳ କ’ଣ ହେବ ସମୟ କହିବ।
ଏଫ୍‌ବିଆଇ ଯେ ପଲିଟିକାଲ ହୋଇପାରେ ତାହା ସଦ୍ୟ ଏକ ଖବର କହୁଛି। ୨୧ ଫେବୃୟାରୀ ୧୯୬୫ରେ ସିଭିଲ ରାଇଟ୍ସ ନେତା, ନାଗରିକ ଅଧିକାର ଆନ୍ଦୋଳନର ପ୍ରବକ୍ତା ମାଲକମ୍‌ ଏକ୍ସ (୩୯ବର୍ଷ) ନ୍ୟୁୟର୍କର ୱାଶିଂଟନ ହ୍ବାଇଟ୍ସ ପଡ଼ାରେ ଥିବା ଅଡିଟୋରିୟମରେ ଭାଷଣ ଦେବାକୁ ଯାଉଥିଲା ବେଳେ ୩ ଜଣ ବନ୍ଧୁକଧାରୀ ଅତି କମ୍‌ରେ ୨୧ ଥର ଗୁଳିମାରି ତାଙ୍କୁ ହତ୍ୟା କରିଥିଲେ। ଏଫ୍‌ବିଆଇ, ନ୍ୟୁୟର୍କ ପୋଲିସ ଓ ସିଆଇଏ ଦୋଷାରୋପ ପତ୍ର ଦାଏର କଲେ ଓ ବର୍ଷକ ଭିତରେ ୧୯୬୬ରେ ରାୟ ବାହାରିଲା (ଆମ ଦେଶରେ ୧୦ ବର୍ଷ କି ବେଶି ନେଇଥାନ୍ତା!) ଯେ ଦୁଇଜଣ ଦଣ୍ଡିତ ହୋଇଥିଲେ। ମାଲକମ୍‌ ଏକ୍ସ ‘ଅର୍ଗାନାଇଜେଶନ ଅଫ୍‌ ଆଫ୍ରୋଆମେରିକାନ୍‌ ୟୁନିଟ୍‌’ ନାମକ ସଂଗଠନ ଗଢ଼ି ତା’ ବିଷୟରେ କହିବା ପାଇଁ ନ୍ୟୁୟର୍କସ୍ଥ ଅଡୁବନ୍‌ ହଲ୍‌ରେ ପ୍ରସ୍ତୁତ ହେଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ସେ ଇସଲାମ୍‌ ଧର୍ମ ଗ୍ରହଣ କରିଥିଲେ ଏବଂ କୃଷ୍ଣକାୟମାନଙ୍କ ସଶକ୍ତୀକରଣ ପାଇଁ ଉଦ୍ୟମ ଜାରି ରଖିଥିଲେ। ମାଲକମ୍‌ ବର୍ଣ୍ଣବିଦ୍ୱେଷକୁ ନିନ୍ଦା କରୁଥିଲେ, ଶ୍ୱେତାଙ୍ଗମାନଙ୍କୁ ‘ନୀଳଆଖିଆ ରାକ୍ଷସ’ କହୁଥିଲେ, କୃଷ୍ଣକାୟଙ୍କ ସମାଜକୁ ଅଲଗା କରି ସ୍ବତନ୍ତ୍ର ଦେଶ ଗଠନ ଚାହୁଁଥିଲେ। ତେଣୁ ଆମେରିକାନ୍‌ ପୋଲିସ ତାଙ୍କୁ ସଫା କରିଦେବାକୁ ଚାହୁଁଥିଲା ବୋଲି ଏବେ ଜନରବ। କିନ୍ତୁ ପୋଲିସ ରିପୋର୍ଟ ହେଲା ଯେ ସେ ଭାଷଣ ଦେବାକୁ ମଞ୍ଚ ଉପରକୁ ଉଠିଲା ବେଳେ ଦର୍ଶକମାନଙ୍କ ଭିତରେ ହଇଚଇ ଶୁଭିଲା, ଜଣେ ଲୋକ ଷ୍ଟେଜ୍‌ ଉପରକୁ ଦଉଡ଼ି ଯାଇ ମାଲକମ୍‌ ଏକ୍ସଙ୍କୁ ଗୁଳି ମାରିଲା। ପରେ ପରେ ଆଉ ଦୁଇ ଜଣ ମଞ୍ଚ ଉପରକୁ ଉଠି ଗୁଳି ମାରିଥିଲେ, ମୋଟ ୨୧ଟା ଗୁଳି। ଟମାସ୍‌ ହାଗାନ୍‌ (ଅନ୍ୟ ନାମ ମୁଜାହିଦ୍‌ ଅବଦୁଲ ହଲିମ୍‌) ନାମକ ଜଣେ ବ୍ୟକ୍ତିଙ୍କୁ ଜଣେ ବଡିଗାର୍ଡ ଗୁଳିମାରି ଧରିପକାଇଲେ, ସେ ଗୁଳି କରିଛି ବୋଲି ମାନିଗଲା, ତାକୁ ଆଜୀବନ ଜେଲ୍‌ ହେଲା। ବଟଲର କି ଜନସନ କାହା ନାଁରେ ଅଭିଯୋଗ ସହ ସମ୍ପୃକ୍ତି ସିଧାସଳଖ ନ ଥିଲେ ବି ସେମାନେ ଦଣ୍ଡିତ ହେଲେ।
୧୯୭୭ରେ (୧୧ବର୍ଷ ପରେ) ନାସନ୍‌ ଅଫ୍‌ ଇସ୍‌ଲାମ ନେତା ଏଲିଜା ମହମ୍ମଦଙ୍କ ପ୍ରଶଂସକ ଶ୍ରୀ ହେୟର କହିଲେ ଯେ ‘ନାସନ୍‌ ଅଫ୍‌ ଇସ୍‌ଲାମ’ (ନେୱାର୍କ ଶାଖା)ର ମେମ୍ବର ଦ୍ୱୟ ମେ’ ୧୯୬୪ରେ ମାଲକମ୍‌ଙ୍କୁ ହତ୍ୟା କରିବା ଯୋଜନା କରିଥିଲେ। ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ବିଚାରକୁ ଅଣାଯାଇ ନାହିଁ, ନିରୀହ ଲୋକଙ୍କୁ ଦଣ୍ଡ ଦିଆଯାଇଛି। ୨୦୨୦ରେ ନେଟ୍‌ ଫିକ୍ସ ଡକ୍ୟୁମେଣ୍ଟାରି ସିରିଜରେ ଗୋଟିଏ ଡକ୍ୟୁମେଣ୍ଟାରି ଥିଲା ‘ମାଲକମ୍‌ ଏକ୍ସଙ୍କୁ କିଏ ମାରିଲା’। ତାକୁ ଦେଖି ନ୍ୟୁୟର୍କ ଡିଷ୍ଟ୍ରିକ୍ଟ ଆଟର୍ନି ଅଫିସ୍‌ ପୁରୁଣା ନଥି ଖୋଲିଲା, ନୂଆ ଇନ୍‌ଭେଷ୍ଟିଗେଶନ୍‌ ଚାଲୁ କଲା। ମାଲକମ୍‌ ସମ୍ପର୍କରେ ତଥା ସିଭିଲ୍‌ ରାଇଟ୍ସ ମୁଭ୍‌ମେଣ୍ଟ ଉପରେ ଇତିହାସ ଲେଖୁଥିବା ଅବଦୁର ରହମାନ ମହମ୍ମଦ ନୂଆ ପ୍ରମାଣ ବାହାର କଲେ, ଲେସ୍‌ ପେଇନେ ନାମକ ଜଣେ ଅନିସନ୍ଧିତ୍ସୁ ସାମ୍ବାଦିକ ଖବର ପରିବେଷଣ କଲେ ଯେ ପ୍ରକୃତ ଆତତାୟୀମାନେ ନେୱାର୍କର ମସ୍‌ଜିଦର ସଦସ୍ୟ ଥିଲେ, ହାର୍‌ଲେମ ମସ୍‌ଜିଦର ନୁହେଁ। ଜନଜାଗରଣ ହୋଇସାରିଥିଲା। ସିଆଇଏ(ଆମେରିକାର ଗୋଇନ୍ଦା ସଂସ୍ଥା) ଓ ଏଫ୍‌ବିଆଇ ଲୋକେ ଭୁଲ ପ୍ରମାଣ ଯୋଗାଇଛନ୍ତି ବୋଲି ଲୋକଙ୍କ ଧାରଣା ହେଲା ଓ ସେମାନଙ୍କୁ ଦଣ୍ଡିତ କରାଯାଉ ବୋଲି ପାଟି ହେଲା। ମାନହାଟ୍ଟାନ ଡିଷ୍ଟ୍ରିକ୍ଟ ଆଟର୍ନି ସାଇରସ୍‌ ଭାନ୍ସ (ଜୁନିୟର୍‌) ପୁରୁଣା ଦଣ୍ଡାଦେଶର ପୁନର୍ବିଚାର ଦାବି କରି କୋର୍ଟରେ ଦରଖାସ୍ତ ପେଶ୍‌ କଲେ। ଆମ ଦେଶରେ ସରକାରୀ ଓକିଲ (ପ୍ରସିକ୍ୟୁଟର) କେବେ ନିଜ ଅଫିସର ଦୋଷ ସ୍ବୀକାର କରି କୋର୍ଟରେ ପୁନର୍ବିଚାର ପାଇଁ ଦରଖାସ୍ତ କରିବେ? ଆମର ସବୁ ସଂସ୍ଥା ତ ପଲିଟିକାଲ! ଶାସକ ଦଳର ସମର୍ଥକ ନ ହେଲେ ସରକାର କୌଣସି ଆଡ୍‌ଭୋକେଟଙ୍କୁ ସରକାରୀ ଓକିଲ ନିଯୁକ୍ତି ଦେବେ ନାହିଁ! ଏବେ ମାର୍କିନ୍‌ ଲୋକେ କହୁଛନ୍ତି- ପୋଲିସ, ଏଫ୍‌ବିଆଇ ଓ ସିଆଇଏ ‘ମାଲକମ୍‌ ଏକ୍ସ’ଙ୍କୁ ଜଣେ ବିପଜ୍ଜନକ ବ୍ଲାକ୍‌ (କୃଷ୍ଣକାୟ) ବୋଲି ମନେକରୁଥିଲେ। ତେଣୁ ତାଙ୍କୁ ସଫା କରିଦେବାର ଷଡ଼ଯନ୍ତ୍ର ଭିଆଇ ଥିଲେ। ୧୯୫୩ ମାର୍ଚ୍ଚରୁ ଏଫ୍‌ବିଆଇ ମାଲକମ୍‌ ଏକ୍ସ ନାଁରେ ଫାଇଲା ଖୋଲିଥିଲା ଓ ତାଙ୍କ ଉପରେ ନଜର ରଖିଥିଲା। ୧୯୬୪ ଜୁନ ୬ରେ ଏଫ୍‌ବିଆଇ ଡାଇରେକ୍ଟର ଜେ. ଏଡ୍‌ଗାର ହୁଭର୍‌(୧୯୭୨ରେ ମୃତ) ନ୍ୟୁୟର୍କ ଏଫ୍‌ବିଆଇ ଅଫିସକୁ ଚିଠି ଲେଖିଲେ ଯେ ମାଲକମ୍‌ ବଡ ବିପଦ ସୃଷ୍ଟି କଲାଣି, କିଛି ଗୋଟାଏ କର। ପୋଲିସ୍‌ ଆଉ ଏଫ୍‌ବିଆଇ ଅଣ୍ଡର୍‌କଭର୍‌ ଅଫିସର ବି ବରାଦ କରିଦେଲେ। ନ୍ୟୁୟର୍କର ସରକାରୀ ଓକିଲ (ଆଟର୍ନି) କୋର୍ଟକୁ ଏମିତି ଏକ ଷଡ଼ଯନ୍ତ୍ର ଜଣାଇ ମକଦ୍ଦମାର ପୁନର୍ବିଚାର ଚାହିଁଲେ। କୋର୍ଟ ଜେଲ୍‌ ଭୋଗୁଥିବା ଅଭିଯୁକ୍ତମାନଙ୍କୁୁ ନିର୍ଦ୍ଦୋଷ ବୋଲି ଖଲାସ କଲେ ଓ ସେମାନଙ୍କୁ ନ୍ୟୁୟର୍କ ରାଜ୍ୟ ସରକାର ୨୬ ମିଲିୟନ ଡଲାର କ୍ଷତିପୂରଣ ଦିଅନ୍ତୁ ବୋଲି ବି ଆଦେଶ ଦେଲେ।
ମାଲ୍‌କମ୍‌ ହତ୍ୟା ସ୍ଥାନରେ ଏବେ ଏକ ମେମୋରିଆଲ କରାହୋଇଛି, ସେହିଠାରେ ତାଙ୍କ ମୃତ୍ୟୁବାର୍ଷିକୀ ପାଳନ ଅବସରରେ ଫେବୃୟାରୀ ୨୧(୨୦୨୩)ରେ ତାଙ୍କ ଝିଅ ଇଲିଶା ସାବାଜ୍ଜ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି – ତାଙ୍କ ପରିବାର ସତ କଥାକୁ ପଦାକୁ ଆଣିବାକୁ ବର୍ଷ ବର୍ଷ ଧରି ଲଢେଇ କରିଆସିଛି। ଗୁଳିକାଣ୍ଡ ପଛରେ ଥିବା ଷଡ଼ଯନ୍ତ୍ରକାରୀ ପୋଲିସ ଅଧିକାରୀମାନଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯାଉ ଏବଂ ତାଙ୍କ ପରିବାରକୁ ସରକାର ୧୦ କୋଟି ଡଲାର କ୍ଷତିପୂରଣ ଦିଅନ୍ତୁ ବୋଲି ସେ ନାଲିସ୍‌ କରିବେ। ସିଭିଲ୍‌ ରାଇଟ୍ସ ଓକିଲ ବେନ୍‌ କ୍ରମ୍ପ ମଧ୍ୟ ସମର୍ଥନ କରିଛନ୍ତି। ଆତତାୟୀ ସରକାରୀ ପ୍ରାୟୋଜିତ ହୋଇଥିବାରୁ ଏଫ୍‌ବିଆଇ, ନ୍ୟୁୟର୍କ ପୋଲିସ ଓ ସିଆଇଏ ନାଁରେ ୧୦ କୋଟି ଡଲାର କ୍ଷତିପୂରଣ ନାଲିସ୍‌ କରିବାକୁ ଇଲିଶା ସାବାଜ୍ଜ ସଜବାଜ ହେଉଛନ୍ତି। ଏପରି ଅଭିଯୋଗ ନବକିଶୋର ଦାସଙ୍କ କ୍ଷେତ୍ରରେ ଉଠିବା ଅସମ୍ଭବ ନୁହେଁ! କିନ୍ତୁ ପଲିଟିକାଲ ପେଞ୍ଚ ତାକୁ ରୋକିପାରେ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri