ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ)କଟ୍‌ନୀ ଛଟ୍‌ନୀ ଓ ଅନ୍ୟ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲା କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲେ। ଖରିଫ ଧାନର ଅଭାବ ବିକ୍ରି ଠାରୁ ଆରମ୍ଭ କରି ଶସ୍ୟ ସଂରକ୍ଷଣ ସମସ୍ୟା ଉତ୍‌ଥାପନ କରି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମହାକାଳପଡ଼ା, ରାଜନଗରର ଚାଷୀ ସରକାରୀ ମଣ୍ଡିରେ ଧାନ ବସ୍ତା ଥୋଇ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ଟୋକନ ଓ ମିଲର ସମସ୍ୟା ନେଇ ଅଶାନ୍ତି ଆରମ୍ଭ ହୋଇଯାଇଛି।
ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମିଲରଠାରୁ ଆରମ୍ଭ କରି ସମିତି କାର୍ଯ୍ୟକର୍ତ୍ତାଙ୍କ ଅଣଦେଖା ସେମାନଙ୍କୁ ବାଧୁଛି। କେବଳ ରାଜନଗର ଓ ମହାକାଳପଡ଼ାରେ ଏହି ସମସ୍ୟା ସୀମିତ ନୁହେଁ। ଜିଲା ସାରା ସରକାରୀ ମଣ୍ଡି ଆବଶ୍ୟକ ମୁତାବକ ବଳକା ଧାନ ଉଠାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ମଣ୍ଡିର ଏହି ଅବ୍ୟବସ୍ଥା ପାଇଁ ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। ବେପାରୀ ଓ ଅଧିକାରୀ ମାଲାମାଲ ହେବା ପାଇଁ ଅଭାବୀ ବିକ୍ରୀକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି।
ଏସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କଂସାରୀ ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ସରକାରୀ ମଣ୍ଡିରେ ଧାନ ବିକ୍ରି ହେବ। ହାତକୁ ଦୁଇ ପଇସା ଆସିଲେ ଚଳିତ ବର୍ଷ ଝିଅ ବାହାଘରର ଝାମେଲା ତୁଟିବ। ଏହି ସ୍ବପ୍ନ ନେଇ ଘରର ସମସ୍ତ ଅର୍ଥ ଖରିଫ ଧାନ ଚାଷରେ ଲଗାଇଥିଲି। ମଣ୍ଡିରେ ଧାନ ବିକ୍ରି ପାଇଁ ଉପଯୁକ୍ତ ସମୟରେ ପଞ୍ଜୀକରଣ ହେଲା। ମୋବାଇଲରେ ଧାନ ବିକ୍ରି ପାଇଁ ସୂଚନା ଆସିଲା। ପରିବାର ସଦସ୍ୟ ଝିଅ ବାହାଘର ପାଇଁ ଅର୍ଥ ସମସ୍ୟା କିଛି ମାତ୍ରାରେ କମିଲା ବୋଲି ସରକାରୀ ବ୍ୟବସ୍ଥାକୁ ଧନ୍ୟବାଦ ଦେଲେ। ତେବେ ବଳକା ଧାନ ଅଦ୍ୟାବଧି ନେଇନାହାନ୍ତି।
୩ ଦିନ ଧରି ଧାନ ବସ୍ତା ବାହାରେ ପଡ଼ି ରହିଥିବା ସେ ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ଜ୍ୟୋତିପ୍ରକାଶ ପ୍ରଧାନ କହିଛନ୍ତି, ଜିଲା ପ୍ରଶାସନ ଚାଷୀଙ୍କ ପ୍ରକୃତ ସମସ୍ୟା ବୁଝିବାକୁ ଚେଷ୍ଟା କରି ନାହାନ୍ତି। ଚାଷୀଙ୍କଠାରୁ ଅତିବେଶୀରେ ୫୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ୭୫ କୁଇଣ୍ଟାଲକୁ ବୃଦ୍ଧି ପାଇଁ ଏକ ସ୍ମାରକପତ୍ର ଦିଆ ଯାଇଥିବା ସେ ପ୍ରକାଶ କରିଛନ୍ତି। ଗଣ୍ଡକୂଳ ଗ୍ରାମର ଚାଷୀ ତ୍ରୈଲୋକ୍ୟନାଥ ଦାସ କହିଛନ୍ତି, ଟାର୍ଗେଟ ନ ଥିବା ଦର୍ଶାଇ ଚାଷୀଙ୍କ ଝାଳର ମୂଲ୍ୟକୁ ଧାନ ବ୍ୟବସାୟୀ ଓ ପାକ୍ସ ଅଧିକାରୀମାନେ ବାଣ୍ଟି ନେଉଥିବା ସେ ଅଭିଯୋଗ କରିଛନ୍ତି। ଜିଲାରେ ଚାଷୀଙ୍କ ଦରଦକୁ କେହି ବୁଝୁ ନ ଥିବାରୁ ଅଭାବୀ ବିକ୍ରିକୁ ପ୍ରେତ୍ସାହିତ କରାଯାଉଛି। ଆଗାମୀ ଦିନରେ ଏନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ମତ ଦେଇଛନ୍ତି। ଏସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାର ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଚାଷୀ ଚଳିତ ବର୍ଷ ଖରିଫ ଧାନ ଚାଷ କରିଛନ୍ତି। ତେବେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ବଳକା ଧାନ ବିକ୍ରି ହୋଇପାରୁନାହିଁ। ଏପରିକି ଚଳିତ ବର୍ଷର ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୫ ହଜାରରୁ ଅଧିକ ଚାଷୀଙ୍କ ବଳକା ଧାନ ସରକାରୀ ମଣ୍ଡିରେ ବିକ୍ରୟ ହୋଇପାରିନାହିଁ। ଜିଲାର ୧୧୮ ପାକ୍ସ ମଧ୍ୟରୁ ଅଧିକାଂଶରେ ଟୋକନ ସମସ୍ୟା ଦେଖା ଦେଇଥିବା ବେଳେ ଏବେ ଟାର୍ଗେଟ ନ ଥିବା କହି ଚାଷୀଙ୍କୁ ହତାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଉପତ୍ାଦ ପ୍ରତି ସୁରକ୍ଷା ପ୍ରଦାନ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ଅଭାବୀ ବିକ୍ରୀକୁ ପ୍ରୋତ୍ସାହିତ କରାଯାଉଛି। ଜିଲାର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କ୍ରୟ ନ ହେଲେ କୃଷକ ଆନ୍ଦୋଳନ ହେବ ବୋଲି ମତ ଦେଇଛନ୍ତି। ଏସମ୍ପର୍କରେ ସିଏସ୍‌ଓ ଶ୍ରୀନିବାସ ସାହୁ କହିଛନ୍ତି, ଟୋକନକୁ ନେଇ କିଛି ସମସ୍ୟା ଥିବା ଅଭିଯୋଗ ଆସିନାହିଁ। ସମୟ ଅବଧି ମଧ୍ୟରେ ଚାଷୀଙ୍କଠାରୁ ଧାର୍ଯ୍ୟ ଲକ୍ଷ୍ୟର ଧାନ କ୍ରୟ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri