କଲେଜ ଅଧ୍ୟକ୍ଷଙ୍କ ଗିରଫ ଦାବି କଲେ ବାପା

ଭୁବନେଶ୍ୱର,୬।୭(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ମଙ୍ଗଳବାର ୪ଦିନ ବିତିଛି। ହେଲେ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିବା ୩ ସିନିୟରଙ୍କୁ କମିଶନରେଟ ପୋଲିସ ଧରିବା ତ ଦୂରର କଥା, ଏପର୍ଯ୍ୟନ୍ତ ଚିହ୍ନଟ କରିପାରିନାହିଁ। ଫଳରେ ଚାରିଆଡ଼େ ପ୍ରତିବାଦର ସ୍ବର ଜାରି ରହିଛି। ନ୍ୟାୟ ଦାବିରେ ଘଟଣା ପରଠୁ ଏକାଧିକ ଛାତ୍ର ସଙ୍ଗଠନ ଓ ରୁଚିକାଙ୍କ ପରିବାର ଲୋକ ଅହୋରାତ୍ର କଲେଜ ଫାଟକ ସାମ୍ନାରେ ଧାରଣାରେ ବସି ରହିଛନ୍ତି। ପ୍ରବଳ ବର୍ଷାରେ ମଧ୍ୟ ସେମାନେ ଧାରଣା ଭଙ୍ଗ କରିନାହାନ୍ତି। ଏପରିକି ନ୍ୟାୟ ନ ମିଳିବା ଯାଏ ସେମାନେ ଆନ୍ଦୋଳନରୁ ନ ଉଠିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ସ୍ଥିତିରେ ଧାରଣାରତ ରୁଚିକାଙ୍କ ବାପା ଗଣେଶ୍ୱର ମହାନ୍ତି ଏହି ଘଟଣା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଦାୟୀ କରିବା ସହ ତାଙ୍କ ଗିରଫ ଦାବି କରିଛନ୍ତି।
ଗଣେଶ୍ୱର କ୍ଷୋଭର ସହ କହିଛନ୍ତି, ଆମର ଧୈର୍ଯ୍ୟ କମି ଆସିଲାଣି। ୩ ସିନିୟରଙ୍କୁ ଶ୍ରୀଘ୍ର ସାମ୍ନାକୁ ଅଣାଯାଉ। କଲେଜ କର୍ତ୍ତୃପକ୍ଷ ରାଗିଂ ବିଷୟରେ ଭଲ ଭାବେ ଜାଣିଛନ୍ତି। ସେମାନେ ଚାହିଁଲେ ଘଟଣାରେ ସମ୍ପୃକ୍ତ ସିନିୟରଙ୍କୁ ତୁରନ୍ତ ଧରାଯାଇପାରିବ। ଅଧ୍ୟକ୍ଷ ରାଗିଂ ବିଷୟରେ ଜାଣି ନ ଥିବା କହି ଦାୟିତ୍ୱ ଖସାଉଛନ୍ତି। ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ। ପ୍ରଥମେ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଉ। ଏଥିସହ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପୋଲିସ ହେପାଜତରେ ନିଆଯାଇ ଜେରା କରାଗଲେ ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି। ସେପଟେ ସିନିୟର ଛାତ୍ରୀଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି। କଲେଜରେ ଯୁକ୍ତ ୩ ଶେଷବର୍ଷର ତିନି ସିନିୟର ବିଜ୍ଞାନ ଛାତ୍ରୀଙ୍କ ବିଷୟରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତି ନେଇ ବଳିଷ୍ଠ ପ୍ରମାଣ ପାଇଥିବା ସୂଚନା ମିଳିଛି। ହେଲେ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ଥିବାରୁ ପୋଲିସ ସେମାନଙ୍କ ସମ୍ପର୍କରେ ତଥ୍ୟ ଦେଉ ନ ଥିବା ଜଣାପଡ଼ିଛି।
ଡିସିପି ପ୍ରତୀକ ସିଂ କହିଛନ୍ତି, ରୁଚିକାଙ୍କ ପରିବାର ସଦସ୍ୟଙ୍କ ସମେତ ସାଙ୍ଗ ଓ ସିନିୟରଙ୍କୁ ପଚରାଉଚରା କରାଯାଉଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ପୋଲିସ ଟିମ୍‌ ରୁଚିକାଙ୍କ ଗାଁକୁ ଯାଇ ମଧ୍ୟ ତଦନ୍ତ କରୁଛି। ବିଜେବି କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ହେଲେ ସମ୍ପୃକ୍ତ ୩ ସିନିୟରଙ୍କ ବିଷୟରେ ଜଣାପଡ଼ି ନ ଥିବା ଡିସିପି ସିଂ କହିଛନ୍ତି।
ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ
ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ପୋଲିସର ହସ୍ତଗତ ହୋଇଛି। ଶ୍ୱାସରୁଦ୍ଧ ଦ୍ୱାରା ରୁଚିକାଙ୍କ ମୃତ୍ୟୁ ହୋଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରୁ ରୁଚିକା ଆତ୍ମହତ୍ୟା କରିଥିବା ଯାହା କୁହାଯାଉଛି, ତାହା ଆପାତତଃ ସ୍ପଷ୍ଟ ହୋଇଛି। କିନ୍ତୁ ଅଧିକ ପ୍ରମାଣର ଆବଶ୍ୟକତା ଥିବାରୁ ଭିସେରା ରିପୋର୍ଟ ପାଇଁ ନମୁନାକୁ ଲାବରେଟୋରିକୁ ପଠାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri