ଚାଷଜମି ଫାଟି ଆଁ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୦ା୮(ଡି.ଏନ୍‌.ଏ.): ବର୍ଷା ଅଭାବରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କ୍ଷେତରେ ଧାନ ଫସଲ କରାଯାଇଥିଲେ ମଧ୍ୟ ପାଣି ନ ଥିବାରୁ ଫାଟି ଆଁ କରିଛି। ତୁରନ୍ତ କୃଷି ବିଭାଗ ଦୃଷ୍ଟି ଦେବା ସହ ସହାୟତା ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ସୂଚନା ମୁତାବକ, ଏହି ବ୍ଲକ ଅଞ୍ଚଳରେ କ୍ଷେତରେ ପାଣି ମଡ଼ାଇବା କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡ଼ିଛି। ଫଳରେ ଚଳିତ ବର୍ଷ କୃଷ୍ଣପ୍ରସାଦ, ମାଲୁଦ, ବଜ୍ରକୋଟ, ବୁଦ୍ଧିବର, ଖୋଲଗଞ୍ଜ, ଗୌଡସାହି, ଡିଆକୁଦା, ଅଲିପୁର, ପଥରଗଞ୍ଜ, ଗୋପକୁଦା, ସାହାବାଜପୁର, ମଲେଶ୍ୱରୀ ଆଦି ଗ୍ରାମର ଚାଷଜମି ଫାଟି ଆଁ କରିଛି। ସ୍ବଳ୍ପ ବର୍ଷାରେ ଧାନରୁଆ ହୋଇଥିବା ବେଳେ ପାଣି ଅଭାବରୁ ଧାନ ଗଛ ପୋଡି ପାଳହେଉଛି। ଫଳରେ ଲୋକମାନେ ଧାନ କ୍ଷେତକୁ ଗୋରୁଗାଈ ଛାଡୁଥିବା ଦେଖିବାକୁ ମିଳିଛି। ବୁଦ୍ଧିବର ପଞ୍ଚାୟତର ଚାଷୀ ଭଗବାନ ବିଶ୍ୱାଳ ଏବଂ ପ୍ରବୀର ଗୌଡ କହିଛନ୍ତି, ସମସ୍ତ ଚାଷୀ ଋଣ ଆଣି ଧାନ ଫସଲ କରିଥିଲୁ। ପାଣି ଅଭାବରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ସରକାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ନବନିର୍ମାଣ କୃଷକ ସଂଘ ସଭାପତି ପ୍ରାଣକୃଷ୍ଣ ଗୌଡ କହିଛନ୍ତି, ଚାଷୀ ଋଣ ଆଣି ଫସଲ କରିଥିଲେ ପାଣିର ଅଭାବରୁ ତାହା ଗଜା ମରୁଡି ହୋଇଛି। ଚାଷୀ ଧାନ ଜମିରେ ଗାଈ ଚରାଇଲେଣି। ତେଣୁ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ। ଏଥିସହ ସମସ୍ତ ଚାଷୀଙ୍କୁ ଚଳିବା ପାଇଁ କାମ ଯୋଗାଇ ଦିଆଯାଉ କିମ୍ବା ଏକ ବର୍ଷ ପାଇଁ ସେମାନଙ୍କ ପରିବାରକୁ ଖାଦ୍ୟ ପାଇଁ ଭତ୍ତା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି। ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ପ୍ରକାଶ ଯେ, କୃଷ୍ଣପ୍ରସାଦ ଅଞ୍ଚଳର ୩ ପାର୍ଶ୍ୱରୁ ଚିଲିକା ଏବଂ ଗୋଟିଏ ପାର୍ଶ୍ୱ ବଙ୍ଗୋପସାଗରର ଲୁଣା ପାଣି ଘେରି ରହିଛି। ଚତୁଃପାର୍ଶ୍ୱର ଜଳରାଶି ଘେରି ରହିଥିଲେ ମଧ୍ୟ ପାଣି ଅଭାବରୁ କିଛିବର୍ଷ ହେବ ଚାଷୀ ଫସଲ ହରାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri