Posted inଭଦ୍ରକ

ମିଲରଙ୍କୁ ଘେରିଲେ ଚାଷୀ

ପଦ୍ମପୁର, ୨୦।୧ (ଡି.ଏନ.ଏ.)  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତର ପୁରୁଦା ସେବା ସମବାୟ ସମିତିରେ ଧାନ କଟ୍‌ନୀକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ବୁଧବାର ସେମାନେ ମିଲରଙ୍କୁ ଘେରିଥିଲେ। ପ୍ରକାଶ ଯେ, ଜାନୁୟାରୀ ୫ରୁ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା। ଏନେଇ ବାସୁଦେବପୁର ବ୍ଲକର ୨୦ ସେବା ସମବାୟ ସମିତି ଓ ୭ ସ୍ବୟଂସହାୟକ ଗୋଷ୍ଠୀ ମଣ୍ଡି ଖୋଲି ଚାଷୀଙ୍କଠାରୁ ଧାନ କିଣିବା ପାଇଁ ଜିଲା ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଧାନ କ୍ରୟ ନିମନ୍ତେ ସହବନ୍ଧିତ ହୋଇଥିବା ମିଲରମାନେ ୮ ପ୍ରତିଶତ ଧାନ କଟ୍‌ନୀ ନ କଲେ କିଣିବେ ନାହିଁ ବୋଲି କହି ଦେଇଥିଲେ। ପୁରୁଦା ସେବା ସମବାୟ ସମିତିରୁ ଧାନ କିଣିବାକୁ ଏକ ମିଲ୍‌ କର୍ମଚାରୀ ଓ ଆର୍‌ଏମ୍‌ସିର କର୍ମଚାରୀ ଆସିଥିବା ବେଳେ କଟ୍‌ନୀକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ମିଲରଙ୍କୁ ଘେରି ଯାଇଥିଲେ। ସରକାର ମନା କରିଥିବା ବେଳେ କେଉଁ ଉଦ୍ଦେଶ୍ୟରେ କଟ୍‌ନୀ କରାଯାଉଛି ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ।
ସମିତିରେ ୫୧୧ଜଣ ଚାଷୀ ଅନ୍‌ଲାଇନ ପଞ୍ଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୮ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଗାମୀ ଦିନରେ ଜିଲା ଯୋଗାଣ ବିଭାଗ ଧାନ କଟ୍‌ନୀ ବାବଦରେ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri