କଲେଜ ଅଧ୍ୟକ୍ଷଙ୍କ ଗିରଫ ଦାବି କଲେ ବାପା

ଭୁବନେଶ୍ୱର,୬।୭(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ମଙ୍ଗଳବାର ୪ଦିନ ବିତିଛି। ହେଲେ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିବା ୩ ସିନିୟରଙ୍କୁ କମିଶନରେଟ ପୋଲିସ ଧରିବା ତ ଦୂରର କଥା, ଏପର୍ଯ୍ୟନ୍ତ ଚିହ୍ନଟ କରିପାରିନାହିଁ। ଫଳରେ ଚାରିଆଡ଼େ ପ୍ରତିବାଦର ସ୍ବର ଜାରି ରହିଛି। ନ୍ୟାୟ ଦାବିରେ ଘଟଣା ପରଠୁ ଏକାଧିକ ଛାତ୍ର ସଙ୍ଗଠନ ଓ ରୁଚିକାଙ୍କ ପରିବାର ଲୋକ ଅହୋରାତ୍ର କଲେଜ ଫାଟକ ସାମ୍ନାରେ ଧାରଣାରେ ବସି ରହିଛନ୍ତି। ପ୍ରବଳ ବର୍ଷାରେ ମଧ୍ୟ ସେମାନେ ଧାରଣା ଭଙ୍ଗ କରିନାହାନ୍ତି। ଏପରିକି ନ୍ୟାୟ ନ ମିଳିବା ଯାଏ ସେମାନେ ଆନ୍ଦୋଳନରୁ ନ ଉଠିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି ସ୍ଥିତିରେ ଧାରଣାରତ ରୁଚିକାଙ୍କ ବାପା ଗଣେଶ୍ୱର ମହାନ୍ତି ଏହି ଘଟଣା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଦାୟୀ କରିବା ସହ ତାଙ୍କ ଗିରଫ ଦାବି କରିଛନ୍ତି।
ଗଣେଶ୍ୱର କ୍ଷୋଭର ସହ କହିଛନ୍ତି, ଆମର ଧୈର୍ଯ୍ୟ କମି ଆସିଲାଣି। ୩ ସିନିୟରଙ୍କୁ ଶ୍ରୀଘ୍ର ସାମ୍ନାକୁ ଅଣାଯାଉ। କଲେଜ କର୍ତ୍ତୃପକ୍ଷ ରାଗିଂ ବିଷୟରେ ଭଲ ଭାବେ ଜାଣିଛନ୍ତି। ସେମାନେ ଚାହିଁଲେ ଘଟଣାରେ ସମ୍ପୃକ୍ତ ସିନିୟରଙ୍କୁ ତୁରନ୍ତ ଧରାଯାଇପାରିବ। ଅଧ୍ୟକ୍ଷ ରାଗିଂ ବିଷୟରେ ଜାଣି ନ ଥିବା କହି ଦାୟିତ୍ୱ ଖସାଉଛନ୍ତି। ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ। ପ୍ରଥମେ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଉ। ଏଥିସହ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପୋଲିସ ହେପାଜତରେ ନିଆଯାଇ ଜେରା କରାଗଲେ ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି। ସେପଟେ ସିନିୟର ଛାତ୍ରୀଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି। କଲେଜରେ ଯୁକ୍ତ ୩ ଶେଷବର୍ଷର ତିନି ସିନିୟର ବିଜ୍ଞାନ ଛାତ୍ରୀଙ୍କ ବିଷୟରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତି ନେଇ ବଳିଷ୍ଠ ପ୍ରମାଣ ପାଇଥିବା ସୂଚନା ମିଳିଛି। ହେଲେ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ଥିବାରୁ ପୋଲିସ ସେମାନଙ୍କ ସମ୍ପର୍କରେ ତଥ୍ୟ ଦେଉ ନ ଥିବା ଜଣାପଡ଼ିଛି।
ଡିସିପି ପ୍ରତୀକ ସିଂ କହିଛନ୍ତି, ରୁଚିକାଙ୍କ ପରିବାର ସଦସ୍ୟଙ୍କ ସମେତ ସାଙ୍ଗ ଓ ସିନିୟରଙ୍କୁ ପଚରାଉଚରା କରାଯାଉଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ପୋଲିସ ଟିମ୍‌ ରୁଚିକାଙ୍କ ଗାଁକୁ ଯାଇ ମଧ୍ୟ ତଦନ୍ତ କରୁଛି। ବିଜେବି କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ହେଲେ ସମ୍ପୃକ୍ତ ୩ ସିନିୟରଙ୍କ ବିଷୟରେ ଜଣାପଡ଼ି ନ ଥିବା ଡିସିପି ସିଂ କହିଛନ୍ତି।
ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ
ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ପୋଲିସର ହସ୍ତଗତ ହୋଇଛି। ଶ୍ୱାସରୁଦ୍ଧ ଦ୍ୱାରା ରୁଚିକାଙ୍କ ମୃତ୍ୟୁ ହୋଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରୁ ରୁଚିକା ଆତ୍ମହତ୍ୟା କରିଥିବା ଯାହା କୁହାଯାଉଛି, ତାହା ଆପାତତଃ ସ୍ପଷ୍ଟ ହୋଇଛି। କିନ୍ତୁ ଅଧିକ ପ୍ରମାଣର ଆବଶ୍ୟକତା ଥିବାରୁ ଭିସେରା ରିପୋର୍ଟ ପାଇଁ ନମୁନାକୁ ଲାବରେଟୋରିକୁ ପଠାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri